Latest Odisha News

BREAKING NEWS

ଦ୍ୱିତୀୟ ବିବାହ କରିବେ ଆଇଏଏସ ଟିନା ଡାବି, କାହିଁକି ଏହି ଖବର ଖାସ ?

ଜୟପୁର: ୨୦୧୬ ବ୍ୟାଚର ୟୁପିଏସସି ଟପ୍ପର ଟିନା ଡାବି ପୁଣି ଥରେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ମିଳିଥିବା ସୂଚନା ଅନୁୟାୟୀ, ଏପ୍ରିଲ ୨୨ ତାରିଖରେ ଜୟପୁରର ଏକ ଘରୋଇ ହୋଟେଲରେ ଟିନା ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ।

୨୦୧୮ରେ ଟିନା ଡାବି ଅତହର ଖାନଙ୍କୁ ବିବାହ କରିଥିଲେ, କିନ୍ତୁ ଏହି ବିବାହ ଦୁଇ ବର୍ଷରୁ ଅଧିକ ସମୟ ଧରି ଚାଲିପାରିନଥିଲା। ପରସ୍ପରର ସହମତିରେ ଉଭୟଙ୍କ ମଧ୍ୟରେ ଛାଡ଼ପତ୍ର ହୋଇଥିଲା।

ଟିନା ଡାବି ଏକ ଫଟାେକୁ ନିଜ ସୋଶିଆଲ ମିଡିଆ ଆକାଉଣ୍ଟରେ ସେୟାର କରି ନିଜର ଦ୍ୱିତୀୟ ବିବାହ ବାବଦରେ ସୂଚନା ଦେଇଛନ୍ତି । ଟିନା ବିବାହ କରିବାକୁ ଯାଉଥିବା ବ୍ୟକ୍ତି ଜଣଙ୍କ ହେଉଛନ୍ତି ୨୦୧୩ ବ୍ୟାଚର ଆଇଏଏସ୍ ଅଫିସର୍ ପ୍ରଦୀପ ଗଓ୍ୱାଣ୍ଡେ । ୧୯୮୦ ମସିହା ଡିସେମ୍ବର ୯ ତାରିଖରେ ମହାରାଷ୍ଟ୍ରରେ ଜନ୍ମ ଗ୍ରହଣ କରିଥିଲେ ପ୍ରଦୀପ । ସେ ଚୁରୁ ଜିଲ୍ଲାର କଲେକ୍ଟର ଥିଲେ। ପ୍ରଦୀପ ୟୁପିଏସସି ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପୂର୍ବରୁ ଏମବିବିଏସ୍ ଡାକ୍ତର ଥିଲେ। ପ୍ରଦୀପ ନିଜ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି। ଦୁହେଁ ଲାଲ୍ ରଙ୍ଗର ଡ୍ରେସ ପିନ୍ଧିବା ସହ ହାତରେ ହାତ ମିଶାଇଛନ୍ତି। ଆଉ ନିଜ ପ୍ରଶଂସକଙ୍କୁ ପ୍ରଦୀପଙ୍କ ପରିଚୟ ଜଣାଇବାକୁ ଯାଇ ଟିନା ଲେଖିଛନ୍ତି ଫିଆନ୍ଲ ।

ଆଇଏଏସ୍ ଟିନା ଓ ପ୍ରଦୀପଙ୍କ ବିବାହକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ଅତହର ଖାନଙ୍କ ଠାରୁ ଛାଡ଼ପତ୍ର ନେଇଛନ୍ତି ଟିନା ଡାବି। ତେବେ ଏହି ବିବାହ ଏଇଥିପାଇଁ ଖାସ କାରଣ ଉଭୟ ପ୍ରଦୀପ ଏବଂ ଟିନାଙ୍କର ଏହା ଦ୍ୱିତୀୟ ବିବାହ ।

ଟିନା ଡାବି ହେଉଛନ୍ତି ସବୁଠାରୁ ଲୋକପ୍ରିୟ ଆଇଏଏସ୍ ଅଫିସରଙ୍କ ମଧ୍ୟରେ ଜଣେ। ସୋସିଆଲ୍ ମିଡିଆ ହେଉ କି ମିଡିଆ, ସେ ନିଜର କାର୍ଯ୍ୟଶୈଳୀକୁ ନେଇ ସେ ଚର୍ଚ୍ଚାରେ ଥାନ୍ତି ।

Leave A Reply

Your email address will not be published.