ନୂଆଦିଲ୍ଲୀ: ଆରବ ସାଗରରେ ସୃଷ୍ଟି ହେବ ବାତ୍ୟା ସାହିନ୍ । ବଙ୍ଗୋପସାଗରରେ ସୃଷ୍ଟି ବାତ୍ୟା ଗୁଲାବର ଅବଶିଷ୍ଟାଂଶରୁ ଏହାର ପୂନର୍ଜନ୍ମ ହୋଇଛି । ସାଇକ୍ଲୋନିକ ଷ୍ଟର୍ମ ନେଇ ଆଲର୍ଟ ଜାରି କରିଛି ଭାରତୀୟ ପାଣିପାଗ ବିଭାଗ । ବର୍ତ୍ତମାନ ଆରବ ସାଗରରେ ଓ୍ୱେଲ୍ ମାର୍କଡ ଲୋ ପ୍ରେସର ଅବପାତର ରୂପ ନେଇ ସାରିଛି । ଏହି ଅବପାତ ଉତ୍ତରପୂର୍ବ ଆରବ ସାଗର ଓ ସଂଲଗ୍ନ କଚ୍ଚରେ କେନ୍ଦ୍ରୀଭୂତ ରହିଛି । ଆଗାମୀ ୧୨ ଘଣ୍ଟାରେ ଏହା ଡିପ୍ ଡିପ୍ରେସନରେ ପରିଣତ ହୋଇ ଗୁଜରାଟ ଉପକୂଳ ମୁହାଁ ହେବ ।
ଗଭୀର ଅବପାତରେ ପରିଣତ ହେବା ପରେ ଏହା ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରିବ । ଅଧିକ ଘନୀଭୂତ ହୋଇ ପରବର୍ତ୍ତୀ ୨୪ ଘଣ୍ଟାରେ (କାଲି ସକାଳ ସାଢ଼େ ୫ଟା ସୁଦ୍ଧା) ସାମୁଦ୍ରିକ ଝଡ଼ ରୂପ ଧାରଣ କରିବ ବୋଲି କହିଛନ୍ତି ପାଣିପାଗ ବିଭାଗ । ବାତ୍ୟାର ନାଁ ରହିବ ସାହିନ । ଆସନ୍ତା ୨ତାରିଖରେ ବାତ୍ୟା ସିଭୟର ସାଇକ୍ଲୋନିକ ଷ୍ଟର୍ମ ବି ହୋଇପାରେ । ଏତିକିବେଳେ ପବନର ବେଗ ଘଣ୍ଟାପ୍ରତି ୯୦-୧୦୦ କିଲୋମିଟର ଓ ସ୍ଥଳବିଶେଷରେ ବଢ଼ି ୧୧୦ କିଲୋମିଟ ଛୁଇଁପାରେ ।

ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ଗୁଜରାଟର ସୌରାଷ୍ଟ୍ର, କଚ୍ଚର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି । ସେହିପରି ଗୁଜରାଟ ଓ ଦକ୍ଷିଣ କୋଙ୍କଣର କିଛି ସ୍ଥାନରେ ପ୍ରବଳ ବର୍ଷିବ । ଆଜି ସନ୍ଧ୍ୟାରୁ ଉତ୍ତର-ପୂର୍ବ ଆରବ ସାଗର ସମେତ ଗୁଜରାଟ ଓ ଦକ୍ଷିଣ ମହାରାଷ୍ଟ୍ର ଉପକୂଳରେ ସମୁଦ୍ର ଭୀଷଣ ଅଶାନ୍ତ ରହିବ । ଏଥିପାଇଁ ଆସନ୍ତା ୨ ତାରିଖ ଯାଏ ସମୁଦ୍ର ଭିତରକୁ ନଯିବା ପାଇଁ ମତ୍ସ୍ୟଜୀବୀଙ୍କୁ ସତର୍କ କରାଇଛି ପାଣିପଗ ବିଭାଗ ।
BREAKING NEWS
- ପୁଣି ଘୁଞ୍ଚିଲା ଡିଜିପି ନିଯୁକ୍ତି ମାମଲାର ଶୁଣାଣି
- DCP ଜଗମୋହନ ମୀନାଙ୍କ ଇସ୍ତଫାକୁ କେନ୍ଦ୍ର ଗୃହ ମନ୍ତ୍ରାଳୟର ମଞ୍ଜୁରି ପ୍ରଦାନ
- NEWBORN EXOPLANET: ଜ୍ୟୋତିର୍ବିଜ୍ଞାନୀଙ୍କ ନୂଆ ଆବିଷ୍କାର, ସୌରଜଗତ ବାହାରେ ଶିଶୁ-ଗ୍ରହ
- PM Modi Daily Diet: ୭୬ ବର୍ଷରେ ବି ଏତେ ଫିଟ୍ କେମିତି? ଜନ୍ମଦିନରେ ଜାଣନ୍ତୁ ସକାଳରୁ ରାତି ଯାଏଁ କ’ଣ ଖାଆନ୍ତି…କ’ଣ କରନ୍ତି PM ମୋଦି…
- ୨୦୨୯ ପୂର୍ବରୁ UCC! ସଂସଦ ନୁହେଁ, ରାଜ୍ୟ ରାଜ୍ୟରେ ଲାଗୁ କରିବାକୁ କାହିଁକି ପ୍ରସ୍ତୁତି ଜୋରଦାର?
- Maoist Leader Asim Mandal:ଟପ୍ ମାଓବାଦୀ ନେତା ଅସୀମ ମଣ୍ଡଳଙ୍କ ଆତ୍ମସମର୍ପଣ;ମୁଣ୍ଡରେ ଥିଲା ୨.୨୦ କୋଟି
- KING COMING: ବଦଳିବନି ରିଲିଜ୍ ଡେଟ୍, ଡିସେମ୍ବର ୨୪ରେ “କିଙ୍ଗ” ରିଲିଜ୍
- ୧ ମିନିଟରେ ୧୦୩ ଥର ଫୁଲ କଣ୍ଟାକ୍ଟ ନି-ଷ୍ଟ୍ରାଇକ୍ କରି ଇଣ୍ଡିଆ ବୁକ ଅଫ ରେକର୍ଡ କଲେ ସଚିନ
- Dogs On Office Table: ଅଫିସ୍ ଟେବୁଲ୍ ଉପରେ ବୁଲା କୁକୁର ଛାଡିଲେ ନେତା! ଅଜବ ପ୍ରତିବାଦର ଭିଡିଓ ଭାଇରାଲ୍
- ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ଆଶଙ୍କା, ୟେଲୋ ୱାର୍ଣ୍ଣିଂ ଜାରି

Comments are closed.