Latest Odisha News

‘ପିକେ’ ଅଭିନେତା ଜାଗେଶ ମୁକ୍ତିଙ୍କ ଦେହାନ୍ତ

ମୁମ୍ବାଇ: ଟେଲି ଧାରାବାହିକ ‘ଶ୍ରୀ ଗଣେଶ’ରେ ଭଗବାନ ଗଣେଶଙ୍କ ଭୂମିକାରେ ଅଭିନୟ କରିଥିବା ଅଭିନେତା ଜାଗେଶ ମୁକ୍ତିଙ୍କର ବୁଧବାର ଦିନ ‌ଦେହାନ୍ତ ଘଟିଛି।

ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୪୭ ବର୍ଷ ବୟସ ହୋଇଥିଲା।

ଖବର ଅନୁଯାୟୀ, ଅଭିନେତା ଜଣଙ୍କୁ ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ ହେବାରୁ ତାଙ୍କୁ ମୁମ୍ବାଇର ଜୁହୁ ସ୍ଥିତ କ୍ରିଟିକା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ଗତ ବୁଧବାର ଦିନ ତାଙ୍କର ଆଜମା ଆଟାକ୍ ହେବା କାରଣରୁ ଏବଂ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା।

ଜାଗେଶଙ୍କ ବନ୍ଧୁ, ଅଭିନେତା ସଞ୍ଜୟ ଗୋରାଡିଆ ଦି ଇଣ୍ଡିଆନ ଏକ୍ସପ୍ରେସକୁ କହିଛନ୍ତି, “ଜାଗେଶଙ୍କର ଦୀର୍ଘ ବର୍ଷ ଧରି ଆଜମା ଏବଂ ମେଦବହୁଳତା ସମ୍ବନ୍ଧୀୟ ସ୍ୱାସ୍ଥ୍ୟ ସମସ୍ୟା ରହିଥିଲା। ସେ କାମ କରୁଥିଲେ ଏବଂ ଡାଏଟିଂ କରୁଥିଲେ, କିନ୍ତୁ ଲକଡାଉନ ଯୋଗୁଁ ସେ ନିଜର ଓ୍ବାର୍କ-ଆଉଟ ଠିକ୍ ସେ‌ କରିପାରିଲେ ନାହିଁ। ଯାହା ଫଳରେ ତାଙ୍କର ଆଜମା ଆଟାକ୍ ବାହାରିଥିଲା।

ଟେଲି ଶୋ ‘ଅମିତା କା ଅମିତ’ରେ ଜାଗେଶ ଦର୍ଶକଙ୍କୁ ଖୁବ ହସାଇଥିଲେ। ସେ ଅମୀର ଖାନଙ୍କ ‘ପି.କେ’ ଏବଂ ସିଦ୍ଧାର୍ଥ ମଲହୋତ୍ରାଙ୍କ ‘ହସି ତୋ ଫସି’ ଭଳି ଅନେକ ସିନେମାରେ କାମ କରିଥିଲେ। ଏହାଛଡା ସେ ଗୁଜୁରାଟୀ ଫିଲ୍ମ ଇଣ୍ଡଷ୍ଟ୍ରିରେ ମଧ୍ୟ ଜଣେ ଜଣାଶୁଣା ଅଭିନେତା ଥିଲେ। ତାଙ୍କ ଦେହାନ୍ତରେ ଫିଲ୍ମ ଜଗତରେ ଶୋକରେ ଛାୟା ଖେଳିଯାଇଛି।

Leave A Reply

Your email address will not be published.