Latest Odisha News

BREAKING NEWS

ମୟୂରଭଞ୍ଜ ବୈଶିଙ୍ଗାରେ ଲଜ୍ଜା, ଜଙ୍ଗଲରେ +୩ ଛାତ୍ରୀଙ୍କୁ ଗଣଦୁଷ୍କର୍ମ

ମୟୂରଭଞ୍ଜ : ବୈଶିଙ୍ଗା ଥାନା ୧୮ ନମ୍ବର ଜାତୀୟ ରାଜପଥ କଳମାରେ ଲଜ୍ଜା । ପ୍ରେମିକକୁ ମାଡ଼ ମାରି +୩ରେ ପଢୁଥିବା ପ୍ରେମିକାଙ୍କୁ ଉଠାଇ ନେଇ ଜୋର ଜବରଦସ୍ତ ଦୁଷ୍କର୍ମ କରିଛନ୍ତି ତିନି ଜଣ ଯୁବକ । ଏଭଳି ଏକ ଲଜ୍ଜାଜନକ ଘଟଣାକୁ ନେଇ ମୟୂରଭଞ୍ଜ ବୈଶିଙ୍ଗା ଥାନା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି । ଏନେଇ ଅଭିଯୋଗ ପରେ ପୋଲିସ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

ସୂଚନା ଅନୁସାରେ, ଶୁକ୍ରବାର ସନ୍ଧ୍ୟାରେ +୩ରେ ପଢୁଥିବା ବାଲେଶ୍ବର ଅଞ୍ଚଳର ଜଣେ ଛାତ୍ରୀ ନିଜର ପ୍ରେମିକ ସହ ବାଇକ୍‌ରେ ବାଲେଶ୍ବରରୁ ବାରିପଦା ଅଭିମୁଖେ ଆସୁଥିଲେ । କିନ୍ତୁ ସେମାନେ କଳମା ଛକ ନିକଟରେ ଅଟକି ଥିଲେ । ଠିକ୍‌ ଏହି ସମୟରେ ବାଙ୍କତିରା ଅଞ୍ଚଳର ଦୁଇ ଜଣ ଯୁବକ ବାଇକ୍‌ରେ ଆସି ସେମାନଙ୍କ ପାଖରେ ଅଟକି ଥିଲେ । ଯୁବତୀଙ୍କୁ ଦେଖି ଗାଁର ଆଉ ଜଣେ ସାଙ୍ଗଙ୍କୁ ଡାକିଥିଲେ । ପରେ ୩ ଜଣ ଯୁବକ ଛାତ୍ରୀଙ୍କ ପ୍ରେମିକଙ୍କୁ ମାଡ ମାରିବା ସହ ଗଛରେ ବାନ୍ଧି ପକାଇଥିଲେ । ଏହାପରେ ଛାତ୍ରୀ ଜଣଙ୍କୁ ଜଙ୍ଗଲ ଭିତରକୁ ଟେକି ନେଇ ଜଣକ ପରେ ଜଣେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି ।

ସୌଭାଗ୍ୟକୁ ବୈଶିଙ୍ଗା ଥାନା ପୋଲିସ ସେହି ରାସ୍ତାରେ ପାଟ୍ରୋଲିଂ କରୁଥିବା ବେଳେ, ରାସ୍ତାର ଦୁଇ ପାର୍ଶ୍ବରେ ବାଇକ୍ ଦେଖି ସନ୍ଦେହରେ ଅଟକିଥିଲା । ମାଡ଼ ଖାଇ ଗଛରେ ବନ୍ଧା ହୋଇଥିବା ପ୍ରେମିକଙ୍କୁ ଉଦ୍ଧାର କରିବା ସହ ପୂରା ଘଟଣା ଜାଣିବାକୁ ପାଇଥିଲା ପୋଲିସ । ଏହା ପରେ ପୋଲିସ ଜଙ୍ଗଲ ଭିତରକୁ ଯାଇ ଯୁବତୀଙ୍କୁ ଉଦ୍ଧାର କରିବା ସହିତ ଗୋଟିଏ ମନିପର୍ସ ଓ ଅଭିଯୁକ୍ତଙ୍କ ବାଇକ୍‌ ଜବତ କରିଥିଲା ।

ପୋଲିସ ମନିପର୍ସ ଓ ବାଇକ୍‌ର ତଥ୍ୟ ପାଇବା ପରେ ଏକ ସ୍ପେଶାଲ ଟିମ୍ ଗଠନ କରି ରାତି ଅଧିଆ ବାଙ୍କତିରା ଗାଁରେ ପହଞ୍ଚିଥିଲା । ମାମଲାରେ ୩ ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଦୁଷ୍କର୍ମର ଶିକାର ହୋଇଥିବା ଛାତ୍ରୀଙ୍କ ଡାକ୍ତରୀ ମାଇନା କରିଛି ପୋଲିସ । ଘଟଣାରେ ଅଭିଯୁକ୍ତଙ୍କୁ କଠୋର ଦଣ୍ଡ ଦେବାକୁ ଦାବି ହୋଇଛି ।

Leave A Reply

Your email address will not be published.