Latest Odisha News

BREAKING NEWS

ରାସ୍ତା କଡରୁ ମିଳିଲା ମୃତଦେହ ,ପୋଲିସ ଆରମ୍ଭ କଲା ଖୋଳତାଡ

ଭଦ୍ରକ : ଭଦ୍ରକରେ ଚାଞ୍ଚଲ୍ୟ । ରାସ୍ତା କଡରୁ ମିଳିଲା ମୃତ ଦେହ । ଭଦ୍ରକ ହଳଦୀଡିହ ପଞ୍ଚାୟତରେ ରାସ୍ତା କଡରୁ ପୋଲିସ ଜଣେ ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର କରିଛି । ମୃତ ବ୍ୟକ୍ତି ଜଣକ ହେଲେ ପୀରହାଟ ମାଲପୁର ଅଞ୍ଚଳର ନବଘନ ସାହୁ ବୋଲି ଜଣାପଡ଼ିଛି। ପୋଲିସ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।

ସୂଚନା ଅନୁସାରେ ଆଜି ସକାଳୁ ଭଦ୍ରକ ପୁରୁଣା ବଜାର ଥାନା ଅନ୍ତର୍ଗତ ହଳଦୀଡିହ ନାଥ ସାହି ପେଟ୍ରୋଲ ପମ୍ପ ନିକଟରେ ଜଣେ ବ୍ୟକ୍ତିଙ୍କ ମୃତ ଦେହ ପଡ଼ିଥିବା କିଛି ସ୍ଥାନୀୟ ଲୋକମାନେ ଦେଖିଥିଲେ।ପରେ ଘଟଣା ସ୍ଥଳରେ ବହୁ ଲୋକ ରୁଣ୍ଡ ହୋଇଯାଇଥିଲେ।ପୁରୁଣା ବଜାର ଥାନା ଅଧିକାରୀ ଖବର ପାଇ ଘଟଣା ସ୍ଥଳରେ ପହଁଚି ସ୍ଥିତି ଅନୁଧ୍ୟାନ କରିଥିଲେ।

। ପରିବାର ଲୋକେ ଘଟଣା ସ୍ଥଳରେ ପହଁଚିଛନ୍ତି।ନବଘନ ଦୀର୍ଘ ଦିନ ଧରି ଭଦ୍ରକ ବାଇପାସରେ ଏକ ହୋଟେଲରେ କାମ କରୁଥିଲେ। ତେବେ ନବଘନଙ୍କ କିପରି ଭାବରେ ମୃତ୍ୟୁ ହେଲା ପୋଲିସ ତଦନ୍ତ ଆରମ୍ଭ କରିଛି।

Leave A Reply

Your email address will not be published.