Latest Odisha News

BREAKING NEWS

ରାଜଧାନୀ ଉପକଣ୍ଠରେ କର୍କଟ ହସ୍ପିଟାଲ ପାଇଁ ବେଙ୍ଗାଳୁରୁରେ ଥିବା ଓଡିଆ ଦମ୍ପତି ଦେଲେ ୨୦୦ କୋଟି

ଭୁବନେଶ୍ୱର: ରାଜଧାନୀ ଉପକଣ୍ଠରେ ନିର୍ମିତ ହେବାକୁ ଥିବା ୭୫୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା କ୍ୟାନସର ହସ୍ପିଟାଲ ପାଇଁ ୨୦୦ କୋଟି ଟଙ୍କା ପ୍ରଦାନ କରିଛନ୍ତି ବେଙ୍ଗାଳୁରୁରେ ରହୁଥିବା ଜଣେ ଓଡିଆ ଦମ୍ପତି । ଏହି ଦମ୍ପତି ଉଦ୍ୟୋଗୀ ଥିବା ଜଣାପଡିଛି ।

ଟାଇମ୍ସ ଅଫ୍ ଇଣ୍ଡିଆର ରିପୋର୍ଟ ଅନୁଯାୟୀ, ୪୦ ଏକର ଜାଗାରେ ତିଆରି ହେବାକୁ ଥିବା ଏହି ୫୦୦ ବେଡ୍ ବିଶିଷ୍ଟ ଡାକ୍ତରଖାନା ବେଙ୍ଗାଳୁରୁର ଏକ କମ୍ପାନୀ ଓ ରାଜ୍ୟ ସରକାରଙ୍କ ସହଭାଗିତାରେ ନିର୍ମାଣ ହେବ ।

ସ୍ୱାସ୍ଥ୍ୟ ବିଭାଗ, ଡାକ୍ତରଖାନା କର୍ତ୍ତୃପକ୍ଷ ଓ ଦମ୍ପତିଙ୍କ ମଧ୍ୟରେ ଏ ମାସ ଶେଷ ଆଡକୁ ଏକ ତ୍ରିପାକ୍ଷିକ ଚୁକ୍ତି ସ୍ୱାକ୍ଷରିତ ହେବ ବୋଲି ସୂଚନା ମିଳିଛି ।
ଟାଟା ଟ୍ରଷ୍ଟ କଟକରେ ଥିବା ଏକ କର୍କଟ ଡାକ୍ତରଖାନା ପ୍ରକଳ୍ପରୁ ଓହରି ଯାଇଛି । ଏଥି ପାଇଁ ତିନି ବର୍ଷ ପୂର୍ବେ ଚୁକ୍ତି ସ୍ୱାକ୍ଷର ହୋଇଥିଲା ।

Leave A Reply

Your email address will not be published.