Latest Odisha News

BREAKING NEWS

ମୁଖ୍ୟମନ୍ତ୍ରୀ କେ.ସି ଆରଙ୍କ ଘୋଷଣା, ତେଲେଙ୍ଗାନାରେ ସମସ୍ତଙ୍କୁ ମାଗଣାରେ ମିଳିବ ଟିକା

ତେଲେଙ୍ଗାନା : ମହାମାରୀ କରୋନା ବିରୋଧରେ ଲଢ଼େଇ କରୁଛି ସାରା ଦେଶ । ଏହାରି ଭିତରେ ତେଲେଙ୍ଗାନାରେ ସମସ୍ତଙ୍କୁ ମାଗଣାରେ ଟିକା ଦେବାକୁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ । ଏହାସହ ତେଲେଙ୍ଗାନାରେ କାର୍ଯ୍ୟରତ ଥିବା ଅନ୍ୟ ରାଜ୍ୟର ଲୋକଙ୍କୁ ମଧ୍ୟ ମାଗଣାରେ ଟିକା ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କେ.ସି. ଆର ସୂଚନା ଦେଇଛନ୍ତି । ଏହି ମାଗଣା ଟିକାକରଣ ପାଇଁ ୨୫୦୦ କୋଟି ଟଙ୍କା ଖର୍ଚ୍ଚ ହେବ । ତେଣୁ ରାଜ୍ୟ ସରକାର ଲୋକଙ୍କୁ ମାଗଣାରେ ଟିକା ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

ଟିକାକରଣ କାର୍ଯ୍ୟକ୍ରମ ପରିଚାଳନା ପାଇଁ ସମସ୍ତ ଜିଲ୍ଲାପାଳଙ୍କୁ ସୂଚନା ଦିଆଯାଇଛି । ଏହାସହ ଟିକାକରଣ କାର୍ଯ୍ୟକୁ ସୁପରିଚାଳନା କରିବା ପାଇଁ ସ୍ବତନ୍ତ୍ର ଭାବେ ଇନଚାର୍ଜ ମଧ୍ୟ ନିଯୁକ୍ତ କରିବାକୁ ଯୋଜନା କରିଛନ୍ତି ତେଲେଙ୍ଗାନା ସରକାର । ସେହିପରି ସମସ୍ତ ଡାକ୍ତରଖାନାରେ କରୋନା ଆକ୍ରାନ୍ତଙ୍କ ପାଇଁ ବେଡ୍, ଔଷଧ ସହ ଆବଶ୍ୟକୀୟ ପରିମାଣର ଅମ୍ଳଜାନ ଯୋଗାଣ ଉପରେ ଗୁରୁତ୍ବ ଦେଇଛନ୍ତି କେ.ସି ଆର୍ ।

Leave A Reply

Your email address will not be published.