Latest Odisha News

ଅନୁଗୁଳରେ କଲରାପତିଆ ବାଘର ମୃତଦେହ ଉଦ୍ଧାର

ଅନୁଗୁଳ : ଅନୁଗୁଳ ଜିଲ୍ଲାରେ ଥିବା ଆଠମଲ୍ଲିକ୍ ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ହାତୀଧାରା ଜଙ୍ଗଲରୁ ଶୁକ୍ରବାର ଦିନ ଉଦ୍ଧାର ହୋଇଥିବା କଲରାପତିଆ ବାଘର ମୃତଦେହକୁ ଶନିବାର ଦିନ ବ୍ୟବଚ୍ଛେଦ କରାଯାଇଛି ।

ଗଣମାଧ୍ୟମକୁ ସୂଚନା ଦେଇ ଆଠମଲ୍ଲିକ ଡିଏଫଓ କହିଛନ୍ତି, ବନ କର୍ମଚାରୀମାନେ ଶୁକ୍ରବାର ଦିନ କଲରାପତିଆ ବାଘଟିର ମୃତଦେହ ଦେଖିବା ପରେ ତୁରନ୍ତ ବନବିଭାଗର କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ।

ଖବର ପାଇ ଅନୁଗୁଳ ବନ୍ୟ ସଂରକ୍ଷକ ଓ ଆଠମଲ୍ଲିକ ଫରେଷ୍ଟ ରେଞ୍ଜଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ।

ପରେ ମୃତଦେହକୁ ଆଠମଲ୍ଲିକ୍ ରେଞ୍ଜ କାର୍ଯ୍ୟାଳୟକୁ ନିଆଯାଇଥିଲା ଏବଂ ଶନିବାର ଦିନ ମୃତ କଲରାପତରିଆ ବାଘର ବ୍ୟବଚ୍ଛେଦ କରାଯାଇଥିଲା । ପୋଷ୍ଟମଟର୍ମ ପରେ ଶବକୁ ବନ କର୍ମଚାରମାନେ ପୋଡି ଦେଇଥିବା ନେଇ ସୂଚନା ମିଳିଛି ।

ଏହି କଲରାପତିଆ ବାଘଟିର ବୟସ ପ୍ରାୟ ୩ ବର୍ଷ ହେବ ବୋଲି ବନବିଭାଗ କର୍ତ୍ତୃପକ୍ଷ ପ୍ରକାଶ କରିଛନ୍ତି । ତେବେ ମୃତ ବାଘଟିର ଶବ ବ୍ୟବଚ୍ଛେଦ ହେବା ପରେ ହିଁ ପ୍ରକୃତ ରହସ୍ୟ ଜଣା ପଡ଼ିବ ବୋଲି ବନବିଭାଗ କର୍ତ୍ତୃପକ୍ଷ ସୂଚନା ପ୍ରଦାନ କରିଛନ୍ତି ।

Leave A Reply

Your email address will not be published.