Latest Odisha News

BREAKING NEWS

ବିଜେପିରେ ମିଶିଲେ ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର

ଭୁବନେଶ୍ବର: ପଦ୍ମ ଧରିଲେ ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର । ଆଜି ସକାଳେ ବିଜେଡିରୁ ଇସ୍ତଫା ଦେଇଥିଲେ ପ୍ରିୟଦର୍ଶୀ ମିଶ୍ର । ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ ସେ ଦଳରେ ସାମିଲ ହୋଇଛନ୍ତି । ଏହି ସମୟରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ରାଜ୍ୟ ବିଜେପି ନିର୍ବାଚନ ପ୍ରଭାରୀ ବିଜୟପାଲ ସିଂହ ତୋମାର ଓ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ପ୍ରମୁଖ ଉପସ୍ଥିତ ଥିଲେ ।

ବିଜେଡିର ଜଣେ ଟାଣୁଆ ନେତା ଥିଲେ ପ୍ରିୟଦର୍ଶୀ । ବିଜେଡି ଟିକେଟ୍ ରୁ ୨୦୧୪ ରେ ସେ ଉତ୍ତର ଭୁବନେଶ୍ୱର ଆସନରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । କିନ୍ତୁ ୨୦୧୯ରେ ତାଙ୍କୁ ଟିକେଟ୍ ଦିଆଯାଇ ନଥିଲା । ଏହାପରେ ଦଳ ତାଙ୍କୁ ଅଣଦେଖା କରିବା ସହ ବାରମ୍ବାର ଅବହେଳା କରାଯାଉଥିବା କହିଛନ୍ତି ପ୍ରିୟଦର୍ଶୀ ।

ସେ ଆହୁରି କହିଛନ୍ତି ଯେ, ‘୨୦୨୪ରେ ଟିକେଟ୍ କଥା ଦେଖାଯିବ ବୋଲି କୁହାଯାଇଥିଲା । ପରେ ମୋତେ ହାଉସିଂ ବୋର୍ଡ କର୍ପୋରେସନ ଦାୟିତ୍ୱ ଦିଆଯାଇଥିଲା । ଅଧାରୁ ସେ ଦାୟିତ୍ୱ ମଧ୍ୟ ମୋ ଠାରୁ ଛଡ଼ାଇ ନିଆଯାଇଥିଲା । ତା’ସହିତ ୨୦୨୪ରେ ନିର୍ବାଚନ ଲଢ଼ିବ ବୋଲି କୁହାଯାଇଥିଲା । ହେଲେ ମୋତେ କୌଣସି ଦାୟିତ୍ବ ଦିଆଯାଇନଥିଲା ଫଳରେ ବାଧ୍ୟ ହୋଇ ମୁଁ ଇସ୍ତଫା ଦେଲେ’ ।

Leave A Reply

Your email address will not be published.