Latest Odisha News

BREAKING NEWS

ଭାରତରେ ଧୀରେ ଧୀରେ ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ଦିଲ୍ଲୀ-ମୁମ୍ବାଇ ଅଧିକ ସମ୍ବେଦନଶୀଳ

ମୁମ୍ବାଇ ମାର୍ଚ୍ଚ ୧୭ ପରେ ବୁଧବାର ସର୍ବାଧିକ ନୂଆ ଆକ୍ରାନ୍ତ ରେକର୍ଡ କରିଛି । ଏହି ଲୋକାରଣ୍ୟ ସହରରେ ମୋଟ୍ କେସ୍ ୧୦,୫୮, ୫୬୭ରେ ପହଞ୍ଚିଛି

ନୂଆଦିଲ୍ଲୀ: ଭାରତରେ ପୁଣି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ବିଶ୍ୱର ଅନ୍ୟ ଦେଶମାନଙ୍କ ଅପେକ୍ଷା ଭାରତରେ ଆକ୍ରନ୍ତଙ୍କ ସଂଖ୍ୟା କମ୍ । କିନ୍ତୁ ସ୍ଥିତି ଚିନ୍ତାଜନକ । ଗୁରୁବାର ଦେଶରେ ୧୦୦୭ଟି ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହା ସହ ଆଜି ପର୍ଯ୍ୟନ୍ତ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୪, ୩୦, ୩୯, ୦୨୫ରେ ପହଞ୍ଚିଛି । ଏବେ ଦେଶରେ ମୋଟ ୧୧, ୦୫୮ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ।

ବିଶେଷ କରି ରାଜଧାନୀ ଦିଲ୍ଲୀ ଓ ମୁମ୍ବାଇରେ ଦୈନିକ ଚିହ୍ନଟ ସଂଖ୍ୟା ଚିନ୍ତା ବଢ଼ାଉଛି । ଗୁରୁବାର ୧୦୦୭ଟି ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଯାହା ପୂର୍ବ ଦିନ ଅପେକ୍ଷା କମ୍ । ବୁଧବାର ୧୦୮୮ଟି ନୂଆ କେସ୍ ଚିହ୍ନଟ ହୋଇଥିଲା । କିନ୍ତୁ ଜାତୀୟ ରାଜଧାନୀରେ କେସ୍ ପୂର୍ବ ଦିନ ଅପେକ୍ଷା ବଢ଼ିଯାଇଛି । ବୁଧବାର ଦିଲ୍ଲୀରେ ୨୦୯ ନୂଆ କେସ୍ ଥିଲା କିନ୍ତୁ ଗୁରୁବାର ଏହା ପ୍ରାୟ ୪୮ ପ୍ରତିଶତ ବଢ଼ି ୨୯୯ରେ ପହଞ୍ଚିଛି ।

ସେପଟେ, ମୁମ୍ବାଇ ମାର୍ଚ୍ଚ ୧୭ ପରେ ବୁଧବାର ସର୍ବାଧିକ ନୂଆ ଆକ୍ରାନ୍ତ ରେକର୍ଡ କରିଛି । ଏହି ଲୋକାରଣ୍ୟ ସହରରେ ମୋଟ୍ କେସ୍ ୧୦,୫୮, ୫୬୭ରେ ପହଞ୍ଚିଛି । ତେବେ ମୁମ୍ବାଇରେ ଆଗମୀ ଦିନରେ କେସ୍ ବଢ଼ିବାର ଆଶଙ୍କା କରିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ । ଆଶ୍ୱସ୍ତିକର ଖବର ହେଉଛି- ଗତ ତିନି ଦିନରେ କିଛି କରୋନା ଜନିତ ମୃତ୍ୟୁ ହୋଇନି ସହରରେ ।

ତେବେ ମୁମ୍ବାଇ କିଛି ଦିନ ଆଗରୁ ମାସ୍କ-ଫ୍ରି ହୋଇଯାଇଛି । ଯାହା ସହରକୁ ଅଧିକ ବିପଦ ଆଡ଼କୁ ଠେଲି ଦେବ ବୋଲି ମହାମାରୀ ବିଶେଷଜ୍ଞ କହୁଛନ୍ତି । ଅନ୍ୟପଟେ, ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ମାସ୍କ-ଫ୍ରି ହେବା ପରେ ବି ମାସ୍କ ପିନ୍ଧିବାକୁ ମହାରାଷ୍ଟ୍ରବାସୀଙ୍କୁ ଅନୁରୋଧ କରିଥିଲେ ।

ସୂଚନାଯୋଗ୍ୟ, ଉଭୟ ଦିଲ୍ଲୀ ଏବଂ ମୁମ୍ବାଇ ଏପ୍ରିଲ ପହିଲାରୁ ମାସ୍କ-ଫ୍ରି ହୋଇଯାଇଛନ୍ତି ।

Leave A Reply

Your email address will not be published.