Latest Odisha News

BREAKING NEWS

ଭଡା ଘରୁ ମହିଳାଙ୍କ ମୃତଦେହ ଉଦ୍ଧାର

ଭୁବନେଶ୍ୱର : ରାଜଧାନୀରେ ବଢିବାରେ ଲାଗିଛି ଆତ୍ମହତ୍ୟା ଘଟଣା ।  ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଅଞ୍ଚଳରେ ଜଣେ ମହିଳା ଆତ୍ମହତ୍ୟା କରିଛନ୍ତି  ।

ମୃତ ମହିଳା ହେଉଛନ୍ତି ପ୍ରିୟଙ୍କା ରାୟ ସାମନ୍ତ । ଚନ୍ଦ୍ରଶେଖରପୁର ଅଞ୍ଚଳରେ ଭଡ଼ାରେ ରହୁଥିଲେ । ତାଙ୍କ ଘର ଢ଼େଙ୍କାନାଳ ଅଞ୍ଚଳରେ ବୋଲି ଜଣାପଡିଛି ।

ତେବେ ସୂଚନା ଅନୁଯାୟୀ, ୮ ବର୍ଷ ତଳେ ପ୍ରିୟଙ୍କା ଖୋର୍ଦ୍ଧାର ରତୀକ ଦାଶଙ୍କୁ ବିବାହ କରିଥିଲେ। ସ୍ବାମୀ ଓ ୨ ଛୁଆଙ୍କ ସହ ଚନ୍ଦ୍ରଶେଖରପୁର ଅଞ୍ଚଳରେ ଭଡ଼ାରେ ରହୁଥିବାବେଳେ ଆଜି ତାଙ୍କ ମୃତଦେହ ଭଡ଼ା ଘରୁ ଉଦ୍ଧାର ହୋଇଛି।

ପାରିବାରିକ କଳହ ଯୋଗୁଁ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି  । ଘଟଣାସ୍ଥଳରେ ଚନ୍ଦ୍ରଶେଖରପୁର ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛି।

 

 

Leave A Reply

Your email address will not be published.