Latest Odisha News

BREAKING NEWS

ଆନନ୍ଦପୁର ପୋଲିସର ବିଚିତ୍ର ନୀତି: କଙ୍ଗାରୁକୋର୍ଟରେ ମାଡ ଖାଇଥିବା ଯୁବକକୁ କୋର୍ଟ ଚାଲାଣ

ଆନନ୍ଦପୁର: ଆନନ୍ଦପୁର ପୋଲିସର ବିଚିତ୍ର ନୀତି । କଙ୍ଗାରୁ କୋର୍ଟରେ ବନ୍ଧା ହୋଇ ମାଡ଼ ଖାଇଥିବା ଯୁବକଙ୍କୁ କୋର୍ଟ ଚାଲାଣ କରିଥିବା ଅଭିଯୋଗ । ପୁଅକୁ ଉଦ୍ଧାର କରିବା ପାଇଁ ଯାଇଥିବା ମାଆକୁ ମଧ୍ୟ ମାଡ ମରାଯାଇଥିବା ଅଭିଯୋଗ ହୋଇଛି । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଏମିତି କିଛି ଘଟଣା ଦେଖିବାକୁ ମିଳିଛି ଆନନ୍ଦପୁର ଥାନା ବାଙ୍ଖିଡି ଗାଁରେ । ଆନନ୍ଦପୁର ଥାନା ବାଙ୍ଖିଡି ଗାଁର ଭାନୁମତୀ ଜେନାଙ୍କ ପୁଅ ଶ୍ରୀତମ ଜେନାଙ୍କୁ ବୀରବଲ ଗାଁର କିଛି ଯୁବକ ବିଦ୍ୟୁତ ଖୁଣ୍ଟରେ ବାନ୍ଧି ପିଟୁଥିବା ନେଇ ପରିବାର ଲୋକେ ଖବର ପାଇଥିଲେ ।

ଖବର ପାଇ ଶ୍ରୀତମଙ୍କ ମା ତୁରନ୍ତ ସେଠାରେ ପହଞ୍ଚି ପୁଅକୁ ଛାଡି ଦେବା ପାଇଁ ନେହୁରା ହୋଇଥିଲେ। ପୁଅକୁ ଛାଡି ଦେବା ବଦଳରେ ମା ଭାନୁମତୀଙ୍କୁ ବି ସମ୍ପୃକ୍ତ ଯୁବକମାନେ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହ ମାଡ ମାରିଥିଲେ । ଯାହାକୁ ନେଇ ଭାନୁମତୀ ଆନନ୍ଦପୁର ଥାନାରେ ଅଭିଯୋଗ କରିଛନ୍ତି । ପରବର୍ତ୍ତୀ ସମୟରେ ପୋଲିସ ଘଟଣାସ୍ଥଳରୁ ଶ୍ରୀତମକୁ ଉଦ୍ଧାର କରି କୋର୍ଟ ଚାଲାଣ କରିଥିବା ପରିବାର ଲୋକେ କହିଛନ୍ତି ।

ଶ୍ରୀତମ ମାଙ୍କ ଅଭିଯୋଗକୁ ଗତକାଲି ଠାରୁ ଆଜି ପର୍ଯ୍ୟନ୍ତ ରେଜିଷ୍ଟ୍ରେସନ କରାଯାଇନାହିଁ। ଅନ୍ୟପକ୍ଷରେ ପୋଲିସ କ୍ୟାମେରା ସାମ୍ନାରେ ପ୍ରତିକ୍ରିୟା ଦେବାକୁ ମନା କରିଥିବା ବେଳେ ଜଣେ ମହିଳାଙ୍କ ଅଭିଯୋଗ ଆଧାରରେ ଜଣେ ଯୁବକଙ୍କୁ କୋର୍ଟ ଚାଲାଣ କରାଯାଇଛି  ।  ଶ୍ରୀତମ ମାଙ୍କ ଅଭିଯୋଗ ଗ୍ରହଣ କରି ଆଉ ଏକ ମାମଲା ରୁଜୁ କରିଥିବା ଆନନ୍ଦପୁର ଏସଡିପିଓ ପ୍ରଶାନ୍ତ କୁମାର ବେହେରା ପ୍ରକାଶ କହିଛନ୍ତି ।

 

Leave A Reply

Your email address will not be published.