Latest Odisha News

BREAKING NEWS

ତୁର୍କୀକୁ ସମବେଦନା ଜଣାଇବା ବେଳେ ଭୁଜ ସ୍ମୃତି ମନେ ପକାଇ ଭାବୁକ ହେଲେ ମୋଦି

ନୂଆଦିଲ୍ଲୀ: ତୁର୍କୀ ଏବଂ ସିରିଆରେ ହୋଇଥିବା ଭୟଙ୍କର ଭୂକମ୍ପରେ ହଜାର ହଜାର ଲୋକ ପ୍ରାଣ ହରାଇଛନ୍ତି । ହଜାର ହଜାର  ଲୋକ ଧ୍ୱଂସ ସ୍ତୁପ ତଳେ ଚାପି ହୋଇ ରହିଛନ୍ତି । ତୁର୍କୀର ଏ ଛାତିଥରା ଦୃଶ୍ୟ ସାରା ବିଶ୍ୱକୁ ସ୍ତବ୍ଧ କରି ଦେଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ତୁର୍କୀର ଏପରି ସ୍ଥିତିରେ ଶୋକ ପ୍ରକାଶ କରି ଭାବୁକ ହୋଇ ପଡିଛନ୍ତି । ଏହି ଅବସରରେ ସେ ୨୦୦୧ରେ ଗୁଜରାଟର ଭୁଜରେ ହୋଇଥିବା ଭୟଙ୍କର ଭୂକମ୍ପକୁ ମନେ ପକାଇଛନ୍ତି । ଏହି ଭୂକମ୍ପରେ ହଜାର ହଜାର ଲୋକଙ୍କ ଜୀବନ ଚାଲି ଯାଇଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତୀୟ ଜନତା ପାର୍ଟିର ସଂସଦୀୟ ଦଳ ବୈଠକକୁ ସମ୍ବୋଧିତ କରିବା ଅବସରରେ ଦୁଃଖଦ ସ୍ମୃତିକୁ ମନେ ପକାଇବା ସହ ତୁର୍କୀବାସୀଙ୍କ ପ୍ରତି ସମବେଦନା ଜଣାଇଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି ୨୦୦୧ରେ ଯେତେବେଳେ ଭୁଜରେ ଭୂମିକମ୍ପ ଆସିଥିଲା ସେତେବେଳେ ଗୁଜରାଟର ମୁଖ୍ୟମନ୍ତ୍ରୀ ଥିଲେ  ନରେନ୍ଦ୍ର ମୋଦି । ସେ ସମୟରେ ଉଦ୍ଧାର କାର୍ଯ୍ୟ ପାଇଁ ବହୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥିଲା । ସେଦିନର କଥା ମନେ ପକାଇ  ସେ କହିଛନ୍ତି, ‘ମୁଁ ଅନୁଭବ କରିପାରୁଛି, ଏହି ସମୟରେ ତୁର୍କିରେ ପରିସ୍ଥିତି କ’ଣ ଥିବ ଏବଂ ସେଠିକାର ଲୋକମାନେ କି ସମସ୍ୟା ଦେଇ ଗତି କରୁଥିବେ   । ’ ଏପରି ସ୍ଥିତିରେ ପ୍ରଧାନମନ୍ତ୍ରୀ ତୁର୍କୀ ଏବଂ ସିରିଆକୁ ଯଥା ସମ୍ଭବ ସହାୟତା ଯୋଗାଇ ଦେବାପାଇଁ ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି ପ୍ରଧାନମନ୍ତ୍ରୀ ।

ଏଠି ମନେ ପକାଇ ଦେବାକୁ ଚାହିଁବୁ, ଭାରତର କଚ୍ଛ ଓ ଭୁଜରେ ଜାନୁଆରୀ ୨୬,  ୨୦୦୧ରେ ଭୟଙ୍କର ଭୂକମ୍ପ ହୋଇଥିଲା । ଏହି ଭୂକମ୍ପର ତୀବ୍ରତା ଥିଲା ୭.୭ । କଚ୍ଛ ଓ ଭୁଜରେ ୩୦ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଥିଲେ । ଦେଢ ଲକ୍ଷରୁ ଅଧିକ ଲୋକଙ୍କ ଜୀବନ ଯାଇଥିଲା । ଭୂକମ୍ପରେ ଗୁଜରାଟର ୪ ଲକ୍ଷରୁ ଅଧିକ ଘର ମାଟିରେ ମିଶି ଯାଇଥିଲା । ଏହି ଭୂକମ୍ପର ପ୍ରଭାବ ପାକିସ୍ତାନରେ ବି ଦେଖିବାକୁ ମିଳିଥିଲା ।

 

Leave A Reply

Your email address will not be published.