Latest Odisha News

ପାରା ବ୍ୟାଡମିଂଟନ ୱାର୍ଲ୍ଡ ଚାମ୍ପିୟନଶିପ: ରେକର୍ଡ ୫ମ ଥର ଟାଇଟଲ ହାସଲ କଲେ ଓଡିଶାର ପ୍ରମୋଦ

ଭୁବନେଶ୍ୱର: ଓଡିଶାର ପ୍ରମୋଦ ଭଗତ ବିଡବ୍ଲ୍ୟୁଏଫ ପାରା ବ୍ୟାଡମିଂଟନ ବିଶ୍ୱ ଚାମ୍ପିୟନଶିପରେ ନୂତନ କୀର୍ତିମାନ ସ୍ଥାପନ କରିଛନ୍ତି । ୩୫ ବର୍ଷୀୟ ପ୍ରମୋଦ ଓଭରାଲ ୫ମ ଏବଂ କ୍ରମାଗତ ତୃତୀୟ ଥର ପାଇଁ ଏସଏଲ ୩ ବିଭାଗରେ ଟାଇଟଲ ହାସଲ କରିଛନ୍ତି । ଫାଇନାଲରେ ପ୍ରମୋଦ ଇଂଲଣ୍ଡର ଡାନିଏଲ ବେଥେଲଙ୍କୁ ୧୪-୨୧, ୨୧-୧୫ ଓ ୨୧-୧୪ରେ ପରାସ୍ତ କରିଥିଲେ । ପ୍ରଥମ ସେଟ ହାରିବା ସତ୍ୱେ ସେ ଚମତ୍କାର ପ୍ରଦର୍ଶନ କରି ବାକି ୨ଟି ସେଟ ଜିତିବା ସହ ମ୍ୟାଚକୁ ଜିତି ନେଇଥିଲେ । ଏଥିପାଇଁ ତାଙ୍କୁ ୧ ଘଂଟା ୪୦ ମିନିଟ ସମୟ ଲାଗିଥିଲା । ମ୍ୟାଚ ପରେ ସେ କହିଛନ୍ତି ମୋ ଆଦର୍ଶ ଲିନ ଡାନଙ୍କ ରେକର୍ଡ ସହ ସମକକ୍ଷ ହେବା ଗର୍ବର ବିଷୟ ।

ଚୀନର ଲିନ ୨୦୦୬, ୨୦୦୭, ୨୦୦୯, ୨୦୧୧ ଓ ୨୦୧୩ରେ ଟାଇଟଲ ହାସଲ କରିଥିବା ବେଳେ ଭଗତ ୨୦୦୯, ୨୦୧୫, ୨୦୧୯ ଓ ୨୦୨୪ରେ ଚାମ୍ପିୟନ ହୋଇଛନ୍ତି । ଭଗତ ପୁରୁଷ ଡବଲ୍ସ ବିଭାଗରେ ସୁଶାନ୍ତ କଦମଙ୍କ ସହ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । ସେହିପରି ମନୀଷା ରାମଦାସଙ୍କ ସହ ମିକ୍ସଡ ଡବଲ୍ସରେ ରୌପ୍ୟ ପଦକ ଜିତି ଶ୍ରେଷ୍ଠ ପ୍ରଦର୍ଶନ କରିଥିଲେ ।

Leave A Reply

Your email address will not be published.