ନୂଆଦିଲ୍ଲୀ:ଦେଶର ଫିନଟେକ୍ କମ୍ପାନୀ ଫୋନ୍ ପେ ଶୁକ୍ରବାର ଦିନ ‘ଆକାଉଣ୍ଟ୍ ଏଗ୍ରିଗେସନ୍'(Account Aggregation AA) ବ୍ୟବସାୟରୁ ବାହାରିଯାଇଛି । କମ୍ପାନୀ କହିଛି ଯେ, କମ୍ପାନୀ ଆଶା ଅନୁସାରେ ସେବା ଯୋଗାଇବା ପାଇଁ ପର୍ଯ୍ୟାପ୍ତ ସହଭାଗିତା ଯୋଗ କରିପାରି ନାହିଁ, ତେଣୁ ଏହି ନିଷ୍ପତ୍ତି ନିଆଯାଇଛି।
ଫୋନ୍ ପେ କହିଛି ଯେ, ଏନବିଏଫସି-ଏଏ ( NBFC-AA) ଲାଇସେନ୍ସ ଆରବିଆଇକୁ ଫେରାଇବାକୁ ନିଷ୍ପତ୍ତି ନେଇଛି ଏବଂ ଏଏ ସଞ୍ଚାଳନକୁ ବନ୍ଦ କରିଦେବ। ଏଏ ଲାଇସେନ୍ସରେ କମ୍ପାନୀକୁ ଉପଯୋଗକର୍ତ୍ତାଙ୍କ ସହମତିରେ ସେମାନଙ୍କ ଆର୍ଥିକ ସୂଚନା ହାସଲ କରିବା ଓ ଋଣ, କ୍ରେଡିଟ କାର୍ଡ ଭଳି ଆର୍ଥିକ ସେବା ଦେବା ପାଇଁ ବ୍ୟାଙ୍କିଙ୍ଗ ଓ ଆର୍ଥିକ ସଂସ୍ଥାଙ୍କ ସହିତ ଏହାକୁ ସେୟାର କରିବାକୁ ଅନୁମତି ମିଳିଥିଲା।
ଏହି ୱାଲମାର୍ଟ ସମୂହର ଏହି କମ୍ପାନୀଙ୍କୁ ଜୁନ ୨୦୨୩ରେ ଲାଇସେନ୍ସ ମିଳିଥିଲା । କମ୍ପାନୀ କହିଛି ଯେ, ଖୁବ୍ ଶୀଘ୍ର ଏଏ ଉପଯୋଗକର୍ତ୍ତା ଆଧାର ସହିତ ସମ୍ପର୍କ କରିବ ଓ ଏହି ନିଷ୍ପତ୍ତି ବିଷୟରେ ସେମାନଙ୍କୁ ଜଣାଇବ । ନିର୍ଦ୍ଦେଶାବଳୀ ଅନୁରୂପ ସେମାନଙ୍କୁ ସହଯୋଗ କରିବ।
ଆହୁରି ମଧ୍ୟ ଫୋନ୍ ପେ କହିଛି ଯେ, ଆମେ ଗର୍ବିତ । ଆମେ ମାତ୍ର ୨ ବର୍ଷର କମ ସମୟରେ ଆମର ଏଏ ମଞ୍ଚରେ ପାଖାପାଖି ୫ କୋଟି ଭାରତୀୟଙ୍କୁ ପଞ୍ଜିକୃତ କରିବାରେ ସକ୍ଷମ ହୋଇଛୁ। ତେବେ ପ୍ରତିଯୋଗୀ ପ୍ରତିଦ୍ଵନ୍ଦୀତା କାରଣରୁ ଆମେ ଆମ ମଞ୍ଚରେ ସେତିକି ଆର୍ଥିକ ସୂଚନା ପ୍ରଦାତା (ଏଫଆଇପି)ଙ୍କୁ ସାମିଲ କରିପାରି ନାହିଁ, ଯେତିକି ଆମେ ଚାହୁଁଥିଲୁ । ତେଣୁ, ଫୋନ୍ ପେ ଗ୍ରୁପ୍ ଆକାଉଣ୍ଟ୍ ଏଗ୍ରିଗେଟର ବ୍ୟବସାୟରୁ ବାହାରିବାକୁ ନିଷ୍ପତ୍ତି ନେଇଛି । ଏହା ବଦଳରେ ଆମେ ବଜାରରେ ଅନ୍ୟ ଏଏଙ୍କ ସହିତ ଭାଗିଦାରୀ କରିବୁ ।
Comments are closed.