Latest Odisha News

BREAKING NEWS

୭୧ ବର୍ଷରେ ପଦାର୍ପଣ କଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ୭୧ ବର୍ଷରେ ପଦାର୍ପଣ କଲେ ପ୍ରଧାନମନ୍ତ୍ରୀ ମ‌ୋଦୀ। ରାଷ୍ଟ୍ରପତି ରାମ ନାଥ କୋବିନ୍ଦ, କେନ୍ଦ୍ର ମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଶୁକ୍ରବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ତାଙ୍କ ଜନ୍ମଦିନରେ ଶୁଭେଚ୍ଛା ଜଣାଇଛନ୍ତି। ଆଜି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ୭୧ ବର୍ଷ ବୟସ ହୋଇଛି।

“ରାଷ୍ଟ୍ରପତି କୋବିନ୍ଦ ଟ୍ୱିଟ କରି କହିଛନ୍ତି ‌ଯେ ଜନ୍ମଦିନର ଶୁଭେଚ୍ଛା ଏବଂ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଶୁଭେଚ୍ଛା। ମୁଁ ଆପଣଙ୍କୁ ସ୍ବାସ୍ଥ୍ୟ ଏବଂ ଦୀର୍ଘ ଜୀବନ କାମନା କରୁଛି ।

ଗୃହମନ୍ତ୍ରୀ ଅମିତ ଶାହା ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପ୍ରଶଂସା କରି ତାଙ୍କୁ ଜ୍ମନଦିନର ଶୁଭେଚ୍ଛା ଜଣାଇଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ମଧ୍ୟ ତାଙ୍କୁ ଜନ୍ମଦିବସର ଅଭିନନ୍ଦନ ଜଣାଇବା ସହିତ ନରେନ୍ଦ୍ର ମୋଦୀ ତାଙ୍କ କାର୍ଯ୍ୟକାଳ ମଧ୍ୟରେ ବିକାଶ ତଥା ଉତ୍ତମ ଶାସନ କ୍ଷେତ୍ରରେ ଅନେକ ନୂତନ ଅଧ୍ୟାୟ ଲେଖିଛନ୍ତି ଏବଂ ଭାରତକୁ ଏକ ଶକ୍ତିଶାଳୀ, ସମୃଦ୍ଧ ତଥା ଗର୍ବିତ ଦେଶ କରିବାର ସ୍ୱପ୍ନକୁ ପୂରଣ କରିବେ ବୋଲି ସେ ଚାହୁଁଛନ୍ତି।

“ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଧ୍ୟ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ତାଙ୍କ ଜନ୍ମଦିନରେ ଶୁଭେଚ୍ଛା ଜଣାଇବା ସହ ତାଙ୍କର ଦୀର୍ଘ ଏବଂ ସୁସ୍ଥ ଜୀବନ ପାଇଁ କାମନା କରିଛନ୍ତି।

Leave A Reply

Your email address will not be published.