Latest Odisha News

BREAKING NEWS

ଲାଞ୍ଚ ନେବା ବେଳେ ମେଡିକାଲ ଅଫିସରଙ୍କୁ ଧରିଲା ଭିଜିଲାନ୍ସ

ସୁନ୍ଦରଗଡ଼: ଲାଞ୍ଚ ନେଉଥିଲେ ମେଡିକାଲ୍ ଅଫିସର । ରେଡ୍ ହ୍ୟାଣ୍ଡ ଧରିଲା ଭିଜିଲାନ୍ସ । ସୁନ୍ଦରଗଡ଼ ହେମଗିରି ସିଏସିର ମେଡିକାଲ୍ ଅଫିସର ଇନଚାର୍ଜ ଡାକ୍ତର ଶ୍ରଦ୍ଧାକର ଗଡତିଆ । ପାଞ୍ଚ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ତାଙ୍କୁ ଧରିଛି ଭିଜିଲାନ୍ସ ବିଭାଗ । ହେମଗିରି ହସ୍ପିଟାଲର ଜଣେ ମହିଳା ସ୍ୱାସ୍ଥ୍ୟକର୍ମୀ କଳ୍ପନା ପଟେଲଙ୍କଠାରୁ ସେ ଲାଞ୍ଚ ନେଉଥିଲେ ।

ଛୁଟି ମଞ୍ଜୁର କରିବା ପାଇଁ ଲାଞ୍ଚ ଦାବି କରିଥିଲେ ଡାକ୍ତର ଗଡତିଆ । ଲାଞ୍ଚ ନେଇଥିବା ଟଙ୍କା ବି ଜବତ କରିଛି ଭିଜିଲାନ୍ସ । ଏହାପରେ ତାଙ୍କର ସରକାରୀ ବାସଭବନ, ହେମଗିରି ହସ୍ପିଟାଲରେ ଥିବା ଅଫିସ ଚାମ୍ବର ଓ ସମ୍ୱଲପୁର ଟାଉନରେ ଥିବା ବାସଭବନରେ ରେଡ୍ ଚାଲିଛି ।

Leave A Reply

Your email address will not be published.