Latest Odisha News

ମହିଳା ସଂରକ୍ଷଣ ବିଲ୍ ଆମ ସମୟର ସବୁଠୁ ବଡ଼ ବୈପ୍ଲବିକ ପରିବର୍ତ୍ତନ: ରାଷ୍ଟ୍ରପତି

ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବୁଧବାର କହିଛନ୍ତି, ସଂସଦରେ ଓ ବିଧାନସଭାରେ ମହିଳାଙ୍କ ପାଇଁ ଏକ ତୃତୀୟାଂଶ ଆସନ ସଂରକ୍ଷଣ ପାଇଁ ଉଦ୍ଦିଷ୍ଟ ମହିଳା ସଂରକ୍ଷଣ ବିଲ୍ ଲିଙ୍ଗଗତ ନ୍ୟାୟ ପାଇଁ ଆମ ସମୟର ସବୁଠାରୁ ପରିବର୍ତ୍ତନଶୀଳ ବିପ୍ଳବ ହେବ।

ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଆୟୋଜିତ ଏସିଆ ପାସିଫିକର ଜାତୀୟ ମାନବାଧିକାର ଅନୁଷ୍ଠାନ (NHRIs)ର ବାର୍ଷିକ ସମ୍ମିଳନୀରେ ଯୋଗଦେଇ ଦ୍ରୌପଦୀ ମୁର୍ମୁ ଏହା କହିଛନ୍ତି। ମହିଳା ସଂରକ୍ଷଣ ବିଲ୍ ମଙ୍ଗଳବାର ନୂଆ ସଂସଦ ଭବନରେ ଆଗତ ହୋଇଥିବା ପ୍ରଥମ ବିଲ୍ ଥିଲା। ଏହି ବିଲକୁ ନେଇ ଏବେ ସାରା ଦେଶରେ ବିତର୍କ ଆରମ୍ଭ ହେବା ସହ ମହିଳାଙ୍କ ଭାଗିଦାରୀ କିଭଳି ସକରାତ୍ମକ ରହିବ ସେ ବାବଦରେ ଆଲୋଚନା ହେଉଛି। ଆଉ ବିଲ୍ ଆଗତ ହେବାର ଦିନକ ପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୀ ଏପରି ଏକ ବୟାନ ରଖିଛନ୍ତି ଦେଶବାସୀଙ୍କ ଉଦ୍ଦେଶ୍ୟରେ।

ସ୍ଥାନୀୟ ନିର୍ବାଚନ ପାଇଁ ମହିଳାମାନଙ୍କ ପାଇଁ ସର୍ବନିମ୍ନ 33 ପ୍ରତିଶତ ସ୍ଥାନ ସଂରକ୍ଷଣକୁ ଆମେ ସୁନିଶ୍ଚିତ କରିଛୁ ବୋଲି ମୁର୍ମୁ କହିଛନ୍ତି। ଅଧିକ ସୁଖଦ ସଂଯୋଗରେ ରାଜ୍ୟ ବିଧାନସଭା ଓ ଦେଶର ସଂସଦରେ ମହିଳାଙ୍କ ପାଇଁ ସମାନ ସଂରକ୍ଷଣ ବ୍ୟବସ୍ଥାର ପ୍ରସ୍ତାବ ଏବେ ରୂପ ନେଉଛି। ଲିଙ୍ଗଗତ ନ୍ୟାୟ ପାଇଁ ଏହା ଆମ ସମୟର ସବୁଠାରୁ ପରିବର୍ତ୍ତନକାରୀ ବିପ୍ଳବ ହେବ ବୋଲି ସେ କହିଛନ୍ତି।

ଏହି ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି, ବିଭିନ୍ନ ଦେଶର NHRIs ସଦସ୍ୟ ଏବଂ ବରିଷ୍ଠ ଅଧିକାରୀମାନେ। ଏଥିରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପ୍ରତିନିଧିମାନେ, ରାଜ୍ୟ ମାନବାଧିକାର ଓ ଜାତୀୟ ମାନବାଧିକାର ସଦସ୍ୟ।

Leave A Reply

Your email address will not be published.