Latest Odisha News

BREAKING NEWS

ରାଷ୍ଟ୍ରୀୟ ସ୍ୱଚ୍ଛତା କେନ୍ଦ୍ରର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆଜି ରାଷ୍ଟ୍ରୀୟ ସ୍ୱଚ୍ଛତା କେନ୍ଦ୍ରର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରାଜଘାଟ ନିକଟରେ ଆରଏସକେ ସଭାଗାରରେ ଏହାର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ । ଅପରାହ୍ଣ ୪ଟାରେ କାର୍ଯ୍ୟକ୍ରମ ରହିଛି । ଏହି କେନ୍ଦ୍ରକୁ ମହାତ୍ମାଗାନ୍ଧିଙ୍କ ଉଦ୍ଦେଶ୍ୟରେ ସମର୍ପିତ କରାଯିବ ।

ରାଷ୍ଟ୍ରୀୟ ସ୍ୱଚ୍ଛତା କେନ୍ଦ୍ରର ଉଦଘାଟନ ସହ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ କାର୍ଯ୍ୟକ୍ରମ ରହିଛି । ଏହି ଅବସରରେ ୩୬ ସ୍କୁଲ ଛାତ୍ରଙ୍କ ସହ ପ୍ରଧାନମନ୍ତ୍ରୀ କଥା ହେବେ । ୩୬ ଜଣ ଛାତ୍ରଛାତ୍ରୀ ୩୬ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ପ୍ରତିନିଧିତ୍ୱ କରିବେ ।

ଆଗାମୀ ପିଢିଙ୍କୁ ସ୍ୱଚ୍ଛ ଭାରତ ମିଶନର ସଫଳ ଯାତ୍ରା ସମ୍ପର୍କରେ ଅବଗତ କରାଇବା ଏହି କେନ୍ଦ୍ର ପ୍ରତିଷ୍ଠାର ମୂଳ ଉଦ୍ଦେଶ୍ୟ । ଏଠାରେ ଲୋକଙ୍କୁ ସ୍ୱଚ୍ଛତା ସମ୍ପର୍କରେ ସୂଚନା ଓ ଶିକ୍ଷା ପ୍ରଦାନ ସହ ସଚେତନ କରାଯିବ ।

Leave A Reply

Your email address will not be published.