Latest Odisha News

BREAKING NEWS

ଭାରତୀୟ ମାଟିରେ ସର୍ବାଧିକ ୱିକେଟ ନେବାରେ ରେକର୍ଡ କଲେ ଅଶ୍ୱୀନ

ରାଂଚୀ: ଭାରତର ମହାନ ସ୍ପିନର ରବିଚନ୍ଦ୍ରନ ଅଶ୍ୱୀନ ଇଂଲଣ୍ଡ ବିପକ୍ଷ ଚତୁର୍ଥ କ୍ରିକେଟ ଟେଷ୍ଟରେ ନିଜ ନାମରେ ଆଉ ଏକ କୀର୍ତିମାନ ଯୋଡିଛନ୍ତି । ଟେଷ୍ଟରେ ୫୦୦ ୱିକେଟ ଲ୍ୟାଣ୍ଡମାର୍କ ଛୁଇଁଥିବା ଅଶ୍ୱୀନ ଭାରତ ମାଟିରେ ସର୍ବାଧିକ ୱିକେଟ ହାସଲ କରିଥିବା ବୋଲର ସାଜିଛନ୍ତି । ସେ ଅନୀଲ କୁମ୍ବଲେ ଓ କପିଳ ଦେବଙ୍କୁ ମଧ୍ୟ ପଛରେ ପକାଇ ଦେଇଛନ୍ତି । କୁମ୍ବଲେ ଭାରତରେ ୬୩ ମ୍ୟାଚ ଖେଳି ୩୫୦ ୱିକେଟ ନେଇଥିଲେ । ଅଶ୍ୱୀନ ୫୯ ମ୍ୟାଚରେ ୩୫୪ ୱିକେଟ ହାସଲ କରିଛନ୍ତି । ତାଙ୍କ ପଛକୁ ହରଭଜନ ସିଂ ୫୫ ମ୍ୟାଚରେ ୨୬୫ ଓ କପିଳ ଦେବ ୬୫ ମ୍ୟାଚରେ ୨୧୯ ୱିକେଟ ନେଇଥିଲେ । ରବୀନ୍ଦ୍ର ଜାଡେଜା ୪୩ ମ୍ୟାଚରେ ୨୧୧ ୱିକେଟ ହାସଲ କରିଛନ୍ତି ।

ଗୋଟିଏ ଇନିଂସରେ ସର୍ବାଧିକ ଥର ୫ ୱିକେଟ ହାସଲରେ କୁମ୍ବଲେଙ୍କ ସହ ସମକକ୍ଷ ହୋଇଛନ୍ତି । କୁମ୍ବଲେ ୧୩୨ ଟେଷ୍ଟରେ ୩୫ ଥର ଏହି ସଫଳତା ହାସଲ କରିଥିବା ବେଳେ ଅଶ୍ୱୀନ ୯୯ ଟେଷ୍ଟରେ ସମକକ୍ଷ ହୋଇଛନ୍ତି । ଓଭରାଲ ଏହି ତାଲିକାରେ ମୁଥୟା ମୁରଲୀଧରନ ରହିଛନ୍ତି । ସେ ୬୭ ଥର ଏହି ସଫଳତା ହାସଲ କରିଛନ୍ତି । ତାଙ୍କ ପଛକୁ ଶେନ ୱାର୍ଣ୍ଣେ (୩୭) ଓ ରିଚାର୍ଡ ହାଡଲୀ(୩୬) ରହିଛନ୍ତି ।

Leave A Reply

Your email address will not be published.