Latest Odisha News

BREAKING NEWS

ନାଟ୍ୟକାର ରମେଶ ପ୍ରସାଦ ପାଣିଗ୍ରାହୀ ପାଇଲେ ‘ଗୁରୁକୃପା ସମ୍ମାନ’

ଭୁବନେଶ୍ୱର : ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ କଳାଶ୍ରମ ପକ୍ଷରୁ ସ୍ଥାନୀୟ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରରେ ‘ଗୁରୁକୃପା ସମ୍ମାନ ପ୍ରଦାନ ଉତ୍ସବ ‘ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ନାଟ୍ୟକାର ରମେଶ ପ୍ରସାଦ ପାଣିଗ୍ରାହୀଙ୍କୁ ‘ଗୁରୁକୃପା ସମ୍ମାନ – ୨୦୨୨’ ଏବଂ ତବଲା ବାଦକ ଗୁରୁ କୁଳମଣି ସାହୁଙ୍କୁ ‘ସୃଜନଶୀଳ ପ୍ରତିଭା ସମ୍ମାନ’ ପ୍ରଦାନ କରାଯାଇଥିଲା।

ଏହି ସମାରୋହରେ ବିଧାୟକ ପ୍ରଫୁଲ୍ଲ କୁମାର ସାମଲ ମୁଖ୍ୟ ଅତିଥି ଭାବରେ ଏବଂ ବିଧାୟକ ରାଜ କିଶୋର ଦାସ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ବିଧାୟକ ମୁକେଶ ପାଳ ଏବଂ ଅଶୋକ କୁମାର ତ୍ରିପାଠୀ ଅନ୍ୟତମ ଅତିଥି ଭାବରେ ଯୋଗ ଦେଇଥିଲେ।

କାର୍ଯ୍ୟକ୍ରମର ଶେଷ ଭାଗରେ ବିଭିନ୍ନ ଅନୁଷ୍ଠାନର ଶିଳ୍ପୀମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। କଳାଶ୍ରମର ଉପଦେଷ୍ଟା ମନୋଜ ଦାସଙ୍କ ସ୍ୱାଗତ ଭାଷଣରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମକୁ ଗୁରୁ ନିତ୍ୟାନନ୍ଦ ଦାସ ପରିଚାଳନା କରିଥିଲେ ।

Comments are closed.