Latest Odisha News

BREAKING NEWS

ଶ୍ରୀମନ୍ଦିରର ନିୟନ୍ତ୍ରିତ ଅଞ୍ଚଳରେ ଅଭ୍ୟର୍ଥନା କକ୍ଷ ସହ ଲାଇବ୍ରେରୀକୁ ଅନୁମତି ଦେଲା ଏନଏମଏ

ପୁରୀ: ଶ୍ରୀକ୍ଷେତ୍ରକୁ ଐତିହ୍ୟ ସହର କରି ଗଢ଼ି ତୋଳିବା ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି । ପୁରୀରେ ପ୍ରକଳ୍ପ କାର୍ଯ୍ୟ ଆଗେଇ ଚାଲିଥିବା ବେଳେ ଶ୍ରୀମନ୍ଦିର ନିଷିଦ୍ଧାଞ୍ଚଳରେ ୧୭ଟି ଓ ନିୟନ୍ତ୍ରିତ ଅଞ୍ଚଳରେ ୧୩ଟି ମଠ ସମେତ ଶ୍ରୀମନ୍ଦିରର ନିୟନ୍ତ୍ରିତ ଅଞ୍ଚଳରେ ଶ୍ରୀଜଗନ୍ନାଥ ଅଭ୍ୟର୍ଥନା କକ୍ଷ ଓ ରଘୁନନ୍ଦନ ଲାଇବ୍ରେରୀକୁ ଏନଏମ୍ଏ ଅନୁମତି ଦେଇଛି ।

ଗତ ଏପ୍ରିଲ ୨୫ ତାରିଖରେ ଏନଏମଏର ୩୮୯ତମ ବୈଠତରେ ଏହି ନିଷ୍ପତ୍ତି ନିଆଯାଇଛି । ଅଭ୍ୟର୍ଥନା କକ୍ଷ ନିର୍ମାଣ ପାଇଁ ଶ୍ରୀମନ୍ଦିର ପ୍ରଶାସନକୁ ଅନୁମତି ମିଳିଛି । ଶ୍ରୀମନ୍ଦିର ଦକ୍ଷିଣ ପୂର୍ବ କୋଣରେ ନିୟନ୍ତ୍ରିତ ଅଞ୍ଚଳରେ ରଘୁନନ୍ଦନ ଲାଇବ୍ରେରି ସହିତ ଶ୍ରୀଜଗନ୍ନାଥ ଅଭ୍ୟର୍ଥନା କକ୍ଷକୁ ଅନୁମତି ଦେଇଛନ୍ତି ଜାତୀୟ ସ୍ମାରକୀ ପ୍ରାଧିକରଣ କର୍ତ୍ତୃପକ୍ଷ ।

୨୦୨୨ ଡିସେମ୍ବର ମାସରେ ଏନଏମଏର ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ପୁରୀ ଆସି ଐତିହ୍ୟ କରଡର କାମ ଦେଖିଥିଲେ । ଏନଏମ୍ଏ ଅଧ୍ୟକ୍ଷ କିଶୋର କେ ବାସା ପ୍ରକଳ୍ପ କାର୍ଯ୍ୟ ବୁଲି ଦେଖିବା ସହ ଶ୍ରୀଜୀଉଙ୍କ ଦର୍ଶନ କରିଥିଲେ । ସେତେବେଳେ ଶ୍ରୀମନ୍ଦିର କାର୍ଯ୍ୟାଳୟର ଉଚ୍ଚତାକୁ ନେଇ ଡିପିଆର୍ ମାଗିଥିଲା ଏନଏମ୍ଏ ।

Leave A Reply

Your email address will not be published.