Latest Odisha News

BREAKING NEWS

ହିମାଚଳ: କଂଗ୍ରେସ ସରକାର ଉପରୁ ଟଳିନି ସଙ୍କଟ!

ଶିମଲା: ହିମାଚଳ ପ୍ରଦେଶ ରାଜନୀତିକୁ ନେଇ ଜାରି ହଟଚମଟ । ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସୁଖୁ ସରକାରଙ୍କ ଉପରେ ସଂକଟ ଜାରି ରହିଛି । ଏବେବି ହିମାଚଳ ପ୍ରଦେଶରେ କଂଗ୍ରେସ ସରକାର ବିପଦରେ ଥିବା ରହିଛି । କେଉଁ ସମୟରେ ଏଠାରେ କିଛି ବି ଘଟିପାରେ । କଂଗ୍ରେସର ଅନେକ ବିଧାୟକ ବିରୋଧୀଙ୍କ ସହ ଯୋଗାଯୋଗରେ ଥିବା ଜଣାପଡ଼ିଛି । ଗତକାଲି ପର୍ଯ୍ୟବେକ୍ଷକଙ୍କ ସହ ହୋଇଥିବା କଥାବାର୍ତ୍ତାରେ କିଛି ସୁଫଳ ମିଳିନଥିବା ଜଣାପଡ଼ିଛି । ବିକ୍ରମାଦିତ୍ୟ ସିଂଙ୍କ କ୍ୟାମ୍ପ ଏବଂ ବିଦ୍ରୋହୀ ଶିବିର ମୁଖ୍ୟମନ୍ତ୍ରୀ ବଦଳି ପାଇଁ ଦାବି ଜୋର ଧରିଛି ।

ମନ୍ତ୍ରୀ ବିକ୍ରମାଦିତ୍ୟ ସିଂ ଗୁରୁବାର ବିଳମ୍ବିତ ରାତି ପଞ୍ଚକୁଲାରେ ପହଂଚିଥିଲେ । ଯେଉଁଠାରେ ବିକ୍ରମାଦିତ୍ୟ ସିଂହ ବିରୋଧୀ ବିଧାୟକଙ୍କ ସହ ଭେଟିଥିଲେ । ହିମାଚଳପ୍ରଦେଶରେ ରାଜ୍ୟସଭା ନିର୍ବାଚନରେ କ୍ରସ ଭୋଟିଂକୁ ନେଇ ଜାରି ରହିଛି ଅସ୍ଥିରତା । ଏହା ପରେ ବିକ୍ରମାଦିତ୍ୟ ସିଂ ତାଙ୍କ ମନ୍ତ୍ରୀ ପଦରୁ ଇସ୍ତାଫା ଦେବା ପରେ କହିଥିଲେ କ୍ୟାବିନେଟ ମନ୍ତ୍ରୀଙ୍କ ମଧ୍ୟରେ ସମନ୍ବୟ ଅଭାବ ରହିଛି । ଯାହା ପାଇଁ ମନ୍ତ୍ରୀ ହୋଇ ମଧ୍ୟ ତାଙ୍କୁ ଅପମାନିତ ହେବାକୁ ପଡ଼ିଛି ।

ଏପଟେ ବିକ୍ରମାଦିତ୍ୟ ଙ୍କ ଇସ୍ତଫାକୁ କଂଗ୍ରେସ ପକ୍ଷରୁ ଗ୍ରହଣ କରାଯାଇନି । ମୁଖ୍ୟମନ୍ତ୍ରୀ  ସୁଖବିନ୍ଦର ସିଂହ ସୁଖ ବିକ୍ରମାଦିତ୍ୟଙ୍କୁ ତାଙ୍କ ସାନ ଭାଇ ବୋଲି କହିଛନ୍ତି । ବିଜେପିକୁ ଟାର୍ଗେଟ କରି କହିଛନ୍ତି ଜନାଦେଶକୁ ଚୋରନ୍ତୁ ନାହିଁ ତାଙ୍କୁ ତାଙ୍କ କାମ କରିବାକୁ ଦିଅନ୍ତୁ । ଲାଗି ରହିଥିବା ରାଜନୈତିକ ଅସ୍ଥିରତା ଭିତରେ ପର୍ଯ୍ୟବେକ୍ଷକ ଶିବ କୁମାର ଏବଂ ଭୁପେନ୍ଦ୍ର ସିଂହ ହୁଡ୍ଡା ଦଳ ପକ୍ଷରୁ ଶିମଲା ପଠାଯାଇଥିଲା । ଯେଉଁଠାରେ ସେ ପ୍ରତି ବିଧାୟକ ଏବଂ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ ।  ଏହି ଭେଟଘାଟ ପରେ ଗଣମାଧ୍ୟକୁ କୁହାଯାଇଥିଲା କି ହିମାଚଳ ପ୍ରଦେଶରେ ସରକାର ଆଉ ୫ ବର୍ଷ ଚାଲିବ ।

Leave A Reply

Your email address will not be published.