Latest Odisha News

BREAKING NEWS

ଆରବ ସାଗରରେ ଆସୁଛି ବାତ୍ୟା ‘ସାହିନ୍’, ନେଇପାରେ ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମ ରୂପ

ନୂଆଦିଲ୍ଲୀ: ଆରବ ସାଗରରେ ସୃଷ୍ଟି ହେବ ବାତ୍ୟା ସାହିନ୍ । ବଙ୍ଗୋପସାଗରରେ ସୃଷ୍ଟି ବାତ୍ୟା ଗୁଲାବର ଅବଶିଷ୍ଟାଂଶରୁ ଏହାର ପୂନର୍ଜନ୍ମ ହୋଇଛି । ସାଇକ୍ଲୋନିକ ଷ୍ଟର୍ମ ନେଇ ଆଲର୍ଟ ଜାରି କରିଛି ଭାରତୀୟ ପାଣିପାଗ ବିଭାଗ । ବର୍ତ୍ତମାନ ଆରବ ସାଗରରେ ଓ୍ୱେଲ୍ ମାର୍କଡ ଲୋ ପ୍ରେସର ଅବପାତର ରୂପ ନେଇ ସାରିଛି । ଏହି ଅବପାତ ଉତ୍ତରପୂର୍ବ ଆରବ ସାଗର ଓ ସଂଲଗ୍ନ କଚ୍ଚରେ କେନ୍ଦ୍ରୀଭୂତ ରହିଛି । ଆଗାମୀ ୧୨ ଘଣ୍ଟାରେ ଏହା ଡିପ୍ ଡିପ୍ରେସନରେ ପରିଣତ ହୋଇ ଗୁଜରାଟ ଉପକୂଳ ମୁହାଁ ହେବ ।
ଗଭୀର ଅବପାତରେ ପରିଣତ ହେବା ପରେ ଏହା ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରିବ । ଅଧିକ ଘନୀଭୂତ ହୋଇ ପରବର୍ତ୍ତୀ ୨୪ ଘଣ୍ଟାରେ (କାଲି ସକାଳ ସାଢ଼େ ୫ଟା ସୁଦ୍ଧା) ସାମୁଦ୍ରିକ ଝଡ଼ ରୂପ ଧାରଣ କରିବ ବୋଲି କହିଛନ୍ତି ପାଣିପାଗ ବିଭାଗ । ବାତ୍ୟାର ନାଁ ରହିବ ସାହିନ । ଆସନ୍ତା ୨ତାରିଖରେ ବାତ୍ୟା ସିଭୟର ସାଇକ୍ଲୋନିକ ଷ୍ଟର୍ମ ବି ହୋଇପାରେ । ଏତିକିବେଳେ ପବନର ବେଗ ଘଣ୍ଟାପ୍ରତି ୯୦-୧୦୦ କିଲୋମିଟର ଓ ସ୍ଥଳବିଶେଷରେ ବଢ଼ି ୧୧୦ କିଲୋମିଟ ଛୁଇଁପାରେ ।

ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ଗୁଜରାଟର ସୌରାଷ୍ଟ୍ର, କଚ୍ଚର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି । ସେହିପରି ଗୁଜରାଟ ଓ ଦକ୍ଷିଣ କୋଙ୍କଣର କିଛି ସ୍ଥାନରେ ପ୍ରବଳ ବର୍ଷିବ । ଆଜି ସନ୍ଧ୍ୟାରୁ ଉତ୍ତର-ପୂର୍ବ ଆରବ ସାଗର ସମେତ ଗୁଜରାଟ ଓ ଦକ୍ଷିଣ ମହାରାଷ୍ଟ୍ର ଉପକୂଳରେ ସମୁଦ୍ର ଭୀଷଣ ଅଶାନ୍ତ ରହିବ । ଏଥିପାଇଁ ଆସନ୍ତା ୨ ତାରିଖ ଯାଏ ସମୁଦ୍ର ଭିତରକୁ ନଯିବା ପାଇଁ ମତ୍ସ୍ୟଜୀବୀଙ୍କୁ ସତର୍କ କରାଇଛି ପାଣିପଗ ବିଭାଗ ।

Leave A Reply

Your email address will not be published.