Latest Odisha News

BREAKING NEWS

କିପରି କରିବେ ମାନସିକ ଚାପର ମୁକାବିଲା

ଭୁବନେଶ୍ୱର: ବ୍ୟସ୍ତବହୁଳ ଜୀବନରେ ମନୁଷ୍ୟ ପ୍ରତ୍ୟେକ ଦିନ ମାନସିକ ଚାପରେ ସମ୍ମୁଖୀନ ହେଉଛି । ତେବେ ସବୁବେଳେ ମାନସିକ ଚାପ ମଣିଷ ପ୍ରତି କ୍ଷତିକାରକ ନହୋଇ ସହାୟକ ହୋଇଥାଏ । ଏହା ଦ୍ଵାରା ମନୁଷ୍ୟର କାର୍ଯ୍ୟ ଦକ୍ଷତା ବୃଦ୍ଧି   ପାଇଥାଏ ।

ଆମ ଦେଶରେ ପ୍ରାୟ ୨୦ ରୁ ୩୦ ପ୍ରତିଶତ ଲୋକଙ୍କ ଠାରେ ମାନସିକ ଚାପ ଜନିତ ସମସ୍ୟା ଦେଖାଯାଇଥାଏ ।  ମାନସିକ ଚାପର ବିଭିନ୍ନ କାରଣ ଲକ୍ଷଣ ଓ ଏହାର ମୁକାବିଲା କରିବାର ଉପାୟ ।

କଣ ଏହାର କାରଣ:

ମାନସିକ ଚାପ ବିଭିନ୍ନ କାରଣରୁ ହୋଇପାରେ । ଆଜିକାଲି ସ୍କୁଲ ଓ କଲେଜରେ ପାଠ ବଢୁଥିବା ଛାତ୍ରଛାତ୍ରୀଙ୍କ ଉପରେ ପାଠପଢା ଓ ପରୀକ୍ଷାରେ ଅଧିକ ନମ୍ବର ରହିବା ପାଇଁ ସବୁବେଳେ ମାନସିକ ଚାପ ପଡୁଛି । ଭିଭିନ୍ନ ଚାକିରି ଓ ବ୍ୟାବସାୟ କରୁଥିବା ବ୍ୟକ୍ତି ଅଧିକାଂଶ ସମୟରେ ଅତ୍ୟଧିକ କାର୍ଯ୍ୟଭାରର ସମ୍ମୁଖୀନ ହେଉଛନ୍ତି । ଏହାଛଡା କାର୍ଯ୍ୟକ୍ଷେତ୍ରରେ ଅତ୍ୟଧିକ ପ୍ରତିଦ୍ଵନ୍ଦ୍ଵିତାମୂଳକ ମନୋଭାବ ରଖି କାମ କରୁଥିବା ବ୍ୟକ୍ତିମାନେ ମାନସିକ ଚପରେ ବେଶି ଶିକାର ହେଉଛନ୍ତି । ଜୀବନରେ ଘଟୁଥିବା କେତେକ କଠିନ ଓ ଅସୁବିଧାଜନକ ଘଟଣାବଳୀ ଆଦି ଯୋଗୁଁ ମାନସିକ ଚାପ ସୃଷ୍ଟି ହୋଇଥାଏ । ସବୁବେଳେ ନକରାତ୍ମକ ଚିନ୍ତାଧାରାରେ ରହି କାର୍ଯ୍ୟ କରୁଥିବା  ବ୍ୟକ୍ତିମାନେ ଅନ୍ୟମାନଙ୍କ ଅପେକ୍ଷା ଅଧିକ ମାନସିକ ଚପରେ ସମ୍ମୁଖୀନ ହୋଇଥାନ୍ତି । ପୁରୁଷଙ୍କ ଅପେକ୍ଷା ମହିଳାଙ୍କ ଠାରେ ମାନସିକ ଚାପ ଜନିତ ସମସ୍ୟା ଅଧିକ ଦେଖାଯାଇଥାଏ । କେତେକ ବ୍ୟକ୍ତି ଜିନ ଗତ କାରଣ ଯୋଗୁଁ ମାନସିକ ଚାପ ପ୍ରତି ଅତ୍ୟଧିକ ସମ୍ବେଦନଶୀଳ ହୋଇଥାନ୍ତି । ଆଜିକାଲିର ଆଧୁନିକ ଜୀବନଶୈଳୀ ମଧ୍ୟ କେତେକାଂଶରେ ମାନସିକ ଚାପ ଆରମ୍ଭ କାରଣ ହୋଇପାରେ

ଏହାର ଲକ୍ଷଣ:

ମାନସିକ ଚାପ ଯୋଗୁଁ ନାନା ପ୍ରକାର ଲକ୍ଷଣ ଦେଖାଯାଇଥାଏ । ଏଥିଯୋଗୁଁ ମନ ଅସ୍ଥିର, ବ୍ୟସ୍ତ ଓ ବିଚଳିତ ରହେ । ଛୋଟ ଛୋଟ କଥାରେ ଚିଡଚିଡା ଲାଗେ । ସଠିକ୍ ଭାବେ କୌଣସି ନିଷ୍ପତ୍ତି ନେଇହୁଏ ନାହିଁ । ଏହାଛଡା କେତେକାଂଶରେ ସ୍ମରଣ ଶକ୍ତି ମଧ୍ୟ ହ୍ରାସ ପାଇଥାଏ । ମାନସିକ ଚାପ ଯୋଗୁଁ ଦେହ ହାତ ଥରିବା, ପାଟି ଶୁଖିଯିବା, ଛାତି ଜୋରରେ ଧଡ ଧଡ ହେବା, ଅତ୍ୟଧିକ   ଝାଳ ବୋହିବା, ମୁଣ୍ଡ ବୁଲାଇବା, ଅଣନିଃଶ୍ଵାସୀ ଲାଗିବା ଓ ବାରମ୍ବାର ପରିସ୍ରା ଲାଗିବା ଆଦି ଲକ୍ଷଣ ମାନ ଦେଖାଯାଏ । ଏହି ସମୟରେ ଅଳ୍ପ କାମ କରିବା ପରେ ଥକ୍କା ଲାଗିଥାଏ । ନିଜର  କାର୍ଯ୍ୟ ଦକ୍ଷତା ଧୀରେ ଧୀରେ ହ୍ରାସ ପାଇଥାଏ । ଏହି ସମୟରେ ଭୋକ ଓ ନିଦ କମିଯାଏ । ସକାଳୁ ଉଠିଲେ ସତେଜ ଲାଗେ ନାହିଁ ।

ଅଧିକ ଦିନ ପର୍ଯ୍ୟନ୍ତ ମାନସିକ ଚାପ ଲାଗି ରହିଲେ ନାନା ମାସସିକ ସମସ୍ୟା ଯଥା ଅବସାଦ ରୋଗ, ଉଦ୍ ବେଗ ରୋଗ, ଉନ୍ମାଦ ରୋଗ ଆଦି ଆରମ୍ଭ ହୋଇପାରେ । ଏହାଛଡା ବିଭିନ୍ନ ପ୍ରକାରର ଶାରୀରିକ ସମସ୍ୟା ଯଥା ଉଚ୍ଚ ରକ୍ତଚାପ, ହୃଦରୋଗ, ମୁଣ୍ଡ ବିନ୍ଧା ହଜମ ଶକ୍ତି ହ୍ରାସ ପାଇବା ସହ ଚୁଟି ଝଡିବା ଆଦି ହୋଇଥାଏ । କିଛି ଲୋକଙ୍କ ଠାରେ ଧୀରେ ଧୀରେ ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ପାଇଥାଏ । ବିଭିନ୍ନ ସଂକ୍ରମଣ ବାରମ୍ଭର ଦେଖାଯାଇଥାଏ । କେତେକ ବ୍ୟକ୍ତି ମାନସିକ ଚାପରୁ ନିଜକୁ ଦୂରେଇ ରଖିବା ପାଇଁ ମଦ ଓ ସିଗାରେଟ ଆଦି ନିସାସେବନ କରନ୍ତି । ଯାହଦ୍ଵାରା ମାନସିକ ଚାପ ଆହୁରି ବଢିଯାଏ ।

ମାନସିକ ଚାପର ମୁକାବିଲା ନିମନ୍ତେ କେତେକ ଉପାୟ

ମାନସିକ ଚାପର ମୁକାବିଲା ନିମନ୍ତେ ପ୍ରତ୍ୟକ ବ୍ୟକ୍ତି କେତେକ ନିର୍ଦ୍ଧିଷ୍ଟ ଉପାୟ ଅନୁସରଣ କରିବା ଉଚିତ୍ । ସବୁବେଳେ ସ୍ଵଚ୍ଛ ଜୀବନଶୈଳୀ ଅବଲମ୍ଭନ କରନ୍ତୁ ।

ପ୍ରତିଦିନ ଅତି କମ୍ ରେ ୬ରୁ ୮ ଘଣ୍ଟା ଶୁଅନ୍ତୁ । ଶୋଇବାର ଏକ ନିର୍ଦ୍ଧିଷ୍ଟ ସମୟ ରଖନ୍ତୁ । ଦିନକୁ ୩୦ରୁ ୪୫ ମିନିଟ୍ ବ୍ୟାୟାମ ଓ ଯୋଗ ଅଭ୍ୟାସ କରନ୍ତୁ । ନିୟମିତ ଭାବେ ପ୍ରତିଦିନ ୧୫ ରୁ ୩୦ ମିନିଟ୍ ପର୍ଯ୍ୟନ୍ତ ଦୀର୍ଘ ଓ ଗଭୀର ନିଃଶ୍ଵାସ ନିଅନ୍ତୁ । ଏହାଦ୍ଵାରା ମସ୍ତିଷ୍କକୁ ରକ୍ତ ସଂଚାଳନ ବଢିଥାଏ । ଯାହା ମାନସିକ ଚାପ କମାଇବାରେ ସାହାଯ୍ୟ କରିଥାଏ ।

ସମସ୍ତ ପ୍ରକାର ନିଶା ଦ୍ରବ୍ୟ ଠାରୁ ଦୂରେଇ ରହନ୍ତୁ । ଜୀବନରେ ସର୍ବଦା ସକାରାତ୍ମକ ଚିନ୍ତାଧାରା ରଖନ୍ତୁ ।

Leave A Reply

Your email address will not be published.