Latest Odisha News

BREAKING NEWS

ସର୍ଫରାଜଙ୍କ ହେଲେମେଟ ପିନ୍ଧିବାକୁ କହି ଚର୍ଚ୍ଚାରେ ରୋହିତ

ରାଂଚୀ: ଭାରତ-ଇଂଲଣ୍ଡ ଚତୁର୍ଥ ଟେଷ୍ଟ ଅବସରରେ ସର୍ଫରାଜ ଖାଁଙ୍କ ଉପରେ ଅଧିନାୟକ ରୋହିତ ଶର୍ମା ବିରକ୍ତ ହେବା ଏବେ ଚର୍ଚ୍ଚାର କାରଣ ସାଜିଛି । ରୋହିତଙ୍କ ଏହି କାର୍ଯ୍ୟକୁ ସମସ୍ତେ ପ୍ରଶଂସା କରିଛନ୍ତି । ଏପରିକି ଦିଲ୍ଲୀ ପୋଲିସ ତାଙ୍କ ବୟାନକୁ ସଚେତନତା ପାଇଁ ବ୍ୟବହାର କରିଛି । ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଇନିଂସ ଅବସରରେ ରୋହିତ ତାଙ୍କୁ କ୍ଲୋଜ ଇନ ପୋଜିଶନରେ ଫିଲ୍ଡିଂ କରିବା ପାଇଁ କହିଥିଲେ । ସର୍ଫରାଜ ହେଲମେଟ ନ ପିନ୍ଧି ଫିଲ୍ଡିଂ କରିବାକୁ ଆସିବା ଦେଖି ରୋହିତ ବିରକ୍ତ ହୋଇଥିଲେ । ସେ କହିଥିଲେ ଓଏ ହୀରୋ ନେହି ବନନେ କା.. । ଏହା କହିବା ପରେ ସର୍ଫରାଜଙ୍କ ପାଇଁ ହେଲେମେଟ ଆସିଥିଲା ଏବଂ ସେ ଏହାକୁ ପିନ୍ଧି ଫିଲ୍ଡିଂ କରିଥିଲେ ।

ରୋହିତ ତାଙ୍କ ଭଲ ପାଇଁ ବିରକ୍ତ ହୋଇଥିବାରୁ ସମସ୍ତେ ପ୍ରଶଂସା କରିଛନ୍ତି । ଦିଲ୍ଲୀ ପୋଲିସ ଏବେ ଏହାର ଭିଡିଓ ଶେୟାର କରିବା ସହ ଲେଖିଛି ଟୁ ହ୍ୱିଲର ପର ହୀରୋ ନେହି ବନନେ କା, ହମେଶ ହେଲମେଟ ପହନନେ କା । ଏହାର ଅର୍ଥ ଗାଡି ଚଳାଇବା ବେଳେ ହୀରୋ ନ ସାଜି ହେଲେମଟ ପିନ୍ଧି ଜୀବନ ସୁରକ୍ଷିତ ରଖ ।

Leave A Reply

Your email address will not be published.