Latest Odisha News

ଟଙ୍କା ନଫେରାଇବାରୁ ପ୍ରିୟବ୍ରତ ଅପହରଣର ଶିକାର !

ଭୁବନେଶ୍ୱର: ପଇସା ଧାରରେ ନେଇ ନଫେରାଇବାରୁ ଅପହରଣର ଶିକାର ହୋଇଛନ୍ତି ପ୍ରିୟବ୍ରତ ସାହୁ। ଏବେ ଏଭଳି ଏକ ସୂଚନା ମିଳିଛି, ଯିଏକି ସଂଧ୍ୟାରେ ଭୁବନେଶ୍ବର ସ୍ଥିତ ରଶୁଲଗଡ ଅଞ୍ଚଳରେ ଥିବା ଏସପ୍ଲାନେଡ ସପିଂ ମଲ ନିକଟରୁ ଅପହରଣର ଶିକାର ହୋଇଥିବା ସହିଦ ନଗର ଥାନାରେ ତାଙ୍କ ସାଙ୍ଗ ଲୋକନାଥ ଅଭିଯୋଗ କରିଥିଲେ। ଥାନାରେ ଅଭିଯୋଗ ହେବାପରେ ଘଟଣା ସାମ୍ନାକୁ ଆସିଛି।

ମିଳିଥିବା ସୂଚନା ଅନୁସାରେ,  ପ୍ରିୟବ୍ରତ ଟଙ୍କା ଫେରେଇ ଦେବେ ବୋଲି କହିଥିଲେ। କିନ୍ତୁ ନଫେରାଇବା ପରେ ଅପହରଣକାରୀଙ୍କ ନିକଟରେ ତାଙ୍କ ବାପା ପୂର୍ଣ୍ଣଚନ୍ଦ୍ର ସାହୁ ଏକ ଅଣ୍ଡରଟେକିଙ୍ଗ ଲେଖିଥିଲେ। ହେଲେ ୬ ମାସ ପରେ ବି ଟଙ୍କା ନଫେରେଇବା କାରଣରୁ ଉଠାଇ ନେଇଥିବା ଜଣାପଡ଼ିଛି। ହେଲେ କେତେ ଟାଙ୍କା ଧାର ନେଇଥିଲେ ଏବଂ କାହା ପାଖରୁ ଧାର ନେଇଥିଲେ ସେ ନେଇ ସବିଶେଷ ତଥ୍ୟ ମିଳିପାରିନି। ସେପଟେ ଅପହରଣକାରୀକୁ ପୋଲିସ ଧରିବାରେ ସଫଳ ହୋଇଛି କି ନାହିଁ ତାହା ଶେଷ ଖବର ସୁଦ୍ଧା ଅସ୍ପଷ୍ଟ ରହିଛି।

ସଂଧ୍ୟା ବେଳେ ଫିଲ୍ମ ଷ୍ଟାଇଲରେ ଦୁର୍ବୃତ୍ତ ମାନେ ଏକ କାରରେ ଆସିଥିଲେ ଆଉ ପ୍ରିୟବତ ସାହୁଙ୍କୁ ଉଠାଇ ନେଇଥିବା ଅଭିଯୋଗ ହୋଇଛି। କାରରେ ୪-୫ ଦୁର୍ବୃତ୍ତ ଥିଲେ ବୋଲି ତାଙ୍କ ସାଙ୍ଗ ଅଭିଯୋଗ କରିଛନ୍ତି। ପ୍ରିୟବ୍ରତଙ୍କ ସାଙ୍ଗ ଲୋକନାଥ ସାହୁ କହିଛନ୍ତି, ଉଭୟ ସପିଂ ମଲକୁ ଆସୁଥିଲେ। ଆଉ ହଠାତ ଏକ କାରରେ ଆସି ଦୁର୍ବୃତ୍ତ ମାନେ ତାଙ୍କ ସାଙ୍ଗକୁ ଅପହରଣ କରିନେଇଛନ୍ତି।

ପ୍ରିୟବ୍ରତଙ୍କ ଘର କେନ୍ଦୁଝର ଜିଲ୍ଲା ଆନନ୍ଦପୁରର ବେଳବାହାଳି ବୋଲି ଲୋକନାଥ ସାହୁ କହିଛନ୍ତି। ପୋଲିସ ଏବେ ଅପହରଣ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ସୂଚନା ରହିଛି।

Leave A Reply

Your email address will not be published.