Latest Odisha News

BREAKING NEWS

ପୁଣି ବଢ଼ିଲା ପେଟ୍ରୋଲ ଓ ଡିଜେଲ୍ ଦାମ୍

୮ ଦିନରେ କ୍ରମାଗତ ୭ ଥର ବଢ଼ିଲାଣି, ସପ୍ତାହରେ ୪ଟଙ୍କା ୮୦ ପଇସା ବୃଦ୍ଧି

ଭୁବନେଶ୍ୱର: ପେଟ୍ରୋଲ ଓ ଡିଜେଲ ଦାମରେ ଲାଗୁନି ବ୍ରେକ୍ । ଗତ ୮ ଦିନରେ କ୍ରମାଗତ ୭ ଥର ବଢ଼ିଲାଣି । ଆଜି ପୁଣି ଥରେ ବଢ଼ିଛି । ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ଦାମ୍ ୮୫ ପଇସା ଓ ଡିଜେଲ୍ ଦାମ୍ ବଢ଼ିଛି ୭୪ ପଇସା । ବର୍ଦ୍ଧିତ ଦର ଅନୁସାରେ ରାଜଧାନୀ ଭୁବନେଶ୍ୱରରେ ପେଟ୍ରୋଲ୍ ଦାମ୍ ୧୦୭ ଟଙ୍କା ୧୧ ପଇସା ହୋଇଛି । ଡିଜେଲ୍ ଲିଟର ପିଛା ଦାମ୍ ୯୬ ଟଙ୍କା ୮୩ ପଇସା ମହଙ୍ଗା ହୋଇଛି ।

ସାରା ଦେଶରେ ପେଟ୍ରୋଲ ଲିଟର ପିଛା ୮୦ ପଇସା ଓ ଡିଜେଲ୍ ଲିଟର ପିଛା ୭୦ ପଇସା ବୃଦ୍ଧି ପାଇଛି । ଆଜି ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ଦାମ୍ ୧୦୦ଟଙ୍କା ୨୧ ପଇସା ଓ ଡିଜେଲ୍ ଦର ୯୧ଟଙ୍କା ୪୭ ପଇସା ହୋଇଛି । ଗୋଟିଏ ସପ୍ତାହରେ ୪ଟଙ୍କା ୮୦ ପଇସା ବଢ଼ିଲାଣି ତୈଳ ଦର ।

ମାର୍ଚ୍ଚ ୨୨ ତାରିଖରୁ କ୍ରମାଗତ ବଢ଼ି ଚାଲିଛି ପେଟ୍ରୋଲ୍ ଓ ଡିଜେଲ୍ ଦାମ୍ । ଗତ ୮ ଦିନ ଭିତରେ ଭୁବନେଶ୍ୱରରେ ପେଟ୍ରୋଲ ଦାମ ଲିଟର ପିଛା ୫ଟଙ୍କା ୧୩ ପଇସା ଓ ଡିଜେଲ ୫ଟଙ୍କା ୯ ପଇସା ବଢ଼ିଛି । ହୁ ହୁ ହୋଇ ତୈଳ ଦର ବଢୁଥିବା ବେଳେ ଗ୍ରାହକଙ୍କ ପକେଟ ଉପରେ ମହଙ୍ଗା ମାଡ଼ ହେଲାଣି ।

Leave A Reply

Your email address will not be published.