Latest Odisha News

ଏହି ବ୍ଲଡ଼ଗ୍ରୁପ ଲୋକଙ୍କ ଠାରେ ହୃଦଘାତର ସମ୍ଭାବନା କମ୍

ଭୁବନେଶ୍ୱର: ବଦଳୁଥିବା ଜୀବନଶୈଳୀ ଯୋଗୁ ଅନେକ ଲୋକ ଅନେକ ଅସୁବିଧାକୁ ସମ୍ନା କରୁଛନ୍ତି। ଏଥିପାଇଁ ନାନାଦି ରୋଗର ସାମ୍ନା ମଧ୍ୟ କରିବାକୁ ପଡୁଛି। ଏଥିପାଇଁ ଶରୀରରେ ବିଭିନ୍ନ ପ୍ରକାର ରୋଗ ଦେଖିବାକୁ ମିଳୁଛି ।

ଅଧିକ ଷ୍ଟ୍ରେସ ଓ ଚାପ ଯୋଗୁଁ ଏବେ ହାର୍ଟ ଆଟାକ ବା ହୃଦଘାତ ଭଳି ସମସ୍ୟା ଅଧିକ ଭାବରେ ଦେଖିବାକୁ ମିଳୁଛି । କେବଳ ବୟସ୍କ ଲୋକ ନୁହଁନ୍ତି ବରଂ ଯୁବଗୋଷ୍ଠୀ ମଧ୍ୟ ଏହାର ଶିକାର ହେଉଛନ୍ତି।

ଏକ ଗବେଷଣାରୁ ଜଣାପଡିଛି ଯେ, ଏକ ନିର୍ଦ୍ଦିଷ୍ଟ ବ୍ଲଡ଼ ଗ୍ରୁପରେ ହାର୍ଟ ଆଟାକର ସମ୍ଭାବନା ଅଧିକ ରହିଥାଏ ।

ସମସ୍ତ ବ୍ଲଡ ଗ୍ରୁପ ମଧ୍ୟରେ ‘ଓ’ ପଜିଟିଭିକୁ ସବୁଠାରୁ ମୂଲ୍ୟବାନ ବୋଲି ବିବେଚନା କରାଯାଏ । ଏହି ଗ୍ରୁପର ରକ୍ତ ସର୍ବଦାତା ଭାବେ ବିବେଚନା କାରାଜଯାଏ। ଅନେକ ଜୀବନ ବଞ୍ଚାଇବାରେଏହା ସହାୟକ ହୋଇଥାଏ । ଏହାଛଡା ଏହି ବ୍ଲଡ ଗ୍ରୁପର ବ୍ୟକ୍ତିଙ୍କ କ୍ଷେତ୍ରରେ ହାର୍ଟ ସମ୍ବନ୍ଧୀୟ ରୋଗ ଉପରେ ଏହି ବ୍ଲଡ ଗ୍ରୁପ ଅଧିକ ମାତ୍ରାରେ ଭାରି ପଡିଥାଏ । ଏହି ବ୍ଲଡ଼ଗ୍ରୁପ ଲୋକଙ୍କର ହୃଦଘାତ ସମ୍ଭାବନା କମ୍ ରହିଥାଏ । ‘O’ ବ୍ଲଡ ଗ୍ରୁପର ବ୍ୟକ୍ତିଙ୍କୁ ଛାଡି ଅନ୍ୟ ବ୍ଲଡ ଗ୍ରୁପରେ ଅଧିକ ପରିମାଣର ଗ୍ଲେକୋଟିନ-୩ ରହିଥାଏ । ଯାହା ଶରୀରକୁ ଫୁଲାଇବା ସହ ହାର୍ଟ ଉପରେ ଖରାପ ପ୍ରଭାବ ପକାଇଥାଏ ।

ଗବେଷଣା ଅନୁଯାୟୀ, ହାର୍ଟ ଆଟାକର ସମ୍ଭାବନା ସବୁଠାରୁ ଅଧିକ ‘A’ ବ୍ଲଡ ଗ୍ରୁପର ବ୍ୟକ୍ତିଙ୍କ ଠାରେ ଦେଖିବାକୁ ମିଳେ । ଏହି ଲୋକଙ୍କ ଶୀରରରେ ଅଧିକ ପରିମାଣର  କୋଲେଷ୍ଟ୍ରଲ ରହିଥାଏ । ଯାହା ଦ୍ୱାରା ଏହି ଶ୍ରେଣୀର ଲୋକଙ୍କ କ୍ଷେତ୍ରରେ ହାର୍ଟ ଆଟାକ ହେବାର ଅଧିକ ସମ୍ଭାବନା ଦେଖାଯାଇଥାଏ ।

Leave A Reply

Your email address will not be published.