Latest Odisha News

BREAKING NEWS

୪୫ କୋଟି ସମ୍ପତ୍ତିର ମାଲିକକୁ ଛାଡି ରାଜମିସ୍ତ୍ରୀ ପ୍ରେମରେ ପଡିଲେ ମହିଳା, ସୁପାରୀ ଦେଇ ସ୍ଵାମୀକୁ କଲେ ହତ୍ୟା

ଉତ୍ତରପ୍ରଦେଶର କାନପୁରରେ ଜଣେ କୋଟିପତି ଶିକ୍ଷକଙ୍କ ହତ୍ୟା ମାମଲାରେ ପୋଲିସ ଶିକ୍ଷକଙ୍କ ପୁଅ ପଚରାଉଚରା କରିଛି । ଶିକ୍ଷକଙ୍କ ପୁଅ ପୋଲିସକୁ କହିଛି ଯେ ଘଟଣା ଘଟିବା ଦିନ ସେ ମଧ୍ୟ ତାଙ୍କ ପିତାଙ୍କ ସହ ଯାଉଥିଲେ, କିନ୍ତୁ ତାଙ୍କ ମା’ ତାଙ୍କୁ ଘରର ବାଥରୁମରେ ବନ୍ଦ କରିଦେଇଥିଲେ । ବର୍ତ୍ତମାନ ପୋଲିସ ଶିକ୍ଷକଙ୍କ ପୁଅର ବୟାନ ଆଧାରରେ ଅଧିକ ତଦନ୍ତ ଚଳାଇଛି ।

କାନପୁର: ୟୁପିର କାନପୁରରେ ୪୫ କୋଟି ସମ୍ପତ୍ତିର ମାଲିକ ଜଣେ ସରକାରୀ ଶିକ୍ଷକ ରାଜେଶ ଗୌତମଙ୍କ ହତ୍ୟା ତାଙ୍କ ଶିକ୍ଷକ ପତ୍ନୀ ପିଙ୍କି କରିଛନ୍ତି । ପିଙ୍କିଙ୍କର ଜଣେ ରାଜମିସ୍ତ୍ରୀ ସହିତ ପ୍ରେମ ସମ୍ପର୍କ ଗଢିଉଠିଥିଲା । ଏନେଇ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ବାରମ୍ବାର ବିବାଦ ମଧ୍ୟ ଲାଗି ରହୁଥିଲା ​​| ଏହି ମାମଲାରେ ପୋଲିସ ଶିକ୍ଷକ ରାଜେଶ ଗୌତମଙ୍କ ପୁଅକୁ ପଚରାଉଚରା କରିଛି । ପଚରାଉଚରା ବେଳେ ରାଜେଶଙ୍କ ପୁଅ ପୋଲିସକୁ କହିଛି ଯେ, ଘଟଣା ଦିନ ସେ ମଧ୍ୟ ତାଙ୍କ ପିତାଙ୍କ ସହ ସକାଳେ ବୁଲିବାକୁ ଯାଉଥିଲେ, କିନ୍ତୁ ତାଙ୍କ ମା ତାଙ୍କୁ ଘରର ବାଥରୁମରେ ବନ୍ଦ କରିଦେଇଥିଲେ।

ଶିକ୍ଷକ ରାଜେଶ ଗୌତମ ୨୦୨୧ ମସିହାରେ କାନପୁରର କୋୟଲା ନାଗରରେ ତାଙ୍କ ପ୍ଲଟରେ ଘର ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ। ଏଥିପାଇଁ ରାଜେଶ ରାଜମିସ୍ତ୍ରୀ ଶୈଳେନ୍ଦ୍ର ସୋନକରଙ୍କୁ ନିଯୁକ୍ତି ଦେଇଥିଲେ । ଘର ନିର୍ମାଣ କାର୍ଯ୍ୟ ପାଇଁ ଶୈଳେନ୍ଦ୍ରଙ୍କୁ ମଧ୍ୟ ରାଜେଶଙ୍କ ଘରକୁ ବାରମ୍ବାର ଯିବାକୁ ପଡିଥିଲା । ଏହି ସମୟରେ ସେ ରାଜେଶଙ୍କ ପତ୍ନୀ ପିଙ୍କିଙ୍କୁ ଭେଟିଥିଲେ। ପିଙ୍କି ଦେଖିବାକୁ ସୁନ୍ଦର ଏବଂ ସେ ବିଏଡ ମଧ୍ୟ କରିଥିଲେ । ସେତେବେଳେ ଶୈଳେନ୍ଦ୍ର ମନେ ମନେ ପିଙ୍କିକୁ ଭଲପାଇ ବସିଥିଲେ । ଶୈଳେନ୍ଦ୍ରଙ୍କ ହାବଭାବ ଦେଖି ପିଙ୍କି ମଧ୍ୟ ସବୁକିଛି ବୁଝିପାରିଥିଲେ । ଧୀରେ ଧୀରେ ପିଙ୍କି ଶୈଳେନ୍ଦ୍ରଙ୍କ ସହ କଥାବାର୍ତ୍ତା ଆରମ୍ଭ ହୋଇଥିଲା ଓ ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଆରମ୍ଭ ହୋଇଥିଲା ।

ଶୈଳେନ୍ଦ୍ର ସୋନକର ପ୍ରାୟତଃ ରାଜେଶଙ୍କ ଅନୁପସ୍ଥିତିରେ ପିଙ୍କିଙ୍କ ଘରକୁ ଯାଉଥିଲେ । ଯେବେ ରାଜେଶଙ୍କୁ ଏ ବିଷୟରେ ଜଣାପଡିଲା ସେତେବଳେ ରାଜେଶ ଶୈଳେନ୍ଦ୍ରଙ୍କ ଘରକୁ ଯିବାଆସିବା ବନ୍ଦ କରିଦେଇଥିଲେ । ଏଥିରେ ରାଜେଶଙ୍କ ପତ୍ନୀ ପିଙ୍କି ହଡବଡେଇ ଯାଇଥିଲେ । ଶୈଳେନ୍ଦ୍ର ଓ ପିଙ୍କିଙ୍କ ମଧ୍ୟରେ ଥିବା ଅବୈଧ ସମ୍ପର୍କକୁ ନେଇ ପିଙ୍କି ଏବଂ ରାଜେଶଙ୍କ ମଧ୍ୟରେ ବାରମ୍ବାର ଝଗଡା ହେଉଥିଲା । ଯେତେବେଳେ ବିବାଦ ଉଗ୍ର ରୁପ ଧାରଣ କଲା ସେତେବେଳେ ପିଙ୍କି ଶୈଳେନ୍ଦ୍ର ସହ ମିଶି ରାଜେଶଙ୍କୁ ହତ୍ୟା କରିବାକୁ ଷଡଯନ୍ତ୍ର ରଚିଥିଲେ । ସ୍ଵାମୀକୁ ମାରିବାକୁ ୪ ଲକ୍ଷ ଟଙ୍କାର ସୁପାରୀ ଦେଇଥିଲେ ପିଙ୍କି ।

୪ ନଭେମ୍ବର ଦିନ ରାଜେଶ ଯେତେବେଳେ ଘର ବାହାରେ ଥିଲେ ସେତେବଳେ ଶୈଳେନ୍ଦ୍ର ଓ ସୁପାରୀ ନେଇଥିବା ଲୋକ ଏକ କାରରେ ଆସି ରାଜେଶକୁ ଧକ୍କା ମାରି ଚାଲିଯାଇଥିଲା । ପ୍ରଥମେ ପୋଲିସ ଏହାକୁ ଦୁର୍ଘଟଣା ଜନିତ ମୃତ୍ୟୁ ଭାବି ମାମଲା ବନ୍ଦ କରିଦେଇଥିଲେ । କିନ୍ତୁ ପର ମୂହୁର୍ତ୍ତରେ ରାଜେଶଙ୍କ ଭାଇଙ୍କ ଅଭିଯୋଗ କ୍ରମେ ପୁଣି ଥରେ ତଦନ୍ତ ଆରମ୍ଭ କରିଥିଲା ପୋଲିସ । ଶେଷରେ ପୋଲିସକୁ ଏକ ସିସିଟିଭି ଫୁଟେଜ୍ ମିଳିଥିଲା । ଯେଉଁଥିରେ ରାଜେଶଙ୍କୁ ଯୋଜନା ଅନୁଯାୟୀ ହତ୍ୟା କରାଯାଇଥିବା ସ୍ପଷ୍ଟ ଜଣାପଡୁଥିଲା । ଏହାପରେ ସବିଶେଷ ତଥ୍ୟ ପାଇଁ ପୋଲିସ ତଦନ୍ତ ଜାରି ରଖିଥିଲା ।

ପ୍ରଥମେ ପୋଲିସ ପିଙ୍କିଙ୍କ କଲ୍ ଡିଟେଲ୍ସ ବାହାର କରିଥିଲା । ସେଥିରେ ପିଙ୍କି ଘଟଣା ଘଟିବା ଦିନ ଶୈଳେନ୍ଦ୍ର ସହ କଥା ହୋଇଥିବା ଜଣା ପଡିଥିଲା । ପରେ ଶୈଳେନ୍ଦ୍ରକୁ ଗିରଫ କରି ପଚରାଉଚରା କରିବା ପରେ ପ୍ରକୃତ କଥା ଜଣା ପଡିଥିଲା । ଅଧିକ ତଦନ୍ତ ପାଇଁ ପୋଲିସ ରାଜେଶଙ୍କ ପୁଅକୁ ପଚରାଉଚରା କଲା । ପଚରାଉଚରା ବେଳେ ରାଜେଶଙ୍କ ପୁଅ କହିଥିଲା ଯେ, ଘଟଣା ଘଟିବା ଦିନ ସେ ମଧ୍ୟ ବାପାଙ୍କ ସହ ବାହାରକୁ ଯିବା ପାଇଁ ବାହାରିଥିଲା । ମାତ୍ର ପିଙ୍କି ତାଙ୍କୁ ବାହାନାରେ ଘର ଭିତରକୁ ଡାକି ବାଥରୁମରେ ପୁରାଇ କବାଟ ଦେଇଥିଲେ । ଏଥିରୁ ପୋଲିସ ସ୍ପଷ୍ଟ ହୋଇଛି ଯେ ଏହି ସବୁ ଘଟଣାର ମୁଖ୍ୟ ଅଭିଯୁକ୍ତ କେବଳ ଶୈଳେନ୍ଦ୍ର ନଥିଲା ବରଂ ପିଙ୍କି ମଧ୍ୟ ସାମିଲ ଥିଲା ।

Leave A Reply

Your email address will not be published.