ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା  ଭାଗ : ୭ 

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ସତ୍ୱତ ଶ୍ରୀଜଗନ୍ନାଥ ସନାତନ ବୈଦିକ ଧର୍ମଧାରାରେ ରହିଥିବା ସୂକ୍ଷ୍ମ ଭକ୍ତି ତତ୍ୱ ହେଉଛି “ଏକାର୍ଣ୍ଣବ ଭକ୍ତି ଧର୍ମ ତତ୍ୱ “. ଏହି ତତ୍ୱ ଯାଦବ ସାତ୍ୱତ ବଂଶୀୟ କ୍ଷତ୍ରୀୟ ପୁରୁଷ “ଶ୍ରୀକୃଷ୍ଣ “ଙ୍କ ଦ୍ୱାରା ପ୍ରବର୍ତ୍ତିତ । କାଳକ୍ରମେ ଏହି ତତ୍ୱ ଏକାୟନ, ସାତ୍ୱତ, ନାରାୟଣୀୟ, ତଥା ଭାଗବତ ଧର୍ମ ନାମରେ ବିହିତ ହେଲା। ଏହାର ସର୍ବୋତ୍ତମ ପରିପ୍ରକାଶ ହେଲା “ଶ୍ରୀମଦ ଭଗବତ ଗୀତା “.ପରମେଶ୍ୱର ଶ୍ରୀକୃଷ୍ଣଙ୍କ ମୁଖ ନିଃସୃତ ଏହି ଧର୍ମଧାରାରେ “ମୁଁ “ଏକ ରହସ୍ୟମୟ ତତ୍ୱ, ଏହା ସମଗ୍ର ବେଦତତ୍ୱମାନଙ୍କର ନିର୍ଣ୍ଣାୟକ, ସମଗ୍ର ବେଦ ରହସ୍ୟ ତତ୍ୱମାନଙ୍କର ଜ୍ଞାତା ମଧ୍ୟ ଅଟନ୍ତି ।

କାରଣ ସେହି “ମୁଁ ବା ଅହଂ “ସ୍ୱୟଂ ପରମ ପୁରୁଷ ଶ୍ରୀକୃଷ୍ଣ ଅଥବା ଜଗତପତି ଜଗନ୍ନାଥ। ତେଣୁ ଗୀତା କହେ “ସର୍ବସ୍ୟ ଚାହଂ ହୃଦି ସନିବିଷ୍ଟ ମତଃ ସ୍ମୃତିଜ୍ଞାନମ୍ ପୋହନମ ଚ, ଵେଦେଶ୍ଚ ସର୍ବେରହମେବ ବେଦ୍ୟୋ, ବେଦାନ୍ତ କୃଦ ବେଦ ବିଦେବ ଚାହମ. ଗୀତା (୧୫ /୧୫ )।

ଏକଳି ଯୁଗରେ ଏହି “ଏୟୀକାନ୍ତିକ ଭକ୍ତି ଧର୍ମ “ନୀଳାଚଳ ରେ ଜଗନ୍ନାଥଙ୍କ ଦ୍ୱାରା ପରିମାର୍ଜିତ ଓ ପରିବର୍ଦ୍ଧିତ ହୋଇ ପ୍ରକାଶିତ ଅଟେ। ବିଶେଷତଃ ପଞ୍ଚସଖା ଯୁଗରେ ଏହି ଭକ୍ତି ସାଧନା ତାର ସର୍ବୋଚ୍ଚ ସ୍ଥାନ ପ୍ରାପ୍ତ ହୋଇଥିଲା। ଜଗନ୍ନାଥ ଦାସଙ୍କ ଭାଷାରେ :

“ନମସ୍ତେ ପ୍ରଭୁ ବିଶ୍ଵରୂପୀ,
ସକଳ ହୃଦେ ଅଛୁ ବ୍ୟାପି
ତୁ ସୃଷ୍ଟି ସ୍ଥିତି ଲୟ କରୁ,
ଆବର ଗର୍ଭରେ ସଂହାରୁ ।”

ଜୟ ଜଗନ୍ନାଥ