Latest Odisha News

BREAKING NEWS

ଆଜିଠୁ କମିବ ବର୍ଷା ! ଛତିଶଗଡ ମୁହାଁ ସକ୍ରିୟ ଲଘୁଚାପ କ୍ଷେତ୍ର

ଭୁବନେଶ୍ବର : ଆଜିଠୁ ରାଜ୍ୟରେ ବର୍ଷାର ପରିମାଣ କମିବାର ସମ୍ଭାବନା ରହିଛି  ।କାରଣ ସକ୍ରିୟ ଲଘୁଚାପ କ୍ଷେତ୍ରଟି ଧୀରେ ଧୀରେ ଛତିଶଗଡ ମୁହାଁ ହେଉଛି । ଆଗାମୀ ୪ରୁ ୫ଦିନ ଯାଏଁ ବିଶେଷ ବର୍ଷା ହେବାର ସମ୍ଭାବନା ନାହିଁ । ଏ ନେଇ ଟ୍ବିଟ୍ କରି ସୂଚନା ଦେଇଛି ପାଣିପାଗ ବିଭାଗ  । ସେପଟେ ନିଅଣ୍ଟିଆ ବର୍ଷା ପାଇଁ ଚାଷ ଜମି ଫାଟି ଆଁ କଲାଣି ତ ଆଉ କେଉଁଠି ପ୍ରବଳ ବର୍ଷା ପାଇଁ ଫସଲ ପାଣିରେ ବୁଡିଲାଣି  । ମୌସୁମୀର ଲୁଚକାଳି ଖେଳ ଚାଷୀକୂଳକୁ ଚିନ୍ତାରେ ପକାଇଛି  ।

ଚଳିତ ମାସରେ ସବୁଠୁ କମ୍ ବର୍ଷା ରେକର୍ଡ କରାଯାଇଛି । ବର୍ଷା ଅଭାବରୁ ଖରିଫ ଫସଲ ଉତ୍ପାଦନ ପ୍ରଭାବିତ ହେବାର ଆଶଙ୍କା ରହିଛି । ଚଳିତ ଖରିଫ ଋତୁରେ ଧାନ ଠାରୁ ଆରମ୍ଭ କରି ସୋୟାବିନ ଉତ୍ପାଦନ ହ୍ରାସ ପାଇପାରେ । ସ୍ୱଳ୍ପ ବର୍ଷା ଯୋଗୁଁ ଆଗାମୀ ରବି ଋତୁରେ ଗହମ, ସୋରିଷ ସମେତ ଅନ୍ୟାନ୍ୟ ଫସଲ ଉତ୍ପାଦନ ପ୍ରଭାବିତ ହେବାର ଆଶଙ୍କା ରହିଛି । ଗହମ ଚାଷ ପାଇଁ ଜମିରେ ଆର୍ଦ୍ରତା ଜରୁରୀ । ଚଳିତ ମୌସୁମୀ ବର୍ଷାରେ ଜମିରେ ଆର୍ଦ୍ରତା ନଥିବାରୁ ଗହମ ଉତ୍ପାଦନ ସିଧାସଳଖ ପ୍ରଭାବିତ ହୋଇପାରେ । ଯାହାଦ୍ୱାରା ସମ୍ପୂର୍ଣ୍ଣ ଭାବେ ଦେଶର ଆର୍ଥିକ ଅଭିବୃଦ୍ଧି ଉପରେ ପ୍ରଭାବ ପଡ଼ିପାରେ ।

Leave A Reply

Your email address will not be published.