Latest Odisha News

BREAKING NEWS

ତୁମେ ବେଷ୍ଟ; ମୋଦି ଓ ମେଲୋନୀଙ୍କୁ ନେଇ ପୁଣି ଚର୍ଚ୍ଚା

ନୂଆଦିଲ୍ଲୀ: କାନାଡାର କାନାନାସ୍କିସରେ ମଙ୍ଗଳବାର ଦିନ ଅନୁଷ୍ଠିତ ଜି-୭ ଶିଖର ସମ୍ମିଳନୀ ସମୟରେ ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଥିଲେ। ସେମାନଙ୍କ ସାକ୍ଷାତର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିବା ପରେ ମେଲୋନି କହିଛନ୍ତି ଯେ ସେ ‘ବେଷ୍ଟ’ ଏବଂ ସେ ତାଙ୍କ ପରି ‘ହେବାକୁ ଚେଷ୍ଟା କରୁଛନ୍ତି’। ଜବାବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହସି ହସି ଇଟାଲୀ ପ୍ରଧାନମନ୍ତ୍ରୀଙ୍କ ଆଡ଼କୁ ‘ଥମ୍ବସ୍ ଅପ୍’ ଚିହ୍ନ ଦେଖାଇଥିଲେ। ଭିଡିଓରେ ଉଭୟ ନେତାଙ୍କୁ ପରସ୍ପରର ସହ ହାତ ମିଳାଉଥିବା ଦେଖିବାକୁ ମିଳିଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ‘ଏକ୍ସ’ ରେ ଇଟାଲୀ ପ୍ରଧାନମନ୍ତ୍ରୀଙ୍କ ସହ ସାକ୍ଷାତକାରର ଏକ ଫଟୋ ସେୟାର କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଲେଖିଛନ୍ତି ଯେ, ‘ଇଟାଲୀ ସହିତ ଭାରତର ବନ୍ଧୁତା ଆହୁରି ମଜବୁତ ହେବ, ଯାହା ଆମ ଲୋକଙ୍କୁ ବହୁତ ଲାଭ ଦେବ!’ ଦୁଇ ନେତାଙ୍କ ମଧ୍ୟରେ ହୋଇଥିବା ଆଲୋଚନା ଇଟାଲୀ ଏବଂ ଭାରତ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ସମ୍ପର୍କକୁ ମଧ୍ୟ ପ୍ରତିଫଳିତ କରେ। ଏହି ଆଲୋଚନା ସମୟରେ ଉଭୟ ନେତା ସ୍ଥିରତା, ଶକ୍ତି ଏବଂ ଶିଳ୍ପ ଭଳି କ୍ଷେତ୍ରରେ ସହଯୋଗ ପ୍ରୟାସ ପାଇଁ ଉତ୍ସାହ ପ୍ରକାଶ କରିଥିଲେ।

 

Comments are closed.