Latest Odisha News

BREAKING NEWS

ଦୁଷ୍କର୍ମ ଉଦ୍ୟମ ଏବଂ ହତ୍ୟାକାଣ୍ଡ ମାମଲାରେ ଫେରାର ଥିବା କଏଦୀ ୯ ବର୍ଷ ପରେ ଗିରଫ

କଟକ: ଦୁଷ୍କର୍ମ ଉଦ୍ୟମ ଏବଂ ହତ୍ୟାକାଣ୍ଡ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଆଜୀବନ ସଜ୍ଜା କାଟୁଥିବା ଫେରାର କଏଦୀକୁ ୯ ବର୍ଷ ପରେ ଗିରଫ କଲା ଜଗତପୁର ଥାନା ପୋଲିସ । ଚୌଦ୍ୱାର ମଣ୍ଡଳ କାରାଗାରରୁ ୨୦୧୭ରେ ପାରୋଲରେ ଆସି ଫେରାର ହୋଇଯାଇଥିବା କଏଦୀ ଜଣକ ।

ଜଗତପୁର ଥାନା ଅଞ୍ଚଳରେ ୨୦୦୮ ମସିହାର ବଡ଼ ଭଉଣୀକୁ ଦୁଷ୍କର୍ମ ଉଦ୍ୟମ ଏବଂ ସାନ ଭଉଣୀକୁ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା । ପ୍ରଥମେ ଯାଜପୁର । ସେଠାରୁ ଦିଲ୍ଲୀ ଏବଂ ପରେ ଅମୃତସର ପଳାଇ ଆତ୍ମଗୋପନ କରିଥିଲା । ଅମୃତସରର ସୁଦର୍ଶନ ନଗର ଅଞ୍ଚଳରେ ନାଁ ବଦଳାଇ ଫୟାଜ୍ ଖାନ ନାଁରେ ରହୁଥିଲା ।

ସେଠାରେ ଫେରିବାଲା କାମ କରିବା ସହ ଜଣେ ଯୁବତୀଙ୍କୁ ବିବାହ କରିଥିଲା । ତାର ଏକ ପିଲାଛୁଆ ମଧ୍ୟ ରହିଛନ୍ତି । ଗତ ୨୦୨୫ ଡିସେମ୍ବର ମାସରେ ଚୌଦ୍ଵାର ଜେଲ କର୍ତ୍ତୃପକ୍ଷ ରିପୋର୍ଟ କରିବା ପରେ, ଗତ ୬ ମାସ ତଳେ ତଦନ୍ତ ଆରମ୍ଭ କରିଥିଲା କମିସନରେଟ୍ ପୋଲିସ । କିଛି ଫୋନ ନମ୍ବରକୁ ଟ୍ରାକ କରି ଏହି ଫେରାର ଅଭିଯୁକ୍ତକୁ ଧରିବାରେ ସଫଳ ହୋଇଛି ପୋଲିସ ।

Leave A Reply

Your email address will not be published.