Latest Odisha News

BREAKING NEWS

G20 ସମ୍ମିଳନୀରେ ସି ଜିନପିଙ୍ଗଙ୍କ ସହ ହାତ ମିଳାଇଲେ ପିଏମ୍ ମୋଦି

ନୂଆଦିଲ୍ଲୀ: ଦୀର୍ଘ ଦେଢ଼ ବର୍ଷରୁ ଅଧିକ ସମୟ ହେଲା ଏଲଏସିରେ ଭାରତ-ଚୀନ ମଧ୍ୟରେ ତିକ୍ତତା ଲାଗି ରହିଛି । ଅନ୍ୟପଟେ କରୋନା ପରେ ଭାରତ ଅନେକ ଚୀନ ସାମଗ୍ରୀ ଆମଦାନୀ ଉପରେ କଟକଣା ଲଗାଇଛି । ଯାହାକୁ ନେଇ ଚୀନ ମଧ୍ୟ ଭାରତ ଉପରେ ଖପ୍ପା ରହିଛି । ଏଭଳି ସ୍ଥିତିରେ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭେଟିଲେ କ’ଣ ହେବ ? ଏହା ଉପରେ ଦେଶ କାହିଁକି ସାରା ବିଶ୍ୱର ନଜର ରହିଛି ।

ଇଣ୍ଡୋନେସିଆର ବାଲିରେ ଜି୨୦ ସମ୍ମିଳନୀ ଚାଲିଛି । ଜି୨୦ ସମ୍ମିଳନୀରେ ସି ଜିନପିଙ୍ଗଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହାତ ମିଳାଇଛନ୍ତି । ଉଭୟ ନେତା କରମର୍ଦ୍ଦନ କରିଥିବା ବେଳେ ସେଠାରେ ଦୁଇ ଦେଶ ମଧ୍ୟରେ କୌଣସି ଦ୍ୱିପାକ୍ଷିକ ଆଲୋଚନା କାର୍ଯ୍ୟକ୍ରମ ନଥିବା ଜଣାପଡ଼ିଛି ।

ଜି୨୦ରେ ଆୟୋଜିତ ଡିନରରେ ସି ଜିନପିଙ୍ଗଙ୍କ ସହ ମୋଦି ଭିଡିଓରେ ନଜର ଆସିଛନ୍ତି । ତେବେ ପୂର୍ବ ଲଦାଖରେ ଚୀନର ଅସ୍ତ୍ରବିରତି ପରେ ପ୍ରଥମଥର ପାଇଁ ୨ ରାଷ୍ଟ୍ରର ସର୍ବୋଚ୍ଚ ନେତା ସ୍ପରସ୍ପରକୁ ଭେଟିଥିଲେ ମଧ୍ୟ ଏଲଏସି ବିବାଦ ନେଇ କୌଣସି ଆଲୋଚନା କରି ନଥିବା ଜଣାପଡ଼ିଛି ।

Leave A Reply

Your email address will not be published.