Latest Odisha News

ଘରେ ଲଗାନ୍ତୁ ମନିପ୍ଲାଣ୍ଟ ଗଛ : ହେବ ଧନର ବର୍ଷା

ଓଡ଼ିଶା ସମ୍ବାଦ ବ୍ୟୁରୋ: ମନିପ୍ଲାଣ୍ଟ, ଏହି ଗଛର ନାମରୁ ହିଁ ଜଣାଯାଏ ଏହାକୁ ଲଗାଇବା ଦ୍ୱାରା ଘରେ ମା’ଲକ୍ଷ୍ମୀଙ୍କ ବାସ ହୋଇଥାଏ। ଘରେ ସୁଖ-ସମୃଦ୍ଧି ରହିଥାଏ। ଧନର ଆଗମନ ସହ ଧନ ପ୍ରାପ୍ତି ପାଇଁ ଲୋକେ ଏହାକୁ ଘରେ ଲଗାଇ ଥାଆନ୍ତି। ସେଭଳି କିଛି ଲୋକେ ଏପରି ମଧ୍ୟ କହିଥାଆନ୍ତି ଏହି ଗଛ ଲଗାଇବା ପରେ ମଧ୍ୟ ସୁଫଳ ମିଳୁ ନାହିଁ। ତେବେ ଏହା ପଛରେ କିଛି କାରଣ ରହିଛି। ଆପଣଙ୍କର ଯଦି ଏହି ସମସ୍ୟା ରହିଛି, ତେବେ ଏହି ଦିଗ ପ୍ରତି ଧ୍ୟାନ ଦିଅନ୍ତୁ। ସୁଫଳ ସହ ଏହି ସମସ୍ୟା ଦୂର ହେବ। ଜାଣନ୍ତୁ..

ମନିପ୍ଲାଣ୍ଟକୁ କଦାପି ଉପରୁ ତଳ ଆଡକୁ କରି ରଖନ୍ତୁ ନାହିଁ। ଏହାକୁ ସର୍ବଦା ତଳୁ ଉପର ଆଡକୁ ରଖନ୍ତୁ। ଏହାକୁ ନୀଳ ରଙ୍ଗର ବୋତଲରେ ପାଣିରେ ପକାଇ ଏକ ଚାନ୍ଦି ଟଙ୍କା ପକାଇ ଘରର ଉତ୍ତର ଦିଗରେ ରଖନ୍ତୁ। ଏହାଦ୍ୱାରା ଆର୍ଥିକ କ୍ଷେତ୍ରରେ ଥିବା ସମସ୍ତ ସମସ୍ୟା ଦୂର ହୋଇଥାଏ। ଆର୍ଥିକ କ୍ଷେତ୍ରରେ ଲାଭ ହୋଇଥାଏ। ମାତ୍ର ଏହାର ପାଣିକୁ ବଦଳାନ୍ତୁ। ଘରର ପୂଜା ଘରେ ଏକ ପାତ୍ରରେ ପାଣିରେ ମନିପ୍ଲାଣ୍ଟକୁ ରଖିବା ଦ୍ୱାରା ପରିବାର ସଦସ୍ୟଙ୍କ ଉତ୍ତମ ସ୍ୱାସ୍ଥ୍ୟ ରହିଥାଏ। ରୋଗ ଦୂରେଇ ରହିଥାଏ। ମାତ୍ର ପ୍ରତ୍ୟେକ ଦିନ ଏହାର ପାଣିକୁ ବଦଳାଇବେ। ସ୍ୱାସ୍ଥ୍ୟ ସମସ୍ୟା ଲାଗି ରହୁଥିଲେ,ଏହା ଦୂର ହୋଇଥାଏ।

ଆପଣ ମନିପ୍ଲାଣ୍ଟ ଗଛକୁ କାହାଠାରୁ କିଣିକି କିମ୍ବା ନର୍ସରୀରୁ ଆଣିକି କିମ୍ବା କୈାଣସି ରାସ୍ତା କଡ଼ରୁ କି ଅନାବନା ସ୍ଥାନରୁ ଆଣି ଲଗାନ୍ତୁ ନାହିଁ। ଏହି ଗଛ ଆଣିବାର ଅଛି ତ ଯାହା ପାଖରେ ଏହି ଗଛ ଅଛି ତାଙ୍କ ଠାରୁ ଆଣି ଲଗାନ୍ତୁ। ମନିପ୍ଲାଣ୍ଟକୁ କେବେବି ଐଶାନ୍ୟ କୋଣ କିମ୍ବା ଉତ୍ତର ପୂର୍ବ ଦିଗରେ ରଖନ୍ତୁ ନାହିଁ ଏହାଦ୍ୱାରା ଧନବେୟ ,ଶରୀର ଏବଂ ସମ୍ପର୍କ ମଧ୍ୟରେ ନକରାତ୍ମକ ପ୍ରଭାବ ପଡିଥାଏ।ଏହି ଗଛକୁ ଘରର ପୂର୍ବ ଦକ୍ଷିଣ କିମ୍ବା ଆଗ୍ନେୟ କୋଣରେ ଲଗାନ୍ତୁ।

ମନିପ୍ଲାଣ୍ଟ ଗଛରେ ପାଣି ଦେବାବେଳେ ପାଣିରେ ଅଳ୍ପ କ୍ଷୀର ମିଶାଇ ଦିଅନ୍ତୁ।ଯଦି ଆପଣ ମନିପ୍ଲାଣ୍ଟକୁ ବୋତଲ ଭିତରେ ଲଗାଇଛନ୍ତି ତାହେଲେ ଏହି ପାଣିକୁ ସବୁଦିନ ପରିବର୍ତ୍ତନ କରନ୍ତୁ କେବେବି ଆପଣ ଗଛକୁ ଝାଉଁଳିବାକୁ କିମ୍ବା ଶୁଣିବାକୁ ଦିଅନ୍ତୁ ନାହିଁ କିମ୍ବା ସିଧାସଳଖ ସୂର୍ଯ୍ୟ କିରଣରେ ଗଛକୁ ରଖନ୍ତୁ ନାହିଁ।

Leave A Reply

Your email address will not be published.