Latest Odisha News

BREAKING NEWS

ଏବେ ଓଟିଟି ରିଲିଜ ପାଇଁ ପ୍ରସ୍ତୁତ ‘ପେଦି’, ଜାଣନ୍ତୁ କେବେ?

ହାଇଦ୍ରାବାଦ: ବଡ ପରଦାରେ ଧମାଲ ମଚେଇବା ପରେ ଏବେ OTT ପ୍ଲାଟଫର୍ମରେ ରିଲିଜ ହେବାକୁ ପ୍ରସ୍ତୁତ ହେଉଛି ଦକ୍ଷିଣ ଅଭିନେତା ରାମ ଚରଣଙ୍କ ଅଭିନୀତ ଏକ କ୍ରୀଡା ଆକ୍ସନ-ଡ୍ରାମା ‘ପେଦି’ । ତେବେ ‘ପେଦି’ ପାଞ୍ଚଟି ଭାଷାରେ OTT ରେ ଷ୍ଟ୍ରିମିଂ ହେବାକୁ ଯାଉଛି । ସେଗୁଡିକ ହେଲା ତେଲୁଗୁ, ହିନ୍ଦୀ, ତାମିଲ, କନ୍ନଡ ଏବଂ ମାଲାୟଲମ । ଏହା ଜୁଲାଇ ୯ ତାରିଖରେ OTT ପ୍ଲାଟଫର୍ମ, ନେଟଫ୍ଲିକ୍ସରେ ରିଲିଜ ହେବ ।

ଏନେଇ ଇନଷ୍ଟାଗ୍ରାମ ଏବଂ ଏକ୍ସ ହ୍ୟାଣ୍ଡେଲ ମାଧ୍ୟମରେ ପୋଷ୍ଟ କରି ନେଟଫ୍ଲିକ୍ସ ଏହି ସୂଚନା ସେୟାର କରିଛି । ପୋଷ୍ଟର କ୍ୟାପସନରେ ନେଟଫ୍ଲିକ୍ସ ଲେଖିଛି ଯେ, “ଖେଳ ପରିବର୍ତ୍ତନ ହୋଇପାରେ, କିନ୍ତୁ ଚାମ୍ପିଅନ୍ ସମାନ ରହିଥାଏ ।”

ବିଶ୍ୱବ୍ୟାପୀ ବକ୍ସ ଅଫିସରେ ପ୍ରାୟ ୪୦୦ କୋଟି ଟଙ୍କା ଆୟ କରିଥିବା ଏହି ଫିଲ୍ମଟିକୁ ଦେଖିବାକୁ ଦର୍ଶକ ମାନେ ବହୁ ଉତ୍ସାହର ସହ ଅପେକ୍ଷା କରିଥିବାବେଳେ, ରିଲିଜ ତାରିଖ ଘୋଷଣା ପରେ ବେଶ ଖୁସି ଥିବା ସୂଚନା ରହିଛି ।

ବୁଚି ବାବୁ ସାନାଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ରାମ ଚରଣଙ୍କ ବିପକ୍ଷରେ ବଲିଉଡ୍ ଅଭିନେତ୍ରୀ ଜାହ୍ନବୀ କପୁର ଅଭିନୟ କରୁଛନ୍ତି । ଫିଲ୍ମଟିରେ ରାମ ଚରଣ ବିଭିନ୍ନ ଆଥଲେଟିକ୍ ଅବତାରରେ ନଜର ଆସିଛନ୍ତି । ଏହି କ୍ରୀଡା ଭିତ୍ତିକ ଆକ୍ସନ୍ ଡ୍ରାମା ଫିଲ୍ମ ଆନ୍ଧ୍ର ପ୍ରଦେଶର ଏକ ବିସ୍ମୃତ, ନାମହୀନ ଗାଁ ଉପରେ ନିର୍ମିତ । ଏଠାକାର ବାସିନ୍ଦାଙ୍କୁ ସରକାର ଅଣଦେଖା କରିବା ସହ ଏମାନେ ନିର୍ଯାତିତ ହୋଇଛନ୍ତି । ଆଇନଗତ ସ୍ୱୀକୃତି, ମୌଳିକ ଅଧିକାର ଏବଂ ଏକ ରେଳ ଷ୍ଟେସନ ପାଇଁ ସ୍ବପ୍ନ ଦେଖନ୍ତି ଗ୍ରାମବାସୀ । ମୁଖ୍ୟ ଚରିତ୍ର ପେଦି (ରାମ ଚରଣ) କ୍ରୀଡାରେ ତାଙ୍କର ଅସାଧାରଣ ଦକ୍ଷତା ପ୍ରଦର୍ଶନ କରି ଏହି ଦୀର୍ଘ ଯୁଦ୍ଧ ଲଢ଼ିବାକୁ ନିଷ୍ପତ୍ତି ନିଅନ୍ତି ।

Comments are closed.