Latest Odisha News

ନକଲି ହଲମାର୍କରେ ବିକ୍ରି ହେଉଛି ସୁନା; ଉତ୍ତର ରଖିଲେ ମନ୍ତ୍ରୀ

ଭୁବନେଶ୍ୱର: ନକଲି ହଲମାର୍କରେ ବିକ୍ରି ହେଉଛି ସୁନା। ସୁନା ଦୋକାନରେ ମାପକରେ ଗୁଣବତ୍ତା ପରୀକ୍ଷଣ ସମ୍ପର୍କରେ ବିଧାନସଭାରେ ଉଠିଲା ପ୍ରଶ୍ନ।

ବିଜେଡି ବିଧାୟକ ପ୍ରଶାନ୍ତ ବେହେରାଙ୍କୁ ଉତ୍ତର ଦେବାକୁ ଯାଇ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି ଯେ ବିଆଇଏସ ହଲମାର୍କ (ଏଚୟୁଆଇଡି) ଅଳଙ୍କାରକ୍ରୟକୁ ପ୍ରୋତ୍ସାହିତ କରିବା ପାଇଁ ବିଆଇଏସ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରୁଅଛି। ହଲମାର୍କ ସୁନାର ମାନକରେ ତ୍ରୁଟି ରୋକିବା ପାଇଁ ଭାରତୀୟ ମାନକ ବ୍ୟୁରୋ (ବିଆଇଏସ) ନିୟମିତ ଭାବେ ବଜାରରୁ ହଲମାର୍କ ସୁନା ଅଳଙ୍କାର ନମୁନା ସଂଗ୍ରହକରି ସୁନାର ମାନକକୁ ପରୀକ୍ଷା କରିବା ପାଇଁ ପରୀକ୍ଷାଗାରକୁ ପଠାଉଛି। ଯଦି ନମୁନା ପରୀକ୍ଷାରେ ବିଫଳ ହେଉଛି ତାହାହେଲେ ବିଆଇଏସ ଆକ୍ଟ ୨୦୧୬ ଅନୁଯାୟୀ ପଦକ୍ଷେପ ନିଆଯାଉଛି।

ଓଡ଼ିଶାରେ ଭାରତୀୟ ମାନକ ବ୍ୟୁରୋ ଦ୍ବାରା ନିମ୍ନଲିଖିତ ସୁନାଗହଣା ଦୋକାନରେ ସୁନାର ମାନକରେ ତ୍ରୁଟି ଧରାଯାଇଥିବା ବେଳେ ଆଇନଗତ ପଦକ୍ଷେପ ମଧ୍ଯ ନିଆଯାଇଛି।

Comments are closed.