Latest Odisha News

BREAKING NEWS

ରିଲ୍ସ ବନାନ୍ତୁ ଟଙ୍କା ପାଆନ୍ତୁ, ଜାଣନ୍ତୁ କେଉଁ ସରକାର ଦେଲେ ନିର୍ଦ୍ଦେଶ

ଆଜିକାଲି ସୋସିଆଲ୍ ମିଡିଆ ମାଧ୍ୟମରେ ନିଜର ପରିଚୟ ପାଇଁ ଅନେକ ଲୋକ ରୀଲ୍ସ ବନାଉଥିବାର ଦେଖିବାକୁ ମିଳୁଛି। ବିଭିନ୍ନ ପ୍ରକାର ଓ ବିଭିନ୍ନ ଭଙ୍ଗିରେ ତିଆରି ହେଉଥିବା ରିଲ୍ସ ଆଜିକାଲି ଲୋକଙ୍କୁ ମତୁଆଲା କରିଛି ।

ବିହାର: ଆଜିକାଲି ସୋସିଆଲ୍ ମିଡିଆ ମାଧ୍ୟମରେ ନିଜର ପରିଚୟ ପାଇଁ ଅନେକ ଲୋକ ରୀଲ୍ସ ବନାଉଥିବାର ଦେଖିବାକୁ ମିଳୁଛି। ବିଭିନ୍ନ ପ୍ରକାର ଓ ବିଭିନ୍ନ ଭଙ୍ଗିରେ ତିଆରି ହେଉଥିବା ରିଲ୍ସ ଆଜିକାଲି ଲୋକଙ୍କୁ ମତୁଆଲା କରିଛି । ତେବେ ଯଦି ଆପଣଙ୍କୁ କୁହାଯାଏ ଯେ, ବର୍ତ୍ତମାନ ଆପଣ ରିଲ୍ସ ତିଆରି କରି ଟଙ୍କା ରୋଜଗାର କରିପାରିବେ ଏବଂ ସରକାର ମଧ୍ୟ ଆପଣଙ୍କୁ ସମ୍ମାନିତ କରିବେ, ତେବେ ଆପଣଙ୍କୁ କିପରି ଲାଗିବ । ତେବେ ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କ ଅଧିନସ୍ଥ ପର୍ଯ୍ୟଟନ ବିଭାଗ ରାଜ୍ୟରେ ପର୍ଯ୍ୟଟନ ଶିଳ୍ପକୁ ପ୍ରୋତ୍ସାହିତ କରିବା ତଥା ଗ୍ରାମାଞ୍ଚଳରେ ଦୂରଦୂରାନ୍ତରେ ପର୍ଯ୍ୟଟନକୁ ଏକ ଭଲ ଚିତ୍ର ଦେବା ପାଇଁ ପର୍ଯ୍ୟଟନ ବିଭାଗ ଅନେକ ଯୋଜନା ଉପରେ କାର୍ଯ୍ୟ କରୁଛି । ସେଥିମଧ୍ୟରେ ବିହାରର ରାଜ୍ୟରେ ପର୍ଯ୍ୟଟନ ବିଭାଗ ଏକ ନୂତନ ଯୋଜନା ଉପରେ କାର୍ଯ୍ୟ କରିବା ଆରମ୍ଭ କରିଥିବା ଘୋଷଣା କରିଛି ।

ସୂଚନା ଅନୁଯାୟୀ, ତେଜସ୍ୱୀ ଯାଦବ ଘୋଷଣା କରିଛନ୍ତି ଯେ ଯଦି କେଉଁ ଲୋକ ବିହାରର ପର୍ଯ୍ୟଟନ ସ୍ଥାନକୁ ନିଜ ରିଲ୍ସ ମାଧ୍ୟମରେ ପ୍ରୋତ୍ସାହିତ କରନ୍ତି ଏବଂ ବିହାର ପର୍ଯ୍ୟଟନକୁ ବିଶ୍ୱ ଦରବାର ପର୍ଯ୍ୟନ୍ତ ନେବାରେ ସାହାଯ୍ୟ କରନ୍ତି, ତେବେ ସରକାର ସେମାନଙ୍କୁ ସମ୍ମାନିତ କରିବେ ଓ ପୁରସ୍କାର ମଧ୍ୟ ଦେବେ । ବିହାର ଉପମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ରାଜ୍ୟରେ ଏଭଳି ଅନେକ ସ୍ଥାନ ରହିଛି ଯାହାକି ଦୁନିଆର ଆଖିରୁ ବହୁତ ଦୂରରେ ରହିଛି। ଯାହା ବିଷୟରେ ଲୋକେ କିଛି ଜାଣିନାହାଁନ୍ତି । ଏପରି ପର୍ଯ୍ୟଟନସ୍ଥଳକୁ ବିଶ୍ୱ ଦୃଷ୍ଟିରେ ଆଣିବାର ଆବଶ୍ୟକତା ରହିଛି । ଯାହା ଦ୍ୱାରା ପର୍ଯ୍ୟଟକ ଏଠାରେ ପହଞ୍ଚି ପାରିବେ।

ବିହାରରେ ପର୍ଯ୍ୟଟନ କ୍ଷେତ୍ର ଅଧୀନରେ ରିଲ୍ସ ନିର୍ମାତାଙ୍କୁ ପର୍ଯ୍ୟଟନ କ୍ଷେତ୍ରରେ କାର୍ଯ୍ୟ କରିବାକୁ ଆବେଦନ କରାଯାଇଛି । ରାଜ୍ୟରେ ପର୍ଯ୍ୟଟନ ଶିଳ୍ପକୁ ପ୍ରୋତ୍ସାହିତ କରିବା ପାଇଁ ଗତକାଲି ପର୍ଯ୍ୟଟନ ବିଭାଗ ଏକ ଫଟୋଗ୍ରାଫି ପ୍ରତିଯୋଗିତା ଆୟୋଜନ କରିଥିଲା । ଯେଉଁଥିରେ ଦେଶର କୋଣ ଅନୁକୋଣରୁ ଲୋକେ ଅଂଶଗ୍ରହଣ କରିଥିଲେ । ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ସେହି ଲୋକଙ୍କୁ ଅଭିନନ୍ଦନ ଜଣାଇଥିଲେ। ଯେଉଁମାନେ ଫଟୋଗ୍ରାଫି ମାଧ୍ୟମରେ ପର୍ଯ୍ୟଟନ କ୍ଷେତ୍ରରେ ଭଲ ପ୍ରଦର୍ଶନ କରିଥିଲେ ସେମାନଙ୍କୁ ପୁରସ୍କାର ମଧ୍ୟ ଦିଆଯାଇଥିଲା । ତେବେ ଆଗାମୀ ବର୍ଷରେ ମଧ୍ୟ ଏପରି ପ୍ରତିଯୋଗିତା ଆୟୋଜିତ ହେବ ବୋଲି କହିଛନ୍ତି ଯାଦବ ।

Leave A Reply

Your email address will not be published.