Latest Odisha News

ଖୁବ ଶୀଘ୍ର ପ୍ରକାଶ ପାଇବ ଯୁକ୍ତ ଦୁଇ ପରୀକ୍ଷା ଫଳ; ୨୮ରେ ତାରିଖ ଘୋଷଣା

ଭୁବନେଶ୍ୱର: ମାଟ୍ରିକ ରେଜଲ୍ଟ ପ୍ରକାଶ ପାଇବା ପରେ ଏବେ ଅପେକ୍ଷା କେବେ ପ୍ରକାଶ ପାଇବ ଯୁକ୍ତ ଦୁଇ ପରୀକ୍ଷା ଫଳ । ଏ ନେଇ ଆଜି ସୂଚନା ଦେଇଛନ୍ତି ଉଚ୍ଚ ମାଧ୍ୟମି୍କ ଶିକ୍ଷା ପରିଷଦ । ଯୁକ୍ତ ଦୁଇ ପରୀକ୍ଷା ଫଳ କେବେ ପ୍ରକାଶ ପାଇବ ସେ ନେଇ ତାରିଖ ଘୋଷଣା  ୨୮ରେ କରାଯିବ । 

 ପ୍ରଥମେ ବିଜ୍ଞାନ ଓ ତା’ ପରେ  ବାଣିଜ୍ୟ ପରୀକ୍ଷା ଫଳ ତାରିଖ ଘୋଷଣା ହେବ ।ଶେଷରେ କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ ପ୍ରକାଶିତ ହେବ ବୋଲି ସିଏଚଏସଇ  ସୂଚନା ମିଳିଛି ।  ତେବେ ମେ’ ୩୦ କିମ୍ବା ୩୧ରେ ବିଜ୍ଞାନ ଓ ବାଣିଜ୍ୟ ଫଳ ପ୍ରକାଶ ପାଇବାର ସମ୍ଭାବନା ରହିଛି । ସେହିପରି ୮ ଜୁନ୍ ସୁଦ୍ଧା  କଳା ଓ ଧନ୍ଦାମୂଳକ ଫଳାଫଳ ୂପ୍ରକାଶ ପାଇପାରେ ବୋଲି ଅନୁମାନ କରାଯାଉଛି । । ତେବେ ୨୮ ମେ’ରେ ଫଳ ପ୍ରକାଶ ନେଇ ତାରିଖ ଘୋଷଣା କରିବ ଉଚ୍ଚଶିକ୍ଷା ପରିଷଦ ।

ସୂଚନାଥାଉ କି, ଯୁକ୍ତ ଦୁଇ ପରୀକ୍ଷା ମାର୍ଚ୍ଚ ୧ରୁ ଆରମ୍ଭ ହୋଇଥିଲା । ମୋଟ୍‌ ୧୧୪୫ ପରୀକ୍ଷା କେନ୍ଦ୍ରରେ ସାଢେ଼ ୩ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ଏପ୍ରିଲ ୫ରେ ପରୀକ୍ଷା  ଶେଷ ହୋଇଥିଲା। ଏଥରୁ କଳାରେ ୨ଲକ୍ଷ ୧୯ହଜାର ୧୧୦, ବିଜ୍ଞାନରେ ୯୧,୩୭୯, ବାଣିଜ୍ୟରେ ୨୩,୧୪୮ଜଣ ଓ ଧନ୍ଦାମୂଳକ ଶିକ୍ଷାରେ ୫ହଜାର ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ।

ଅନ୍ୟପକ୍ଷେ  ମେ’ ୨୯ ତାରିଖରୁ ଯୁକ୍ତ ୨ ନାମଲେଖା ପାଇଁ ଆବେଦନ ହେବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି। ଉଚ୍ଚ ଶିକ୍ଷା ବିଭାଗର ପୋର୍ଟାଲ SAMS ଜରିଆରେ କମନ ଆପ୍ଲିକେସନ ଫର୍ମ ଜରିଆରେ ଛାତ୍ରଛାତ୍ରୀ ଆବେଦନ   କରିପାରିବେ ।

ଜୁନ ୨୦ ଆବେଦନ କରିବାର ଶେଷ ତାରିଖ ରହିଥିବା ବେଳେ ଜୁନ ୨୮ ତାରିଖରେ ପ୍ରକାଶ ପାଇବ ପ୍ରଥମ ମେରିଟ୍‌ ଲିଷ୍ଟ। ୨୯ ଜୁନରୁ ୫ ଜୁଲାଇ ମଧ୍ୟରେ ପ୍ରଥମ ମେରିଟ ଲିଷ୍ଟରେ ଥିବା ଛାତ୍ରଛାତ୍ରୀ ଆଡମିଶନ ବା ନାମଲେଖାଇ କରିପାରିବେ। ସେହିପରି ୧୩ ଜୁଲାଇରେ ଦ୍ବିତୀୟ ପର୍ଯ୍ଯାୟ ମେରିଟ୍ ଲିଷ୍ଟ ପ୍ରକାଶ ପାଇବ। ସେମାନେ ୧୪ ଜୁଲାଇରୁ ୧୭ ଜୁଲାଇ ମଧ୍ଯରେ ନାମ ଲେଖାଇ ପାରିବ। ଚଳିତ ଥର ସ୍ପଟ ଆଡମିଶନ ପାଇଁ ଅନ୍ ଲାଇନ୍ ବ୍ୟବସ୍ଥା ହୋଇପାରେ। ୨୯ ଜୁଲାଇରୁ ଯୁକ୍ତ ଦୁଇ ପାଇଁ ପାଠ ପଢ଼ା ଆରମ୍ଭ ହେବ। ସାରା ରାଜ୍ୟରେ ଯୁକ୍ତ ଦୁଇରେ ୫ ଲକ୍ଷ ୯ ହଜାର ସିଟ୍ ସଂଖ୍ୟା ରହିଛି।

Leave A Reply

Your email address will not be published.