ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା
ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।
ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ପ୍ରତ୍ୟୁଷରେ ଅନୁଷ୍ଠିତ ହେଉଥିବା ଦ୍ଵିତୀୟ ନୀତି ହେଲା ମଙ୍ଗଳ ଆଳତି। ଏହି ମଙ୍ଗଳ ଆଳତିର ପ୍ରକାର ଭେଦ ମନ୍ତ୍ର ଓ ପୂଜକମାନଙ୍କ କର୍ତ୍ତବ୍ୟ ବିଷୟରେ ଆମେ ଆଲୋଚନା କଲେ। କିନ୍ତୁ ଏହି ମଙ୍ଗଳ ଆଳତି ଦେଖିବା ପାଇଁ ଯାଉଥିବା ଶହ ଶହ ଭକ୍ତମାନଙ୍କ ପାଇଁ ଥିବା ଆଚରଣ ବିଧି ମଧ୍ୟ ଆମେ ଜାଣିବା ଦରକାର। ଆଳତି ଦର୍ଶନ ଏକ ଶୃଙ୍ଖଳିତ ଓ ଭକ୍ତି ଉଦୀପକ କାର୍ଯ୍ୟ। ତେଣୁ ପ୍ରଥମ କଥା ହେଲା ସମସ୍ତ ଭକ୍ତ ଅତ୍ୟନ୍ତ ଶ୍ରଦ୍ଧା ଓ ଭକ୍ତିର ସହ ଆଳତି ଦର୍ଶନ କରିବାକୁ ଯିବା ଆବଶ୍ୟକ। ନିଜର ବାହ୍ୟ ଓ ଅନ୍ତର ଶୁଦ୍ଧି ତ ନିହାତି ଦରକାର। ଏହିପରି ଭାବରେ ସମସ୍ତ ଭକ୍ତ ଆଳତି ଦର୍ଶନ ପାଇଁ ନିଜକୁ ପ୍ରସ୍ତୁତ କରି ଦେବ ବିଗ୍ରହଙ୍କ ସମ୍ମୁଖରେ ଯୋଡ ହସ୍ତରେ ଦଣ୍ଡାୟମାନ ହୋଇ ରହିବେ। ନିଜ ନିଜ ମଧ୍ୟରେ ବାର୍ତ୍ତାଳାପ ନକରି ପ୍ରଭୁଙ୍କର ସ୍ତବ, ସ୍ତୁତି, ପାର୍ଥନା ଗାନ କରିବେ। ସମ୍ପୂର୍ଣ୍ଣ ଭକ୍ତି ଭାବରେ ରହି ନିରନ୍ତର ଦେବତାଙ୍କୁ ମନରେ ଭଜନ କରିବେ ଓ ମଝିରେ ମଝିରେ ପୁରୁଷମାନେ ହରିବୋଲ ଓ ସ୍ତ୍ରୀ ମାନେ ହୁଳହୁଳି ପକାଇବେ। ଏହାଦ୍ୱାରା ସମଗ୍ର ବାତାବରଣ ଭାବମୟ ହେବ ନିଜେ ଜାଣିଥିବା ମନ୍ତ୍ର ସହ ନିମ୍ନ ମନ୍ତ୍ର
“ଓଁ ଚନ୍ଦ୍ର ସୂର୍ଯ୍ୟ ସମଂ ଦୀପ୍ତଂ ତାରକାମୋୖକ୍ତିକୋପମମ ।
ଶୁଦ୍ଧବର୍ତ୍ତୀଶତୋଦ ଭୁତଂ ଗୃହlଣାରାତ୍ରିକଂ ପ୍ରଭୋ ।”
ବୋଲି ପାରିବେ। ଏଥିରୁ ଗୋଟିଏ କଥା ସ୍ପଷ୍ଟ ଯେ ଆମେ (ଭକ୍ତ /ଶ୍ରଦ୍ଧାଳୁ )ପ୍ରଭୁଙ୍କର ଯେକୌଣସି ରୀତିନୀତିକୁ କେବଳ ଦର୍ଶାନାର୍ଥୀ ଭାବରେ ନଦେଖି ସେଥିରେ ନିଜକୁ ସାମିଲ କଲେ ଅଶେଷ ଆନନ୍ଦ ସହ ଅନେକ ପୁଣ୍ୟ ମିଳିଥାଏ। ଆସନ୍ତୁ ତେବେ କରିବା ଆରାଧନା ଓ ଭାଗବତ ପଠନ।
ସନ୍ତୋଷେ ତେଜ ବଢେ ଭଲେ
ଘୃତେ ଅନଳ ଯେହ୍ନେ ଜଳେ।
ଯେ ଅର୍ଥେ କାମେ ଅସନ୍ତୋଷ
ହେଳେ ତା ତେଜ ହୁଏ ନାଶ।
ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )