Latest Odisha News

କୋଇଲା ଦୁର୍ନୀତି : ସିବିଆଇ ଯାଂଚ ରଦ୍ଦକରିବା ନେଇ ଆବେଦନର ଶୁଣାଣୀ ଘୁଂଚିଲା

କୋଲକାତା: କୋଇଲା ଦୁର୍ନୀତି ମାମଲାରେ ସିବିଆଇ ଯାଂଚ ରଦ୍ଦ କରିବା ନେଇ କରାଯାଇଥିବା ଆବେଦନର ଶୁଣାଣୀକୁ ସୁପ୍ରିମକୋର୍ଟ ଘୁଂଚାଇ ଦେଇଛନ୍ତି । ଏହାର ପରବର୍ତୀ ଶୁଣାଣୀ ମାର୍ଚ୍ଚ ୧୦ରେ ହେବ । ରାଜ୍ୟ ସରକାରଙ୍କ ବିନା ଅନୁମତିରେ ସିବିଆଇ ଯାଂଚ ଯୁକ୍ତିଯୁକ୍ତ ନୁହେଁ ଦର୍ଶାଇ ଆବେଦନକାରୀ ତଥା ମୁଖ୍ୟ ଅଭିଯୁକ୍ତ ଅନୂପ ମାଝୀ କୋର୍ଟଙ୍କ ଦ୍ୱାରସ୍ତ ହୋଇଥିଲେ । ପୂର୍ବରୁ ପଶ୍ଚିମବଙ୍ଗ ସରକାର ପକ୍ଷରୁ ମଧ୍ୟ ସିବିଆଇ ପକ୍ଷରୁ କରାଯାଇଥିବା ଏଫଆଇଆର ରଦ୍ଦ ନେଇ ମଧ୍ୟ ଆବେଦନ ହୋଇଥିଲା ।

ସିବିଆଇକୁ ମଧ୍ୟ ଏ ନେଇ ଜବାବ ରଖିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଗତ ବର୍ଷ କୋଇଲା ଦୁର୍ନୀତି ଚେର ଦେଶର ବିଭିନ୍ନ ସ୍ଥାନକୁ ବ୍ୟାପିବା ସହ ବିଭିନ୍ନ ସରକାରୀ ସଂସ୍ଥା ଜଡିତ ଥିବା ପ୍ରମାଣ ମିଳିବା ପରେ ଏହାର ତଦନ୍ତ ଭାର ସିବିଆଇକୁ ଦିଆ ଯାଇଥିଲା । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା ତଥା ଟିଏମସି ସାଂସଦ ଅଭିଷେକ ବାନାର୍ଜୀ ଏବଂ ତାଙ୍କ ପତ୍ନୀଙ୍କୁ ସିବିଆର ଜେରା କରିବା ପରେ ରାଜନୀତି ସରଗରମ ହୋଇଛି ।

Leave A Reply

Your email address will not be published.