Latest Odisha News

BREAKING NEWS

ପାଠକ ବାପ-ପୁଅଙ୍କୁ ମିଳିଲା ଜାମିନ୍‌

ଭୁବନେଶ୍ବର: ପାଠକ ବାପ-ପୁଅଙ୍କୁ ମିଳିଲା ଜାମିନ । ଆଇଏଫ୍ଏସ୍‌ ଅଭୟ ପାଠକ ଏବଂ ତାଙ୍କ ପୁଅ ଆକାଶଙ୍କୁ ଜାମିନ ପ୍ରଦାନ କରିଛନ୍ତି ହାଇକୋର୍ଟ । ଟ୍ରାଭେଲ୍ସ୍ ବିଲ୍‌ ଠକେଇ ମାମଲା​‌ରେ ଉଭୟ ବାପ-ପୁଅଙ୍କୁ ହାଇକୋର୍ଟ ଜାମିନ ପ୍ରଦାନ କରିଛନ୍ତି । ୨ ଲକ୍ଷ ଟଙ୍କାର ୨ ଜଣ ଜାମିନଦାରଙ୍କ ବଦଳରେ ହାଇକୋର୍ଟରୁ ଜାମିନ ମିଳିଥିବା ସୂଚନା ମିଳିଛି ।

ସୂଚନାଯୋଗ୍ୟ, ଟ୍ରାଭେଲ୍ସ ବିଲ୍‌ ଠକେଇ ମାମଲାରେ ଆଇଏଫ୍‌ଏସ୍‌ ଅଭୟ ପାଠକ ଏବଂ ଆକାଶ ପାଠକଙ୍କ ବିରୁଦ୍ଧରେ ଖାରବେଳ ନଗରରେ ମାମଲା ରୁଜୁ ହୋଇଥିଲା । ତେବେ ଏହି ମାମଲାର ଶୁଣାଣି କରି ଉଭୟଙ୍କୁ ଜାମିନ ପ୍ରଦାନ କରିଛନ୍ତି ହାଇକୋର୍ଟ ।

ପୂର୍ବରୁ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ମାମଲାରେ ଗିରଫ ହୋଇଥିବା ଆଇଏଫଏସ୍‌ ତଥା ପୂର୍ବତନ ଅତିରିକ୍ତ ପିସିସିଏଫ୍‌ ଅଭୟକାନ୍ତ ପାଠକ ଏବଂ ଠକେଇ ଓ ଅନ୍ୟାନ୍ୟ ଅଭିଯୋଗରେ ଗିରଫ ଆକାଶ ପାଠକଙ୍କୁ ଜାମିନ ମିଳିଥିଲା । ଭୁବନେଶ୍ବର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ଏହି ବହୁଚର୍ଚ୍ଚିତ ସିନିୟର ଓ ଜୁନିୟର ପାଠକଙ୍କୁ ସର୍ତ୍ତମୂଳକ ଜାମିନ ମଞ୍ଜୁର କରିଥିଲେ । କିନ୍ତୁ ଅନ୍ୟାନ୍ୟ ମାମଲାରେ ଉଭୟ ପାଠକ ବାପ-ପୁଅ ଜେଲରେ ଥିଲେ । ଦୁର୍ନୀତିର ଲମ୍ବା ଫର୍ଦ ଥିବା ପାଠକ-ବାପ ପୁଅଙ୍କୁ ଟ୍ରାଭେଲ୍ସ୍ ବିଲ୍‌ ଠକେଇ ମାମଲା​‌ରେ ହାଇକୋର୍ଟ ଜାମିନ ପ୍ରଦାନ କରିଛନ୍ତି । ଦୁର୍ନୀତି ଓ ଠକେଇ ଅଭିଯୋଗରେ ଗତ ନଭେମ୍ବର ୨୭ରେ ପାଠକ ବାପ-ପୁଅଙ୍କୁ ଭିଜିଲାନ୍ସ ଗିରଫ କରିଥିଲା । 

Leave A Reply

Your email address will not be published.