Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୧୯୪ 

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ ।

ପୁରୁଷୋତ୍ତମ ଶ୍ରୀଜଗନ୍ନାଥଙ୍କ ପ୍ରତିଷ୍ଠା ବର୍ଣ୍ଣନା ସହ ରାଜା ଇନ୍ଦ୍ରଦ୍ୟୁମ୍ନଙ୍କୁ (ଅବନ୍ତୀର ରାଜା ) ଆମେ ମୁଖ୍ୟ ଚରିତ୍ର ଭାବେ ଆଲୋଚନା କରିଛେ। କିନ୍ତୁ “ଗଜ ଉଦ୍ଧାରଣ “ପ୍ରସଙ୍ଗର ପୂର୍ବ ଜନ୍ମ ବର୍ଣ୍ଣନା ରେ ମଧ୍ୟ ରାଜା ଇନ୍ଦ୍ରଦ୍ୟୁମ୍ନ (ଦ୍ରାବିଡ଼ର ରାଜା )ଙ୍କ ପ୍ରସଙ୍ଗ ଆସେ। କବି ଜଗନ୍ନାଥ ଦାସଙ୍କ ରଚିତ ଓଡ଼ିଆ ଭାଗବତରେ ଏହାର ବର୍ଣ୍ଣନା ଅଛି ଯଥା “ସେ ଗଜ ପୂର୍ବ ଜନ୍ମ କଥା କହିବା ଶୁଣ ତା ବ୍ୟବସ୍ଥା ଦ୍ରବୀଡ଼େଶ୍ୱର ଗୁଣଧାମ, ଇନ୍ଦ୍ରଦ୍ୟୁମ୍ନ ତାର ନାମ ” ଏହି ଇନ୍ଦ୍ରଦ୍ୟୁମ୍ନ ନିଶ୍ଚିତ ଭାବରେ ସ୍କନ୍ଦ ପୁରାଣ ବର୍ଣ୍ଣିତ ଇନ୍ଦ୍ରନ୍ଦ୍ୟୁମ୍ନଙ୍କଠାରୁ ଭିନ୍ନ ଅଟନ୍ତି। ତେବେ ପ୍ରସଙ୍ଗଟି ଏହିପରି ଦିନେ ଏହି ନରପତି ମୌନ ବ୍ରତ ପାଳନ ପୂର୍ବକ ଶ୍ରୀବିଷ୍ଣୁଙ୍କୁ ଧ୍ୟାନ କରୁଥିବା ସମୟରେ ଅଗସ୍ତି ମୁନି ନିଜ ଶିଷ୍ୟମାନଙ୍କ ସହ ସେଠାରେ ଉପସ୍ଥିତ ହେଲେ। କିନ୍ତୁ ବିଷ୍ଣୁଙ୍କ ଧ୍ୟାନରେ ମଗ୍ନ ରାଜା ଇନ୍ଦ୍ରଦ୍ୟୁମ୍ନ ତାହାଙ୍କୁ ଉପଯୁକ୍ତ ସମ୍ମାନ ପ୍ରଦର୍ଶନ କଲେ ନାହିଁ। ଏଥିରେ ରୋଷ କରି ମହାମୁନି ଅଗସ୍ତି ଅଭିଶାପ ଦେଲେ ।

“ବୋଲନ୍ତି ଏକ ଆରେ ଚାହିଁ,
ଦେଖ ଏହାର ଜ୍ଞାନ ନାହିଁ
ଅବଜ୍ଞl କଲା ବିପ୍ର ଗଣେ
ଗଜ ର ପ୍ରାୟ ମୂର୍ଖ ପଣେ
* * * *
ଏ ଧର୍ମ ପ୍ରମାଣେ ପ୍ରସ୍ତାବେ
ଗଜ ଏ ହେଉ ଏହି ଭାବେ
ଗହନ ବନେ ଚିର କାଳେ
ଗ୍ରାହ ଗ୍ରାସିବ ହ୍ରଦ ଜଳେ ।

କେବଳ ଭାଗବତରେ ନୁହେଁ, “କାର୍ତ୍ତିକ ମହାତ୍ମ୍ୟ”ରେ ମଧ୍ୟ ଏହି ପୂର୍ବ ଜନ୍ମ ପ୍ରସଙ୍ଗ ବର୍ଣ୍ଣିତ ହୋଇଛି, କିନ୍ତୁ ସମ୍ପୂର୍ଣ୍ଣ ଭିନ୍ନ ଭାବରେ ଓ ଭିନ୍ନ ଚରିତ୍ରଙ୍କୁ ନେଇ। କିନ୍ତୁ ଉଭୟ ଜୟ ଓ ବିଜୟ ଚରିତ୍ର ପ୍ରଭୂ ଶ୍ରୀଜଗନ୍ନାଥଙ୍କ ସହ ଜଡିତ ଅଟନ୍ତି, ଆଗାମୀ ଅଧ୍ୟlୟ ରେ ସେ ବିଷୟରେ ଆଲୋଚନା ରଖିବା ଏବେ ପ୍ରଭୁଙ୍କ ଆରାଧନା ।

“ବିଶ୍ୱସର୍ଗ ବିସର୍ଗlଦିନବଲକ୍ଷଣ ଲକ୍ଷିତମ, ଶ୍ରୀକୃଷ୍ଣlଖ୍ୟଂ ପରଂଧାମ ଜଗଦ୍ଧାମ ନମlମ ତତ । ”

ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )

Leave A Reply

Your email address will not be published.