Latest Odisha News

BREAKING NEWS

ଗୁଜରାଟ କାଳିକ ମାତାଙ୍କ ମନ୍ଦିର ଯିବେ ପ୍ରଧାନମନ୍ତ୍ରୀ

ଗୁଜରାଟରେ ପ୍ରାୟ ୨୧ ହଜାର କୋଟିରୁ ଅଧିକ ଟଙ୍କା ମୂଲ୍ୟର ପ୍ରକଳ୍ପ ଉଦଘାଟନ ଓ ଶିଳାନ୍ୟାସ କରିବେ ।

ନୂଆଦିଲ୍ଲୀ:  ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦି ଜୁନ ୧୭ ଓ ୧୮ ଦୁଇଦିନ ଧରି ଗୁଜରାଟ ଗସ୍ତ କରିବେ ।  ଜୁନ ୧୮ ତାରିଖ ପୂର୍ବାହ୍ନ ପ୍ରାୟ ୯.୧୫ ମିନିଟରେ ପ୍ରଧାନମନ୍ତ୍ରୀ ପାଭଗଡ଼ ପାହାଡ଼ରେ ପୁନଃନିର୍ମିତ ଶ୍ରୀ କାଳିକା ମାତା ମନ୍ଦିର ଦର୍ଶନ କରି ଏହାର ଉଦଘାଟନ କରିବେ । ପାଭଗଡ଼ ପାହାଡ଼ ଉପରେ ଥିବା ଶ୍ରୀ କାଳୀକ ମାତାଙ୍କ ପୁନଃବିକଶିତ ମନ୍ଦିରକୁ ପ୍ରଧାନମନ୍ତ୍ରୀ ଉଦଘାଟନ କରିବେ । ଏହା ସେ ଅଞ୍ଚଳର ସବୁଠାରୁ ପୁରୁଣା ମନ୍ଦିର ଓ ଏଠାକୁ ବହୁ ଦର୍ଶନାର୍ଥୀ ଆସିଥାନ୍ତି । ମନ୍ଦିରରେ ପୁନର୍ବିନ୍ୟାସ ଦୁଇଟି ପର୍ଯ୍ୟାୟରେ କରାଯାଇଛି । ପ୍ରଥମ ପର୍ଯ୍ୟାୟ ପୁନର୍ବିନ୍ୟାସ ଉଦଘାଟନ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଚଳିତ ବର୍ଷ ଏପ୍ରିଲ ମାସରେ କରାଯାଇଛି, ଦ୍ୱିତୀୟ ପର୍ଯ୍ୟାୟ ପୁନଃର୍ବିନ୍ୟାସ ଯାହାକୁ ପ୍ରଧାନମନ୍ତ୍ରୀ ଉଦଘାଟନ କରିବେ ଏହାର ଶିଳାନ୍ୟାସ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ୨ଠ୧୭ ମସିହାରେ କରାଯାଇଥିଲା । ଏଥିମଧ୍ୟରେ ମନ୍ଦିର ମୂଳଦୁଆ, ପରସ୍ପର ତିନିଟି ପର୍ଯ୍ୟାୟରେ ହୋଇଛି ।

ପରେ ପରେ ପ୍ରାୟ ସାଢ଼େ ଏଗାରଟା ବେଳେ ସେ ଭିରାସତ ଭ୍ୟାନ ପରିଦର୍ଶନ କରିବେ । ପରେ ଦିନ ପ୍ରାୟ ସାଢ଼େ ବାରଟା ବେଳେ ସେ ଭଦୋଦରା ଠାରେ ଗୁଜରାର ବିକାଶ ଅଭିଯାନରେ ଅଂଶଗ୍ରହଣ କରି ସେଠାରେ ପ୍ରାୟ ୨୧ ହଜାର କୋଟିରୁ ଅଧିକ ଟଙ୍କା ମୂଲ୍ୟର ପ୍ରକଳ୍ପ ଉଦଘାଟନ ଓ ଶିଳାନ୍ୟାସ କରିବେ ।

ଗୁଜରାଟ ଗୌରବ ଅଭିଯାନ

ଭଦୋଦରାର ଗୁଜରାଟ ଗୌରବ ଅଭିଯାନରେ ସରକାରଙ୍କ ବିଭିନ୍ନ ଯୋଜନାର ହିତାଧିକାରୀମାନେ ଅଂଶ ଗ୍ରହଣ କରିବେ । ପ୍ରଧାନମନ୍ତ୍ରୀ ୧୬ ହଜାର କୋଟି ଟଙ୍କାରୁ ଅଧିକ ରେଳ ପ୍ରକଳ୍ପ ଶିଳାନ୍ୟାସ କରିବେ  । ଏଥିମଧ୍ୟରେ ୩୫୭ କିଲୋମିଟର ଦୀର୍ଘ ନିଉ ପାଲାନପୁର – ମଦର ସେକ୍ସନର ଉତ୍ସର୍ଗୀକୃତ ମାଲବାହୀ କରିଡ଼ର, ୧୬୬ କିଲୋମିଟର ଦୀର୍ଘ ଅହମ୍ମଦାବାଦ – ବୋଟାଜ ସେକ୍ସନର ରେଳପଥ ପ୍ରଶସ୍ତିକରଣ, ୮୧ କିଲୋମିଟର ଦୀର୍ଘ ପାଲାନପୁର-ମିଥା ସେକ୍ସନର ବିଦୁତକରଣ ଇତ୍ୟାଦି ରହିଛି ।

ପ୍ରଧାନମନ୍ତ୍ରୀ ମଧ୍ୟ ସୁରତ, ଉଦାନା, ସୋମନାଥ ଓ ସାବରମତି ଷ୍ଟେସନର ପୁନର୍ବିନ୍ୟାସ କାର୍ଯ୍ୟର ଶିଳାନ୍ୟାସ ସହ ରେଳ ସେକ୍ଟରର ଆଉ ଏକ କେତେକ ପ୍ରକଳ୍ପର ମଧ୍ୟ ଶିଳାନ୍ୟାସ କରିବେ । ଏହି ପ୍ରକଳ୍ପଗୁଡ଼ିକ ଯୋଗୁଁ ବିଭିନ୍ନ ବ୍ୟବସ୍ଥାଗତ ଖର୍ଚ୍ଚ ହ୍ରାସ ପାଇବା ସହ ସେ ଅଞ୍ଚଳର କୃଷି ଓ ଶିଳ୍ପ କ୍ଷେତ୍ରର ବିକାଶ ଘଟିବ । ଏହାଦ୍ୱାରା ସେ ଅଞ୍ଚଳର ସଂଯୋଗୀକରଣ ବୃଦ୍ଧି ପାଇବା ସହ ଯାତ୍ରା ସୁବିଧାରେ ମଧ୍ୟ ଉନ୍ନତି ଘଟିବ।

ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧିନରେ ମୋଟ ୧.୩୮ ଲକ୍ଷ ଘର ପ୍ରଧାନମନ୍ତ୍ରୀ ଦ୍ୱାରା ସମର୍ପିତ ହେବ । ସେଥିରୁ ୧,୮ଠଠ କୋଟି ଟଙ୍କାର ଘର ସହରାଞ୍ଚଳରେ ଥିବାବେଳେ ୧,୫୩ଠ କୋଟି ଘର ଗ୍ରାମାଞ୍ଚଳରେ ରହିଛି । ଏଥିସହ ପ୍ରାୟ ୩୧ଠ କୋଟି ଟଙ୍କା ବ୍ୟୟରେ ପ୍ରାୟ ୩ଠଠଠ ଘର ଖତ୍ ମହୁରତ ମଧ୍ୟ କରାଯିବ ।

ଏହି କାର୍ଯ୍ୟକ୍ରମ ଅଧିନରେ ପ୍ରଧାନମନ୍ତ୍ରୀ ଖେଡ଼ା, ଆନନ୍ଦ, ଭଦୋଦରା, ଛୋଟା ଉଦୟପୁର ଓ ପଞ୍ଚ ମହଲରେ ୬୮ଠ କୋଟି ଟଙ୍କାରୁ ଅଧିକ ବ୍ୟୟରେ ଅନେକ ପ୍ରକଳ୍ପକୁ ଉତ୍ସର୍ଗ ଓ ଶିଳାନ୍ୟାସ କରିବେ । ଏହା ସେହି ଅଞ୍ଚଳର ଜୀବନଧାରଣ ମାନରେ ଉନ୍ନତି ଆଣିବ ।

ପ୍ରଧାନମନ୍ତ୍ରୀ ମଧ୍ୟ ଗୁଜରାଟର ଦାବୋହୀ ତାଲୁକରେ କୁଣ୍ଢେଲା ଗ୍ରାମରେ ଗୁଜରାଟ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଶିଳାନ୍ୟାସ କରିବେ । ଭଦୋଦରା ଠାରୁ ୨ଠ କିଲୋମିଟର ଦୂରରେ ଅବସ୍ଥିତ ଏହି ବିଶ୍ୱବିଦ୍ୟାଳୟ ପ୍ରାୟ ୪୨୫ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବା ସହ ୨୫ଠଠରୁ ଅଧିକ ଛାତ୍ରଛାତ୍ରୀଙ୍କ ଉଚ୍ଚଶିକ୍ଷା ନିମନ୍ତେ ସହାୟକ ହେବ ।

ମାଆ ଓ ଶିଶୁ ସ୍ୱାସ୍ଥ୍ୟ ଉନ୍ନତି ଲକ୍ଷ୍ୟରେ ପ୍ରଧାନମନ୍ତ୍ରୀ ପ୍ରାୟ ଆଠ ଶହ କୋଟି ବ୍ୟୟ ଅଟକଳରେ ମୁଖ୍ୟମନ୍ତ୍ରୀ ମାତୃଶକ୍ତି ଯୋଜନାରେ ଶୁଭାରମ୍ଭ କରିବେ । ଏହି ଯୋଜନା ଅଧିନରେ ଗର୍ଭବତୀ ଓ ଶିଶୁକୁ ସ୍ତନ୍ୟପାନ କରାଉଥିବା ମାଆମାନେ ପ୍ରତି ମାସକୁ ଅଙ୍ଗନବାଡ଼ି କେନ୍ଦ୍ରରୁ ବିନା ମୂଲ୍ୟରେ ୨ କେଜି ବୁଟ, ଏକ କେଜି ମସୁର ଡାଲି ଓ ଏକ କେଜି ଖାଇବା ତେଲ ପାଇବେ । ପ୍ରଧାନମନ୍ତ୍ରୀ ମଧ୍ୟ ପୋଷଣ ଶୁଦ୍ଧ ଯୋଜନା ବାବଦକୁ ୧୨ଠ କୋଟି ଟଙ୍କା ସହାୟତା ବଣ୍ଟନ କରିବେ । ଏହା ଏବେ ରାଜ୍ୟର ଆଦିବାସୀ ହିତାଧିକାରୀମାନଙ୍କୁ ସମ୍ପ୍ରସାରିତ ହୋଇଛି । ଆଦିବାସୀ ଅଧୁ୍ୟଷିତ ଜିଲ୍ଲାଗୁଡ଼ିକରେ କାଲସିୟମ ଓ ଲୌହ ବଟିକା ବଣ୍ଟନ ସହ ପୌଷ୍ଟିକତା ସଚେତନତା ସୃଷ୍ଟିରୁ ଗର୍ଭବତୀ ଓ ସ୍ତନ୍ୟପାନ କରାଉଥିବା ମାଆମାନଙ୍କ କ୍ଷେତ୍ରରେ ଉନ୍ନତି ଦେଖାଯିବା ପରେ ଏହି ପଦକ୍ଷେପ ନିଆଯାଉଛି ।

Leave A Reply

Your email address will not be published.