Latest Odisha News

BREAKING NEWS

ଆଜି ଓଡ଼ିଶାର ଲୋକ ଓଡ଼ିଆ ଭାଷା ବୁଝୁଥିବା ଜଣେ ମୁଖ୍ୟମନ୍ତ୍ରୀ ଚାହୁଁଛନ୍ତି:ନଡ୍ଡା

ଭୁବନେଶ୍ବର: ପଦ୍ମପୁର ସଭାରେ ବିଜେପି ସଭାପତି ଜେପି ନଡ୍ଡା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ  ରାଜନୀତିର ପରିଭାଷା ବଖାଣୀବା ସହ ବିଜେଡି ସରକାରଙ୍କ ଉପରେ ଘୋର ବର୍ଷିଛନ୍ତି ।  ସେ କହିଛନ୍ତି ୨୦୧୪ ପୂର୍ବରୁ ଧାରଣା ଥିଲା ଭାରତରେ କିଛି ବଦଳିବନି । ୨୦୧୪ ପରେ ମୋଦି ପରିବର୍ତ୍ତନର ନୂଆ ଧାରା ଆଣିଲେ ବୋଲି କହିଛନ୍ତି । ଆଜି ୨୦୨୪ରେ ଲୋକେ ବିକଶିତ ଭାରତର ସ୍ୱପ୍ନ ଦେଖୁଛନ୍ତି । ରାଜନୀତିରେ କାମ କରିବାର ତରିକା ବଦଳାଇଦେଲେ ମୋଦି । ନଡ୍ଡା କହିଛନ୍ତି, ମୋଦି ଆସିବା ପରେ ରାଜନୀତିର ପରିଭାଷା ବଦଳାଇ ଦେଇଛନ୍ତି  ।

୧୦ ବର୍ଷ ତଳେ ନେତା ତୁଷ୍ଟୀକରଣର ରାଜନୀତି କରୁଥିଲେ । ଜାତି, ଧର୍ମର ଲଢ଼େଇ କରି ଭୋଟବ୍ୟାଙ୍କର ରାଜନୀତି କରୁଥିଲେ । ମୋଦି ଆସିବା ପରେ ଜାତି ରାଜନୀତିକୁ ଧକ୍କା ଦେଇ ବିକାଶ ଚାଲିଲା ।ମୋଦି ଯାହା କହିଥିଲେ ତାହା କରିଛନ୍ତି, ଯାହା ନକହିଥିଲେ ତାହା ବି କରିଛନ୍ତି ବୋଲି କହିଛନ୍ତି ନଡ୍ଡା । ଆଜି ଓଡ଼ିଶାର ଶାସନ କିଏ ଚଳାଇଛି? ସଭାରେ ଜନସାଧାରଣଙ୍କୁ ପଚାରିଛନ୍ତି ନଡ୍ଡା ।  ଆପଣ ଭୋଟ ଦେବେ ଜଣକୁ । ସରକାର ଆଉ ଜଣେ ଚଳାଇବ। ଏଭଳି ସରକାର ଆମକୁ ଦରକାର କି, ଇଏ କିଭଳି ସରକାର ?  ଅଧିକାରୀ ସରକାର ଚଳାଉଛନ୍ତି ଓ ବିଧାୟକମାନେ ଚୁପ୍‌ ବସିଛନ୍ତି। ବିଧାୟକ , ସାଂସଦଙ୍କର ଏଠି କିଛି ଅଧିକାର ଅଛି କି?  ଯିଏ ଆପଣଙ୍କ କଥା ଶୁଣୁନି, ସେଭଳି ସରକାର ଦରକାର କି? ଆଜି ମଞ୍ଚରେ କିଏ ବସିଛି? ବିଧାୟକମାନେ କେଉଁଠି ବସୁଛନ୍ତି? ଆପଣଙ୍କ ମୁଖ୍ୟମନ୍ତ୍ରୀ ଆପଣଙ୍କ କଥା ଶୁଣୁଛନ୍ତି କି? ଭାଷା ବୁଝୁଛନ୍ତି କି? ବୋଲି ପଚାରିଛନ୍ତି ନଡ୍ଡା ।

ଆଜି ଓଡ଼ିଶାର ଲୋକ ଓଡ଼ିଆ ଭାଷା ବୁଝୁଥିବା ଜଣେ ମୁଖ୍ୟମନ୍ତ୍ରୀ ଚାହୁଁଛନ୍ତି। ଆଜି ଓଡ଼ିଶା ଲୋକ ଓଡିଶା  ବୁଝୁଥିବା ଯୁବ ମୁଖ୍ୟମନ୍ତ୍ରୀ ଚାହୁଁଛନ୍ତି । ଓଡ଼ିଶାକୁ ଓଡ଼ିଆ ଅସ୍ମିତା ଜାଣିଥିବା ମୁଖ୍ୟମନ୍ତ୍ରୀ ଦରକାର । ଏହା ଓଡ଼ିଶାର ସ୍ୱାଭିମାନର କଥା ବୋଲି କହିଛନ୍ତି ଜେପି ନଡ୍ଡା ।ସୁଭଦ୍ରା ଯୋଜନା ଲାଗୁ କରିବାର ଅଛି ତ ବିଜେପିକୁ ଶାସନକୁ ଆଣିବାକୁ କହିଛନ୍ତି  । ସେ ଆହୁରି କହିଛନ୍ତି , ରତ୍ନ ଭଣ୍ଡାରରେ ଚାବି ହଜିଛି, ସେ ଚାବି କୁଆଡ଼େ ଗଲା । ରତ୍ନ ଭଣ୍ଡାର ଚାବି ମିଳିବାର ଅଛି ତ ବିଜେପିକୁ ଭୋଟ ଦିଅନ୍ତୁ । ଓଡ଼ିଶା ଉପରେ ବହୁତ ଅତ୍ୟାଚାର ହେଲାଣି । ଆଉ ଅତ୍ୟାଚାର ସହିବାନି, ବିଜେପିକୁ ଶାସନକୁ ଆଣିବା ବୋଲି କହିଛନ୍ତି ନଡ୍ଡା ।

ଅନ୍ୟପଟେ ଆଜି ସକାଳେ ରାଜଧାନୀରେ ରୋଡ ସୋ’ କରିଥିଲେ ନଡ୍ଡା । ତାଙ୍କ ସହ ଥିଲେ ଭୁବନେଶ୍ୱର ସାଂସଦ ପ୍ରାର୍ଥୀ ଅପରାଜିତା ଷଢ଼ଙ୍ଗୀ ଓ ଏକାମ୍ର ବିଧାୟକ ପ୍ରାର୍ଥୀ ବାବୁ ସିଂହ ।

Leave A Reply

Your email address will not be published.