Latest Odisha News

ରାଜଧାନୀ ଦିଲ୍ଲୀରେ ବଢ଼ିଲା ପ୍ରଦୂଷଣ, ଧୂଆଁ ଧୂଆଁ ଆକାଶ

ନୂଆଦିଲ୍ଲୀ : ପୁଣି ଚିନ୍ତା ବଢ଼ାଇଲା ଦିଲ୍ଲୀର ବାୟୁ ପ୍ରଦୂଷଣ । ଚଳିତ ବର୍ଷ ପ୍ରଥମ ଥର ଲାଗି ବାୟୁର ଗୁଣବତ୍ତା ବ୍ୟାପକ ହ୍ରାସ ପାଇଛି । ସାମଗ୍ରିକ ବାୟୁ ଗୁଣବତ୍ତା ବା ଏକ୍ୟୁଆଇ ୩୦୩ରେ ପହଞ୍ଚିଛି ବୋଲି ସୂଚନା ଦେଇଛି କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ । କେବଳ ଦିଲ୍ଲୀ ନୁହେଁ, ପଡୋଶୀ ସହର ଗୁଡିକରେ ବି ଏଭଳି ସ୍ଥିତି ପରିଲକ୍ଷିତ ହୋଇଛି । ଫରିଦାବାଦରେ ଏକ୍ୟୁଆଇ ୩୦୬ ଥିବା ବେଳେ, ଗାଜିଆବାଦରେ ୩୩୪, ନୋଏଡାରେ ୩୦୩ ରହିଛି ।

ଗତ ଅକ୍ଟୋବର ୧୭ ତାରିଖରେ ଦିଲ୍ଲୀରେ ଏକ୍ୟୁଆଇ ଥିଲା ୨୯୮ । ପ୍ରଦୂଷଣ ନିୟମାବଳୀ ଅନୁସାରେ, ଏକ୍ୟୁଆଇ ୦ରୁ ୫୦ ହେଲେ ଉତ୍ତମ । ୫୧ରୁ ୧୦୦ ହେଲେ ସନ୍ତୋଷଜନକ । ୧୦୧ରୁ ୨୦୦ ହେଲେ ମଧ୍ୟମ । ସେହିପରି ୨୦୧ରୁ ୩୦୦ ଖରାପ ଥିବା ବେଳେ, ୩୦୧ରୁ ୪୦୦ ଅତି ଖରାପ । ଏହାସହ ୪୦୧ରୁ ୫୦୦ ହେଲେ ଅତି ଗୁରୁତର । ଗତ ଦୁଇ ଦିନ ଧରି ଏହି ପ୍ରକ୍ରିୟା ଜାରି ରହିଛି । ଦୀପାବଳି ଯୋଗୁ ପ୍ରଦୂଷଣ ବଢ଼ିବା ସହ ବାୟୁ ଗୁଣବତ୍ତା ଉପରମୁହାଁ ରହିଛି । ବାୟୁ ପ୍ରଦୂଷଣ ଆକଳନକାରୀ ସଂସ୍ଥା ସଫର ପକ୍ଷରୁ କୁହାଯାଇଛି ଯେ, ଚଳିତ ବର୍ଷ ବାୟୁ ଗୁଣବତ୍ତା ଗୁରୁତର ହେବା ଆଶଙ୍କା ରହିଛି ।

Leave A Reply

Your email address will not be published.