Latest Odisha News

BREAKING NEWS

୩ କୋଟି ମହିଳା ହେବେ ଲକ୍ଷପତି ଦିଦି, ୭୦ ଲକ୍ଷ ମହିଳାଙ୍କ ଖାତାକୁ ଗଲା ୬୫୫କୋଟି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତକାଲି ଛଡିଶଗଡ଼ ରାଜଧାନୀ ରାୟପୁରରେ ମହିଳାମାନଙ୍କୁ ଆର୍ଥିକ ସହାୟତା ଯୋଗାଇଦେବା ପାଇଁ ଆରମ୍ଭ ହୋଇଥିବା ମହତାରୀ ବନ୍ଦନା ଯୋଜନାର ଶୁଭାରମ୍ଭ କରିଛନ୍ତି । ଏଥିସହ ଏହି ଯୋଜନାର ପ୍ରଥମ କିସ୍ତି ଜାରି କରିଛନ୍ତି । ଏହି ଯୋଜନା ମାଧ୍ୟମରେ ବିବାହତି ମହିଳାମାନଙ୍କୁ ମାସିକ ୧ ହଜାର ଟଙ୍କା ମିଳିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜରିଆରେ ୭୦ ଲକ୍ଷରୁ ଅଧିକ ମହିଳାମାନଙ୍କୁ ୬୫୫ କୋଟି ଟଙ୍କା ଡିବିଟି ମାଧ୍ୟମରେ ବ୍ୟାଙ୍କ ଆକାଉଣ୍ଟକୁ ଯିବ ।

ମହତାରୀ ବନ୍ଦନ ଯୋଜନାକୁ ଲଞ୍ଚ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଆଜି ନାରୀ ଶକ୍ତିଙ୍କୁ ଶସକ୍ତ କରିବା ଉଦ୍ଦେଶ୍ୟରେ ଆରମ୍ଭ ହୋଇଥିବା ମହତାରୀ ବନ୍ଦନା ଯୋଜନାର ଶୁଭାରମ୍ଭ କରିବାକୁ ମୋତେ ସୁଯୋଗ ମିଳିଥିବାରୁ ମୁଁ ଧନ୍ୟମନେ କରୁଛି । ଏହି ଯୋଜନା ଅଧିନରେ ୭୦ ଲକ୍ଷ ମହିଳାଙ୍କୁ ପ୍ରତି ମାସରେ ବିନା କୌଣସି ଅସୁବିଧାରେ ୧ହଜାର ଟଙ୍କା ଦେବାର ପ୍ରତିଜ୍ଞା କରିଥିଲୁ । ଏବଂ ଆଜି ଆମେ ତାହା ପୁରଣ କରିଛୁ । ମୋଦୀ କହିଛନ୍ତି ଯେ, ଏହି ଯୋଜନା ଅଦିନରେ ମହିଳାଙ୍କ ଖାତାକୁ ୬୫୫କୋଟିର ପ୍ରଥମ କିସ୍ତି ପଠାଇଦିଆଯାଇଛି । ଯେତେବେଳେ ମା-ଭଉଣୀ ମାନେ ଶକ୍ତ ହେବେ ତେବେ ଯାଇ ପୁରା ପରିବାର ଶକ୍ତ ହେବ । ଏଥିପାଇଁ ରାଜ୍ୟରେ ଡବଲ୍ ଇଞ୍ଜିନ ସରକାରର ପ୍ରାଥମିକତା ମା-ଭଉଣୀ ମାନଙ୍କ କଲ୍ୟାଣ ଅଟେ । ଏହି ଯୋଜନା ମାଧ୍ୟମରେ ଛଡିଶଗଡ଼ରେ ବିବାହିତ ମହିଳାମାନଙ୍କ ଆକାଉଣ୍ଟରେ ବାର୍ଷିକ ୧୨ ହଜାର ଟଙ୍କା ପଠାଯିବ । ତେବେ ଭିଡିଓ କନଫରେନ୍ସିଙ୍ଗ ଜରିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଯୋଜନାକୁ ଲଞ୍ଚ କରିଛନ୍ତି ।

ପ୍ରଧାନମନ୍ତ୍ରୀ ଏହି ଯୋଜନାକୁ ଲଞ୍ଚ କରିବା ସମୟରେ କହିଛନ୍ତି ଯେ, ୧୦ ବର୍ଷରେ ଆମ ସରକାର ସ୍ୱୟଂ ସହାୟତା ଗୋଷ୍ଠୀର ୧୦ କୋଟିରୁ ଅଧିକ ମହିଳାଙ୍କ ଜୀବନରେ ପରିବର୍ତ୍ତନ ଆଣିଛନ୍ତି । ଏକ କୋଟିରୁ ଅଧିକ ମହିଳାମାନେ ଲକ୍ଷପତି ଦିଦି ହୋଇସାରିଛନ୍ତି । ବର୍ତ୍ତମାନ ଆମେ ୩ କୋଟି ମହିଳାଙ୍କୁ ଲକ୍ଷପତି ଦିଦି କରିବାକୁ ସଂକଳ୍ପ ନେଇଛୁ । ମୋଦୀ ଆହୁରି ମଧ୍ୟ କହିଛନ୍ତି ଯେ, ଏହି ଯୋଜନା ଅଧିନରେ ଦେଶର ୩କୋଟି ମହିଳାଙ୍କୁ ଆମେ ଲକ୍ଷପତି ଦିଦି କରିବାର ଲକ୍ଷ ରଖିଛୁ । ଏବେ ପ୍ରତି ପରିବାରକୁ ମହିଳାଙ୍କ ନାଁରେ ପକ୍କା ଘର ମିଳୁଛି । ଉଜ୍ଜଳା ଯୋଜନା ଅଧିନରେ ମହିଳାଙ୍କୁ ଶସ୍ତାରେ ରୋଷେଇ ଗ୍ୟାସ ମିଳୁଛି ।

Leave A Reply

Your email address will not be published.