Latest Odisha News

BREAKING NEWS

ଜେପି ନଡ୍ଡାଙ୍କ ଦୁଇ ଦିନିଆ ଓଡିଶା ଗସ୍ତର କାର୍ଯ୍ୟକ୍ରମ ସୂଚନା

ଭୁବନେଶ୍ନର :  ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଦୁଇ ଦିନିଆ ଓଡିଶା ଗସ୍ତରେ ଆସିବେ । ଏହି ବିଷୟରେ  ବିସ୍ତୃତ କାର୍ଯ୍ୟକ୍ରମର ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର  । ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଆସନ୍ତା ୨୯ ତାରିଖ ଦିନ ୧୦ ଟା ବେଳେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବେ । ସେଠାରୁ ବିଶାଳ ଶୋଭାଯାତ୍ରାରେ ତାଙ୍କୁ ରାଜ୍ୟ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଅଣାଯିବ ।

ରାଜ୍ୟ କାର୍ଯ୍ୟାଳୟରୁ ଜନତା ମଇଦାନ ଯିବେ । ସେଠାରେ ଦିନ ୧୧ ଟା ବେଳ  ବିଜେପି ଶକ୍ତି କେନ୍ଦ୍ରର ତିନି ଜଣ ପ୍ରମୁଖ କର୍ମକର୍ତ୍ତାଙ୍କୁ ନେଇ ସମ୍ମିଳନୀ ରହିଛି । ସେଠାରେ ଜେପି ନଡ୍ଡା ଶକ୍ତି କେନ୍ଦ୍ରର ପ୍ରମୁଖ ମାନଙ୍କୁ ସମ୍ବୋଧିତ କରିବେ । ତାହା ପରେ ରାଜ୍ୟ କାର୍ଯ୍ୟାଳୟରେ ବିଭିନ୍ନ ବୈଠକ ରହିଛି ।

ଯେଉଁଥିରେ ସମସ୍ତ ଜିଲ୍ଲାର ଜିଲ୍ଲା ସଭାପତି,ପଦାଧିକାରୀ, ବିଧାୟକ, ସାଂସଦ, ପୂର୍ବତନ ବିଧାୟକ ଓ ସାଂସଦ, ପ୍ରଭାରୀ ମାନଙ୍କ ସହ ଭିନ୍ନ ଭିନ୍ନ ପର୍ଯ୍ୟୟରେ ବୈଠକ କରିବା ସହ ସାଙ୍ଗଠନିକ ବୈଠକ କରିବେ । ସେହିଦିନ ରାତିରେ ପୁରୀ ଗସ୍ତ କରିବେ ଜେପି ନଡ୍ଡା । ୩୦ ତାରିଖ ସକାଳେ ଜଗନ୍ନାଥଙ୍କ ଦର୍ଶନ କରିବେ ।

ସେଠୁ ସିଧାସଳଖ ଭଦ୍ରକ ଧାମନଗର ଯିବାର କାର୍ଯ୍ୟକ୍ରମ ରହିଛି  । ସ୍ୱର୍ଗତ ନେତା ବିଷ୍ଣୁ ସେଠୀଙ୍କ ପରିବାରଙ୍କୁ ଭେଟିବେ ଜେପି ନଡ୍ଡା । ସେଠାରୁ ଫେରିବା ପରେ ଦିନ ୧୧ ଟା ବେଳେ ୭ଟି ମୋର୍ଚ୍ଚାର ଜିଲ୍ଲା କମିଟିର ସମସ୍ତ ସଦସ୍ୟଙ୍କ ସହ ଆଲୋଚନା କରିବେ । ଏହି ବୈଠକ  ଜନତା ମଇଦାନରେ  ଅନୁଷ୍ଠିତ ହେବ । ସେହି ଦିନ ସନ୍ଧ୍ୟାରେ ହିଁ ପ୍ରତ୍ୟାବର୍ତ୍ତନ କରିବାର କାର୍ଯ୍ୟକ୍ରମ ରହିଛି ।

 

Leave A Reply

Your email address will not be published.