Latest Odisha News

ରାଜ୍ୟସଭା: ନିରାଶ ହେଲେ ପ୍ରସନ୍ନ ପାଟ୍ଟଶାଣୀ

ଭୁବନେଶ୍ୱର: ଅଶାୟୀ ପ୍ରାର୍ଥୀ ହେଲେ ନିରାଶ । ପ୍ରାର୍ଥୀ ଘୋଷଣା ପରେ ରାଜ୍ୟସଭାକୁ ଯିବା ପାଇଁ ମନବଳାଇ ବସିଥିବା ଟାଣୁଆ ନେତା ତଥା ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀଙ୍କୁ ନିରାଶ ହେବାକୁ ପଡିଛି । ରାଜ୍ୟସଭା ରେସ୍‌ରୁ ତାଙ୍କୁ ବାଦ୍ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
୨୦୧୯ ନିର୍ବାଚନରେ ଦଳୀୟ ଟେକଟରୁ ବଂଚିତ ହୋଇଥିବା ପାଟ୍ଟଶାଣୀଙ୍କୁ ରାଜ୍ୟସଭାକୁ ପଠାଯିବ ବୋଲି ସେତେବେଳେ ବିଜେଡି ସୁପ୍ରିମୋ କହିଥିଲେ । ହେଲେ କିଛି ଦିନ ପୂର୍ବରୁ ସେ ଦେଇଥିବା ଏକ ବୟାନ ତାଙ୍କୁ ଅଡୁଆରେ ପକାଇଛି । ତାଙ୍କ ବୟାନ ପାଇଁ ରାଜ୍ୟସଭାର ରାସ୍ତା ବନ୍ଦ ହୋଇଯାଇଥିବା ନେଇ ଆକଳନ ହେଉଛି ।
ଅନ୍ୟପଟେ ରାଜ୍ୟସଭା ଆଶାୟୀ ଚ୍ୟାଉ ପଟ୍ଟନାୟକଙ୍କୁ ଥଇଥାନ୍ କରିଛନ୍ତି ବିଜେଡ଼ି ସୁପ୍ରିମୋ । ରାଜ୍ୟସଭା ପ୍ରାର୍ଥୀ ହେବା ପାଇଁ ଲବି କରୁଥିବା ବିଜେଡ଼ିର ପୁରୁଖା ନେତା ରମେଶ ଚ୍ୟାୟ ପଟ୍ଟନାୟକଙ୍କୁ କ୍ୟାବିନେଟ୍ ପାହ୍ୟା ମିଳିଛି । ରମେଶଙ୍କୁ ଓଡ଼ିଶା ନିର୍ମାଣ ବୋର୍ଡ଼ର ଅଧ୍ୟକ୍ଷ ଦାୟିତ୍ୱ ଦେଇଛନ୍ତି ନବୀନ ।

Leave A Reply

Your email address will not be published.