Latest Odisha News

BREAKING NEWS

ବିଡିଏ ବିଲଡର ପ୍ରୀତି, ସବ ରେଜିଷ୍ଟାରଙ୍କୁ ତାଲା ପକାଇଲେ ଓକିଲ

ଭୁବନେଶ୍ବର: ବିନା ନୋଟିଫିକେସନରେ ସବ ପ୍ଲଟ ରେଜିଷ୍ଟ୍ରେସନ ବନ୍ଦକୁ ନେଇ ତାତିଲେ ଓକିଲ । ଏଥିପାଇଁ ରେଜିଷ୍ଟ୍ରେର ଅଫିସରେ ପକାଇଲେ ତାଲା ପକାଇଲେ ଉତ୍ତ୍ୟକ୍ତ ଓକିଲ । ଯାହାକୁ ନେଇ ରେଜିଷ୍ଟାର ଅଫିସରେ ନାହିଁ ନଥିବା ଅସୁବିଧା ଦେଖାଦେଇଛି ।

ରେଜିଷ୍ଟ୍ରେସନ ଅଫିସରେ କିଏ ଜମିବାଡି ପଞ୍ଜୀକରଣ, ବିବାହ ପଞ୍ଜୀକରଣ କରିବାକୁ ଆସିଥିଲେ । ଅଫିସ ବନ୍ଦ ଯୋଗୁଁ ଅନେକ ସମୟ ଧରି ଅପେକ୍ଷା କରିବାକୁ ପଡିଥିଲା । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି । ଏପରି ଅଫିସ ବନ୍ଦ କରିବା ଦ୍ବାରା ଝିଅ ବିବାହ ପାଇଁ ଜମି ଖଣ୍ଡିଏ ବିକି ପାଇଁ ଆସିଥିବା ବାପାକୁ ମଧ୍ୟ ନିରାଶ ହେବାକୁ ପଡିଛି । 

ସେପଟେ ଓକିଲଙ୍କ ଯୁକ୍ତି ବିଲଡ଼ର ଓ ବିଡିଏ ପ୍ରୀତିର ରହିଛି । ଯେପର୍ଯନ୍ତ ସବ ପ୍ଲଟ ରେଜିଷ୍ଟ୍ରେସନ ଆରମ୍ଭ ନ ହୋଇଛି ସେ ପର୍ଯନ୍ତ ବନ୍ଦ ରଖିବାକୁ ଓକିଲ କହିଛନ୍ତି । ସେପଟେ ଏନେଇ ସବ ରେଜିଷ୍ଟାର ସ୍ପଷ୍ଟ ପ୍ରତିକ୍ରିୟା ଦେଇପାରୁନାହାଁନ୍ତି ।

Leave A Reply

Your email address will not be published.